ନୂଆବର୍ଷରୁ ନୂଆ ନିୟମ ! Online ସେବା ଯୋଗାଉଥିବା ଆପ୍ ରେ ଲାଗିବ ଜିଏସଟି, ଖାଇବାଠୁ ଆରମ୍ଭ କରି ଗାଡି ଚଢା ସବୁ ମହଙ୍ଗା…ଦେଖନ୍ତୁ କଣ କଣ ସବୁ ବଢିଛି ଦର…

0

ଖୁବ୍ ଶୀଘ୍ର ଆସିବାକୁ ଯାଉଛି ନୂଆବର୍ଷ , ଏହି ନୂଆବର୍ଷ ନେଇ ଆସିବ ନୂଆ ନିୟମ , ଏହି ଦିନଠୁ ଦେଶର କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମରେ ପରିବର୍ତ୍ତନ ହେବ ।

1. ବଢିବ ଜିଏସଟି ଦର :-

ନୂଆବର୍ଷରୁ ଜିଏସଟି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି , 1 ଜାନୁଆରୀ ରୁ ରେଡିମେଟ ଗାରମେଣ୍ଟସ୍ ରେ ଜିଏସଟି ଦର 5 ପ୍ରତିଶତରୁ ବୃଦ୍ଧି ପାଇଁ 12 ପ୍ରତିଶତ ହୋଇଯିବ । ଜିଏସଟି ରେ ବୃଦ୍ଦି ହେବା ଯୋଗୁଁ ରିଟେଲ୍ କାରବାର ପ୍ରଭାବିତ ହୋଇପାରେ । ନୂଆବର୍ଷରୁ ରେଡିମେଣ୍ଟ କ୍ରୟ ପାଇଁ ଗ୍ରାହକ ଙ୍କୁ ଅଧିକ ପଇସା ଦେବାକୁ ପଡିବ ।

2. ଅନଲାଇନ୍ ଫୁଡିଂ ମହଙ୍ଗା :-

ଡ୍ରେସ ବ୍ୟତୀତ ଯଦି ଆପଣ ଅନଲାଇନ୍ ରେ ଖାଦ୍ୟ ମଗେଇବେ ତେବେ ମଧ୍ୟ ଆପଣଙ୍କ ପକେଟ ଉପରେ ପ୍ରଭାବ ପଡିବ । କାରଣ 1 ଜାନୁଆରୀ ରୁ ଅନଲାଇନ ଫୁଡ୍ ଡେଲିଭରି ଆପ୍ ଜୁମାଟ୍ରିୟସ ଇଗିରୁ ଖାଦ୍ୟ ଅଡର କଲେ ଗ୍ରାହକଙ୍କୁ କମ୍ପାନୀ କୁ ଟ୍ୟାକ୍ସ ପୈଠ କରିବା ପାଇଁ ପଡିବ । ନୂଆବର୍ଷରୁ ଫୁଡ୍ ଡେରିଭରି ଆପ୍ ମଧ୍ୟ 5 ପ୍ରତିଶତ ଜିଏସଟି ଲଗାଯିବ , ୟୁଜର୍ସଙ୍କ ଉପରେ ଏହାର କୌଣସି ଫରକ୍ ପଡିବ ନାହିଁ ।

3. ପୋଷ୍ଟ ପେମେଣ୍ଟ ବ୍ୟାଙ୍କର କଟକଣା :-

ଜାନୁଆରୀ ପହିଲାଠାରୁ ଆଇପିପିବି ଖାତାଧାରୀ ଏକ ଲିମିଟ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବେ । ନୂଆବର୍ଷରୁ ବାଣିଜ୍ୟ ସଞ୍ଚୟ ଉଠାଣ ଖାତାରୁ ପ୍ରତିମାସ 4 ଥର ବିନା ଶ୍ଲୋକରେ ଟଙ୍କା ଉଠାଇ ହେବ । କିନ୍ତୁ ପଞ୍ଚମ ଥର ଠାରୁ ପ୍ରତି ଉଠାଣ ଉପରେ ଗ୍ରାହକଙ୍କୁ 25 ଟଙ୍କା ଦେବାକୁ ପଡିବ ।

4. ମହଙ୍ଗା ହେବ ଅନଲାଇନ କ୍ୟାପ ସେବା :-

ଆପଣ ମାନେ ପୂର୍ବରୁ କ୍ୟାପ ବୁକ କରି ଯାତ୍ରା କଲେ ଯେତିକି ଟଙ୍କା ଦେଉଥିଲେ ଏବେ ତା ଠାରୁ ଅଧିକ ଟଙ୍କା ଦେବାକୁ ପଡିବ । ଯଦି ଅନଲାଇନ କ୍ୟାପ ସେବାରେ ଜିଏସଟି ଟ୍ୟାକ୍ସ ମିଶାଯିବ , ତେବେ ଯାତ୍ରୀଙ୍କୁ କ୍ୟାପ ବୁକ୍ କରିବାକୁ ଅଧିକ ଟଙ୍କା ଦେବାକୁ ପଡିବ ।

5. ଟୀକା କରଣ ପାଇଁ ପଞ୍ଜୀକରଣ :-

ଜାନୁଆରୀ 1 ରୁ ଛୋଟ ପିଲାଙ୍କ ପାଇଁ ଆରମ୍ଭ ହେବ ପଞ୍ଜୀକରଣ , ଜାନୁଆରୀ 3 ରୁ ସାରା ଦେଶରେ 15 ରୁ 18 ବର୍ଷ ବର୍ଗରେ ଥିବା ପିଲାଙ୍କୁ କୋରନା ବିରୋଧୀ ଟୀକା ଦିଆଯିବ । ଏହା ପୂର୍ବରୁ ଟୀକା ପାଇଁ ପିଲାମାନେ ନା ପଞ୍ଜୀକରଣ କରିବେ ।

6. ଦିଲ୍ଲୀରେ ପୁରୁଣା ଗାଡି ଚାଲିବନି :-

2022 ଜାନୁଆରୀ 1 ରୁ କୌଣସି ପ୍ରକାର ପୁରୁଣା ଗାଡି ଚାଲିପାରିବ ନାହିଁ , 10 ବର୍ଷରୁ ଅଧିକ ପ୍ରାୟ 20 ଲକ୍ଷ ପୁରୁଣା ଗାଡି ଗୁଡିକର ମାଲିକ ଙ୍କ ନଅବଜେକ୍ସନ ପ୍ରମାଣ ପତ୍ର ଦିଆଯିବ । ଏହାଦ୍ୱାରା ସେମାନେ ଅନ୍ୟ ସ୍ଥାନରେ ନିଜ ଗାଡିର ପୁନହଃ ପଞ୍ଜୀକରଣ କରିପାରିବେ । କିନ୍ତୁ 15 ବର୍ଷ ବା ତା ଠାରୁ ଅଧିକ ପୁରୁଣା ଗାଡି ଗୁଡିକ କୌଣସି ପ୍ରକାର ଏନୋସି ଦିଆଯିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।