ଦେଖନ୍ତୁ ଭିଡ଼ିଓ : ଓଃ କି ମାଡ଼ ! ପୋଲିସ କର୍ମଚାରୀଙ୍କୁ ମହିଳା ମାନେ ଘେରି କଲେ ସତ୍ୟାନାଶ….

0

ବର୍ତ୍ତମାନ ସମୟରେ ଆମ ସମାଜ ଯେତେ ସଭ୍ୟ ଆଡ଼କୁ ଗତି କରିଲେ ମଧ୍ୟ ସମାଜରେ ଦିନକୁ ଦିନ ଅପରାଧ ବଢି ବଢି ଚାଲିଛି। ଆମ ସମାଜରେ ପ୍ରତ୍ୟେକ ଦିନ ଅନେକ ଘଟଣା ବିଷୟରେ ଜାଣିବାକୁ ପାଇଥାଉ । ପ୍ରତିଦିନ ସମାଜରେ ଅନେକ ଅପରାଧ ଘଟୁଛି, ଯେପରି ଚୋରି, ହତ୍ୟା, ରେପ, ଭଳି ଘଟଣା ସାମ୍ନାକୁ ଆସୁଛି। ତେବେ ଏସବୁ ହେବା ପଛରେ ମୁଖ୍ୟ କାରଣ ହେଉଛି ମଦ , ସରକାର ମଦ ବିକ୍ରି ପାଇଁ ପାରମିଶନ ଦେଉଛନ୍ତ, ଏହା ବଦଳରେ ସରକାର ଟେକ୍ସ ନେଉଛନ୍ତି। କିନ୍ତୁ କେତେକ ବେଆଇନ ଭାବରେ ନିଜ ଘରେ ମଦ ଗଞ୍ଜେଇ ବିକ୍ରି କରୁଛନ୍ତି, ଏଭଳି ଚାରି ଆଡ଼େ ବର୍ତ୍ତମାନ ଚାଲିଛି। ସେଥିପାଇଁ ପୋଲିସ ମଧ୍ୟ ଅନେକ ଜାଗରେ ଚଢ଼ାଉ କରୁଛନ୍ତି ତଥାପି ଲୋକମାନଙ୍କର ପୋଲିସ ପ୍ରତି ଟିକିଏ ହେଲେ ଡର ନାହିଁ ଓଲଟି ପୋଲିସ ଉପରେ ଆକ୍ରମଣ ଜରୁଥିବା ଦୃଶ୍ୟ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆପଣ ଏହି ଘଟଣା ବିଷୟରେ ଜାଣି ସାରିଲା ପରେ ମୁଣ୍ଡରେ ହାତ ଦେଇଦେବେ, ଘଟଣାଟି ହେଉଛି ବେଆଇନ ମଦ ବିକ୍ରି କୁ ବିରଧ କରିବାରୁ ପୋଲିସ କୁ ମାଡ଼ ମାରି ରକ୍ତାକ୍ତ କରିଦେଇଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବର ଭରତପୁର ଅଞ୍ଚଳରେ , ତେବେ ସୂଚନା ଅନୁସାରେ ବେଆଇନ ଭାବରେ ମଦ ବିକ୍ରି ହେଉଥିଲା ଭରତପୁର ଅଞ୍ଚଳରେ, ତେବେ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିବା ପାଇଁ ପହଁଚି ଥିଲେ। ଏହାକୁ ବିରଧ କରି ମଦ ବିକ୍ରି କରୁଥିବା ଲୋକ ମାନେ ମିଶି ପଞ୍ଚଜଣ ପୋଲିସ ଙ୍କୁ ମାଡ଼ ମାରିଥିଲେ, ତେବେ ମାଡ଼ ଖାଇଥିବା କର୍ମଚାରିଙ୍କ ମଧ୍ୟରୁ ଦୁଇ ଜଣ ମହିଳା କର୍ମଚାରୀ ମଧ୍ୟ ଥିଲେ। ସେମାନେ ମହିଳା କର୍ମଚାରୀ ଙ୍କୁ ମଧ୍ୟ ମାରିଥିଲେ ଏଥିରେ ତିନି ଜଣ ପୋଲସ ଆତି ଗୁରୁତର ଭାବରେ ଆହତ ହୋଇଥିବା ସୂଚନା ମିଳିଛି ଏବଂ ଜଣଙ୍କ ହାତ ମଧ୍ୟ ଭାଙ୍ଗି ଯାଇଛି ।

ଖବର ପାଇ ଭରତପୁର ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ। ସେଠାରେ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି ଥାନାରେ ଅଟକ ରଖାଯାଇଛି। ତେବେ ଆହୁରି ଅଭିଯୁକ୍ତ ଧରା ପଡ଼ିନାହିଁ, ମାଡ଼ ମାରିଥିବା ଅଭିଯୁକ୍ତ ଙ୍କ ମଧ୍ୟରୁ କେତେକ ମହିଳା ମଧ୍ୟ ରହିଥିବା ସୂଚନା ମିଳିଛି। ଅବକାରୀ ବିଭାଗ ଯେଉଁ ଗାଡି ନେଇ ଯାଇଥିଲେ ସେମାନଙ୍କ ଗାଡିକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛନ୍ତି। ତେବେ ଅଭିଯୁକ୍ତ ଙ୍କୁ ଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଯାହା ସୂଚନା ମଳିିଛି। ତେବେ ବର୍ତ୍ତମାନ ଦେଖିବାର ବିଷୟ ରହିଛି ପ୍ରଶାସନ କେଉଁ ପ୍ରକାର ପଦକ୍ଷେପ ନେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।