ମୋତେ ବଞ୍ଚାଓ.. ବଞ୍ଚାଓ ମୁଁ ବୁଡିଯିବି… କଲି ଯାଇ ରୁ ଶୁଭୁଛି ଚିତ୍କାର..ହଠାତ୍ ଆସୁଛି କାଳବୈଶାଖୀ ନେଇଯାଉଛି ଜୀଵନ… ଦେଖନ୍ତୁ Video

ବନ୍ଧୁମାନେ ଆମ ସଂସ୍କୃତି ପରମ୍ପରା ଖୁବ ନିଆରା ଓ ଆମ ଦେବାଦେବୀ ମାନେ ବି ବିଚିତ୍ର। କିନ୍ତୁ ବିଶ୍ୱାସ ଓ ଭକ୍ତି ପାଇଁ ଆଜି ବି ପଥର ମୂର୍ତ୍ତି କଥା କହୁଛି ଓ ଡାକିଲେ କଥା ଶୁଣୁଛି ।ତେବେ ଓଡ଼ିଶାର ବି ପ୍ରତ୍ୟେକ ତୀର୍ଥ ସ୍ଥାନ କୁ ନେଇ ଅନେକ କିମ୍ବଦନ୍ତୀ ମାନ ରହିଛି ଯାହା ଆଜି ବି ଶୁଣିଲେ ସତ ବୋଲି ଭାବିବାକୁ ବାଧ୍ୟ ହେଉ ।ତେବେ ଆପଣ ମାନେ ମାଆ କାଲିଯାଇଙ୍କ କଥା ତ ଶୁଣିଥିବେ ତାଙ୍କ ଜୀବନକୁ ନେଇ ଗୋଟିଏ କାହାଣୀ ରହିଛି ଯାହା ଶୁଣିଲେ ଆଖିରୁ ଲୁହ ଚାଲି ଆସିବ ।

ତେବେ ପ୍ରତିବର୍ଷ କେତେ କେତେ ଦର୍ଶକ ମାଆଙ୍କୁ ଦର୍ଶନ କରିବାକୁ ଯାଆନ୍ତି ଚିଲିକା ହ୍ରଦକୁ ପାର କରି ।ତେବେ କାହାଣୀ ଅନୁସାରେ ମାଆ ବିବାହ କରି ଶାଶୁ ଘରକୁ ଯିବା ବେଳେ ଚିଲିକା ହ୍ରଦ ପାର କରୁଥିଲେ ଆଉ ସେତିକି ବେଳେ କାଳ ବୈଶାଖୀ ଆସିଥିଲା ଆଉ ଚିଲିକାର ଅଗଭିର ଗଣ୍ଡ ଭିତରେ ହଜି ଯାଇଥିଲେ କାଳିଜାଇ ।ସେହିଦିନ ଠାରୁ ସେ ମାଆ କାଳିଜାଇ ରୂପରେ ପୂଜା ପାଇ ଆସୁଛନ୍ତି, ତେବେ ମାଆଙ୍କୁ ଦର୍ଶନ କରିବାକୁ ହେଲେ ପାର ହେବାକୁ ପଡିବ ଚିଲିକା ହ୍ରଦ ।

ଆଉ ସେହି ହ୍ରଦ ପାର କଲେ ଯାଇ ଦର୍ଶନ ମିଳିବ ମାଆଙ୍କର, କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ଆଗରୁ କେବେ ହେଇ ନଥିଲା ।ତେବେ ଗତ ଦୁଇ ଦିନ ତଳେ କିଛି ଯାତ୍ରୀ ମାଆଙ୍କ ଦର୍ଶନ ପାଇଁ ଯାଇଥିଲେ ଆଉ ଦର୍ଶନ ସାରି ଫେରିବା ବାଟରେ କୁଆଡୁ ଆସିଲା କାଳବୈଶାଖୀ ଆଉ ବୁଡ଼େଇ ଦେଲା ଡ଼ଙ୍ଗାକୁ ।ତାପରେ ଡ଼ଙ୍ଗାରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ବିକଳରେ ସାହାରା ଖୋଜି ବୁଲିଥିଲେ ।ତେବେ ସେହି ଡ଼ଙ୍ଗାରେ ଡ଼ଙ୍ଗା ଚାଳକଙ୍କୁ ଧରି 12 ଜଣ ବ୍ୟକ୍ତି ଥିଲେ ଆଉ 11 ଜଣଙ୍କୁ ଉଦ୍ଧାର କରାଯାଇ ଥିଲା ।

କିନ୍ତୁ ଜଣଙ୍କର କିଛି ଖୋଜ ଖବର ମିଳି ନଥିଲା କିନ୍ତୁ ତାପର ଦିନ ଉଦ୍ଧାର ହେଇଥିଲା ସେହି ନିଖୋଜ ବ୍ୟକ୍ତିଙ୍କ ଶବ ।ତେବେ ସେହି ବ୍ୟକ୍ତି ଜଣଙ୍କ ଥିଲେ ରାଜକିଶୋର ଯିଏ ଦୀର୍ଘ ବାର ତେର ବର୍ଷ ହେଲା ଚିଲିକାରେ କୋଣସି ଜାଗାରେ ଠିକାଦାର କାମ କରିଥିଲେ ।ତେବେ ସବୁଠୁ ବଡ଼ କଥା ହେଲା ଏମିତି କେବେ ଡ଼ଙ୍ଗା ଆଗରୁ ବୁଡି ନଥିଲା ।ଆଉ ଏହି ଘଟଣା ପରେ ନାନା ଲୋକ ନାନା ମନ୍ତବ୍ୟ ଦେଇଛନ୍ତି, ଟ୍ରବେ କୁହାଯାଏ କି ଆଜି କୁଆଡେ ସନ୍ଧ୍ୟା ସମୟରେ ମାଆ କାଳିଜାଇ ଝିଅ ରୂପ ଧରି ବାପା ବାପା ବୋଲି ଡାକି ଥାଆନ୍ତି ।

ତେବେ ସତରେ କଣ ସେହି କଥା ସତ, ଆଉ ଏହି କାଳ ବୈଶାଖୀ ଓ ଡ଼ଙ୍ଗା ବୁଡିବା କଣ ପୁଣୀଥରେ ମାଆଙ୍କ ସହ ଘଟିଥିବା ଘଟଣାର ପୁନରାବୃତ୍ତି ।ତେବେ ଯାହାବି ହେଉ ଆଜି ବି ଲୋକ ମାନଙ୍କ ଭିତରେ ମାଆ କାଲିଯାଇଙ୍କୁ ନେଇ ଅନେକ ବିଶ୍ୱାସ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment