ଦେଖନ୍ତୁ Shocking ଭିଡ଼ିଓ : ଅକ୍ସିଜେନ ଅଭାବରୁ ମାଆ ର ସଙ୍କଟାପନ୍ନ ଅବସ୍ଥାରେ ମୁହଁ ଲଗାଇ ମାଆକୁ ଅମ୍ଳଜାନ ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଛି ଝିଅ, ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ

0

କରନା ନେଉଛି ଅନେକ ଜୀବନ। ଆଉ ଏବେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଚାଲିଛି ସଂଗ୍ରାମ। ଟିକିଏ ଅମ୍ଳଜାନ ଅଭାବରୁ ଚାଲି ଯାଉଛି ଅକାରଣରେ ଅନେକ ଜୀବନ।ଆଉ କରନା ର କରାଳ କାୟା ରେ କଲବଲ ହେଉଛି ସାରା ଦେଶ। ଆଉ ଏତିକି ବେଳେ ନିଜ ଜୀବନକୁ ବଞ୍ଚାଇବା ପାଇଁ, ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ସବୁଆଡେ ସଂଗ୍ରାମ।ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କ ନିକଟରେ ଅକ୍ସିଜେନ ର ସୁବିଧା ଠିକ୍ ଭାବରେ ଉପଲବ୍ଧ ହୋଇ ପାରୁ ନଥିବା କାରଣରୁ ଅମ୍ଳଜାନ ଅଭାବରୁ ଏଥିରେ ଚାଲି ଯାଉଚି ଅନେକ ଜୀବନ। ସେହିପରି ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି।

ବହାରାଇଚ ମେଡିକାଲ୍ କଲେଜ ରୁ ସାମ୍ନାକୁ ଆସିଲା ଭାବୁକ କରିଦେବା ଭଳି ଭିଡିଓ। ଅକ୍ସିଜେନ୍ ବିନା ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା, ଜୀବନ ସହ ସଂଗ୍ରାମ କରୁଥିବା ମାଆ କୁ ମୁହଁ ଦ୍ବାରା ଅମ୍ଳଜାନ ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଛି ଝିଅ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଅମ୍ଳଜାନ ଅଭାବରୁ ଅନେକ ସମୟ ଅର୍ଥାତ୍ ପାଖାପାଖି ଘଂଟାଏ ପର୍ଯ୍ୟନ୍ତ କଷ୍ଟ ପାଉଥିବା ଏହି ମାଆ କୁ ବଞ୍ଚାଇବାକୁ ଚେଷ୍ଟା କରୁଛି ଝିଅ। କାରଣ ତାଙ୍କୁ ଅକ୍ସିଜେନ୍ ମିଳି ପାରିଲା ନାହିଁ।

ଅନେକ ସମୟ ଅପେକ୍ଷା ପରେ ଯେତେବେଳେ ମାଆ ର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡିବାରେ ଲାଗିଲା ଏବଂ ସଙ୍କଟାପନ୍ନ ହେଲା ସେତେବେଳେ ଝିଅ ନିଜ ମାଆ କୁ ବଞ୍ଚାଇବା ପାଇଁ ମାଆର ମୁହଁ ରେ ନିଜ ମୁହଁ କୁ ଲଗାଇ ମାଆ କୁ ନିଃଶ୍ୱାସ ନେବାରେ ସାହାଯ୍ୟ କରିଥିଲା ଏବଂ ମାଆ କୁ ବଞ୍ଚେଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା।ଆଉ ଏହି ସମୟରେ ମାଆ ଝିଅର ଏପରି ଦୁଃଖଦାୟକ ଭାବ ପ୍ରବଣତା ର ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର ହେବା ପରେ ଲୋକଲୋଚନକୁ ଆସିଛି। ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସି ଯିବା ସ୍ୱାଭାବିକ। ଏପରି ଏକ କରୁଣ ଦୃଶ୍ୟ ଏହା ବୟାନ କରୁଛି ଯେ ଜୀବନ ବଞ୍ଚାଇବାକୁ କିପରି ଏବେ ମଣିଷ ଅହରହ ସଂଗ୍ରାମ ଜାରି ରଖିଛି ଏବଂ ଏପରି ପରିସ୍ଥିତି ଦେଇ ଗତି କରୁଛି।

ତେବେ ଏହି ଘଟଣାରେ ଜଣେ ଝିଅ ଯେପରି ଭାବରେ ମାଆର କଷ୍ଟକୁ ଦେଖି ନପାରି ମାଆକୁ ମୁହଁରେ ଅକ୍ସିଜେନ୍ ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଚି ତାହା ଏକ ଭିନ୍ନ ଚିତ୍ର ସୃଷ୍ଟି କରୁଛି। ସରକାର୍ ଏବଂ ପ୍ରଶାସନ ଉପଯୁକ୍ତ ମାତ୍ରାରେ ଅକ୍ସିଜେନ୍ ର ପରିମାଣକୁ ଉପଲବ୍ଧ କରିବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ କିନ୍ତୁ ଏଭଳି ସ୍ଥିତି ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। କେବଳ ଅନେକ ପ୍ରତିଶ୍ରୁତି ଏବଂ କାର୍ଯ୍ୟକାରିତା ବିଷୟରେ ବଖାଣିବା ଦ୍ବାରା ସ୍ଥିତି ଠିକ୍ ହୋଇ ଯାଇନଥାଏ, ପ୍ରକୃତରେ ଏଥିପ୍ରତି ଉଚିତ୍ ଦୃଷ୍ଟି ଦେଇ ପ୍ରଶାସନ ଏହାର ପ୍ରକୃତ କାର୍ଯ୍ୟକାରିତା ଏବଂ ସୁଲଭତା ଉପରେ ଉପଯୁକ୍ତ ପଦକ୍ଷେପ ନେବା ନିହାତି ଆବଶ୍ୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।