ପବିତ୍ର ରଜ ସଂକ୍ରାନ୍ତି {June15} ରେ ଭୁଲ ରେ ବି କରନ୍ତୁ ନାହିଁ ଏହି ୩ ଟି କାମ ନଚେତ ଘଟିପାରେ ଅଘଟଣ

0

ରଜ ପର୍ବ କେବଳ ଓଡ଼ିଶାରେ ପାଳନ ହେଉ ଥିବାରୁ ଏହାକୁ ଓଡିଶାର ନିଜ ପର୍ବ ଓଡିଆ ପର୍ବ ଭାବରେ ବିବେଚନା କରାଯାଏ। ପ୍ରତିବର୍ଷ ଆଷାଢ଼ ମାସ ପଡୁଥିବା ସଂକ୍ରାନ୍ତି କୁ ରଜ ସଂକ୍ରାନ୍ତି କୁହାଯାଏ। ଏହାକୁ ମିଥୁନ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ତେବେ ରଜର ପୂର୍ବଦିନ କୁ ପହିଲି ରଜ ଏବଂ ପରଦିନ କୁ ଭୂମି ଦହନ ବୋଲି କୁହା ଯାଇଥାଏ। ଭୂମି ଦହନ ରେ ଚାଷ ବାସ କିମ୍ବା ମାଟି ହାଣିବା କାର୍ଯ୍ୟ କରା ଯାଏ ନାହିଁ। ବସୁମତୀ ସ୍ନାନ ସହ ରଜ ପର୍ବ ପାଳନ ଶେଷ ହୋଇଥାଏ।ଏହି ମାସରେ ମାଟି ସହ ମେଘର ମିଳନ ହୋଇଥାଏ ଏବଂ ତାପରେ ଆସିଥାଏ ଚାଷ ଋତୁ। ରଜରେ ପାନ ଖାଇବା ସହ ପୋଡ଼ ପିଠା ହୋଇଥାଏ ଏବଂ ଝିଅ ମାନେ ଦୋଳି ଖେଳିଥାନ୍ତି।

ଆଉ ପୁଅ ମାନେ ଏହି ଦିନରେ କବାଡି ଏବଂ ଗୁଡ଼ି ଖେଳି ଏହାକୁ ଖୁସିର ସହ ପାଳନ କରନ୍ତି।ଗତବର୍ଷ କରୋନା ପାଇଁ ଗଣପର୍ବ ରଜ ଫିକା ପଡିଥିଲା। ଲକ୍‌ଡାଉନ୍‌ କଟକଣା ଯୋଗୁ ଲୋକେ ଘରୁ ପଦାକୁ ବାହାରି ନ ପାରିବାରୁ ରଜ ମଉଜ ଜମି ନ ଥିଲା। ଏବର୍ଷକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ସମସ୍ତେ। ହେଲେ ଏଥର ବି ସମାନ ସ୍ଥିତି। ତେବେ ବନ୍ଧୁଗଣ ଏହି ରଜ ପର୍ବରେ ଆପଣ ଭୁଲରେ ବି ଏହି ୩ ଟି କାମ କରନ୍ତୁ ନାହିଁ। ନହେଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ନାହିଁ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ଖରାପ୍ ହୋଇପାରେ। ତେବେ ଆସନ୍ତୁ ଜାଣିବା କଣ ଏହି ୩ ଟି କାମ?

୧) ନାରୀ ମାନେ ରନ୍ଧା ଖାଦ୍ୟ ଖାଆନ୍ତୁ ନାହିଁ- ରଜ ସମୟରେ ରନ୍ଧା ଖାଦ୍ୟ ନଖାଇ ପୋଡ଼ ପିଠା, ଫଳ ମୂଳ ଆଦି ଖାଆନ୍ତୁ।ଏହା ଆପଣଙ୍କ ପାଇଁ ବହୁତ୍ ଭଲ ହୋଇଥାଏ। ତେଣୁ ଆପଣ ଭାତ ଖାଆନ୍ତୁ ନାହିଁ।

୨) ଝିଅ ମାନେ ଖାଲି ପାଦରେ ଚାଲନ୍ତୁ ନାହିଁ– ରଜ ସମୟ ରେ ଝିଅ ମାନେ ଖାଲି ପାଦରେ ଚାଲନ୍ତୁ ନାହିଁ। କଦଳୀ ପାଟୁଆ ଚପଲ କରି ପିନ୍ଧି ପାରିଲେ ଏହା ଅଧିକ ଶୁଭ ହୋଇଥାଏ। ବସୁମତୀ ମାତା ଏହି ସମୟ ରେ ରଜଶୋଳା ହୋଇ ଥିବାରୁ ସେ ବହୁତ ଯନ୍ତ୍ରଣାରେ ରହିଥାନ୍ତି। ତେଣୁ ତାଙ୍କୁ ଆଉ ଅଧିକ ଯନ୍ତ୍ରଣା ନଦେବା ପାଇଁ ଏମିତି କରନ୍ତୁ ନାହିଁ।

୩) ଭୂମି କର୍ଷଣ କରନ୍ତୁ ନାହିଁ- ରଜ ତିନି ଦିନ ଭୂମି ମାଆ କୁ ବିଶ୍ରାମ ଦିଆ ଯାଇଥାଏ। ଏଥିପାଇଁ ରଜ ପ୍ରଥମ ଦିନରୁ ପ୍ରସ୍ତୁତି ଆରମ୍ଭ ହୋଇ ଶେଷ ଦିନ ପର୍ଯ୍ୟନ୍ତ ଏହା ଚାଲିଥାଏ। ଧରଣୀ ମାତା ଶେଷ ଦିନ ଅର୍ଥାତ୍ ୩ ଦିନ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି ଏହି ଦିନ।ଏହି ବସୁମତୀ ସ୍ନାନ ଦିନ ଧରଣୀ ମାତା ପ୍ରତି ଭକ୍ତି ଭାବ ଜାଗ୍ରତ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।