ସମାଜ ଯେତେ ସଭ୍ୟ ଆଡ଼କୁ ଗତି କରିଲେ ମଧ୍ୟ ଦିନକୁ ଦିନ ଅପରାଧ ବଢି ବଢି ଚାଲିଛି। ଆପଣ ମାନେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଦେଖିଥାନ୍ତି। ଏହି ସବୁ ଘଟଣା ମାନଙ୍କ ମଧ୍ୟରୁ , ଚୋରି, ଦୁଷ୍କର୍ମ, ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସିଥାଏ। ବର୍ତ୍ତମାନ ସମାଜରେ ଏହିସବୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ମାତ୍ରାରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ଏସିସବୁ ଅପରାଧ ମଧ୍ୟରୁ ଚୋରି ଏକ ସାଧାରଣ କଥା ହୋଇଗଲାଣି, ଦିନ ଦ୍ୱିପ୍ରହରରେ ଲୁଟ ହେଉଛି, ଧୀରେ ଧୀରେ ସମାଜରେ ଏହିଭଳି ଅନ୍ୟାୟ ଅତ୍ୟାଚାର ସୀମା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ଯୁଗରେ ଆମେ ଖୁବ ସହଜରେ ଏଭଳି ଘଟଣା ବିଷୟରେ ଅବଗତ ହୋଇ ପାରୁଛୁ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଘଟଣା ଘଟିଛି, ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ବାହାରକୁ ବାହାରିବା ପାଇଁ ଡ଼ରିବେ। ତେବେ ଏହି ଘଟଣାଟି ହେଉଛି, ଦିନ ଦ୍ୱିପ୍ରହରରେ, ATM ଭ୍ୟାନରୁ ଲକ୍ଷାଧିକ ଟଙ୍କା ଲୁଟ କଲେ, ଲୁଟେରା। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;
ସମଗ୍ର ଦେଶରେ କରନା ଠାରୁ ଲୋକମାନଙ୍କ ରୋଜଗାର ବନ୍ଧ ହୋଇଯାଇଛି। ଅନେକ ଲୋକ ଅର୍ଥନୈତିକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏଭଳି ପରିସ୍ଥିତିରେ କିଛି ଲୋକ ସର୍ଟକୋର୍ଟ ଉପାୟ ଅବଲମ୍ବନ କରୁଛନ୍ତି। ରାତା ରାତି ଧନୀ ହେବା ପାଇଁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଚୋରି, ଡକାୟତି ଭଳି ଅସମାଜିକ ପନ୍ଥା ଆପନାଉଛନ୍ତି। ତେବେ ପ୍ରତ୍ୟେକ ଦିନ ଲୁଟ ହେଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଯେଉଁ ଲୁଟ ହୋଇଛି, ତାହା ଆଠଗଡ଼ରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ATM କ୍ୟାସ୍ ଭ୍ୟାନ୍ ରୁ ଲୁଟ ହେବାର ପୂରା ଘଟଣା ହେଉଛି, ବ୍ୟାଙ୍କରୁ ଟଙ୍କା ଲୋଡ୍ କରିବା ପରେ ଭ୍ୟାନଟି ତିଗିରିଆ ଯାଉଥିବା ବେଳେ ଆଙ୍କୁଲା ଛକ ପଟାସ ବଣୀ ନିକଟରେ କିଛି ଦୁର୍ଭୁତ ମୁଖା ପିନ୍ଧି ଏକ କାରରେ ଆସି ATM ଭ୍ୟାନ୍ କୁ ଅଟକାଇ ଦେଲେ।
ଏହା ପରେ କର୍ମଚାରୀ ମାନଙ୍କୁ ଧମକ ଦେଇ, ସମସ୍ତ ଟଙ୍କା ଲୁଟି ନେଇଥିଲେ। ଏହା ପରେ ପୋଲିସ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା, ଲୁଟ ପଇସାକୁ ପୁଲିସ ଗଣତି କରୁଛନ୍ତି। ଏହା ପରେ ବର୍ତ୍ତମାନ ଅଭିଯୁକ୍ତ ମାନଙ୍କୁ ପୋଲିସ ପଚରା ଉଚରା କରୁଛନ୍ତି। ଏକଥା ମଧ୍ୟ ସାମ୍ନାକୁ ଆସିବ ଯେ ପୋଲିସ ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ। ତେବେ ବନ୍ଧୁଗଣ ଆପଣ ମାନେ ହିଁ ବିଚାର କରନ୍ତୁ, ଏହିଭଳି ପ୍ରତ୍ୟେକ ଦିନ ଅପରାଧ ବଢ଼ିବାର କାରଣ କଣ, କଣ କଲେ ଆମ ଦେଶରେ ଏଭଳି ଅପରାଧକୁ ରୋକାଯାଇ ପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।