ପାକିସ୍ତାନ ରୁ ଅଶ୍ଳୀଳ ଭିଡ଼ିଓ ଚାଟ ! ଯୁବତୀଙ୍କୁ ଦେଇ ପୁଳା ପୁଳା ଟଙ୍କା…ଦେଖନ୍ତୁ ଭିଡ଼ିଓ

0

ସମାଜରେ ଅନ୍ୟାୟ, ଅତ୍ୟାଚାର ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି।ଚୋରି,ଡକାୟତ,ହତ୍ୟା ଓ ଖରାପ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଖରାପ ଆଡକୁ ବହୁତ ମାତ୍ରାରେ ଗତି କଲେଣି। ସେମାନେ ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ ସମାଜକୁ ଖାତିର ନକରି ବା ଆଇନକୁ ମଧ୍ୟ ଭୟ କରନ୍ତି ନାହିଁ। ଯାହା ଫଳରେ କି ସେମାନେ ଅତି ନୀଚ୍ଚ କାମ କରିବା ସହ ଖରାପ କାର୍ଯ୍ୟ ମଧ୍ୟ କରୁଛନ୍ତି ଓ ଶେଷରେ ବହୁତ ବଡ଼ ଅସୁବିଧାର ମଧ୍ୟ ସମ୍ମୁଖିନ ହେଉଛନ୍ତି। ଏସବୁ ଘଟଣା ବ୍ୟତୀତ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ଦରକାର ପଡ଼ିଲେ ଦେଶକୁ ବିକ୍ରି କରିବା ପାଇଁ ପଛାଉନାହାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ଅନୁଭବ କରିବେ ଏବଂ ଆପଣଙ୍କ ପାଟିରୁ କେବଳ ଗୋଟିଏ କଥା ବାହାରିବ, ‘ଦେଶଦ୍ରୋହୀ’ ତେବେ ଘଟଣାଟି ହେଉଛି, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ତଥ୍ୟ ପାକିସ୍ତାନ ଯୁବତୀଙ୍କୁ ଲିକ କରିଥିବା ୪ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ପାକିସ୍ଥାନୀ ମହିଳାଙ୍କ ସହ ୪ ଜଣ ଠିକାଦାର କର୍ମଚାରୀଙ୍କ ସମ୍ପର୍କ ରହିଛି। ସେମାନଙ୍କ ମଧ୍ୟରୁ ବସନ୍ତ ବେହେରା ନାମକ ଜଣେ ଯୁବକଙ୍କର ଅଧିକ ନିବିଡ଼ ସମ୍ପର୍କ ରହିଛି। ସେହି ପାକ ମହିଳାଙ୍କ ସହ ପ୍ରଥମେ ସେମାନେ ହ୍ଵାଟସପରେ ଚାଟିଙ୍ଗ କରିବା ଆରମ୍ଭ କରି ଦେଇଥିଲେ। ସେମାନେ ମହିଳାଙ୍କ ସହ ଅତି ନିବିଡ଼ ହେବା ପରେ ଅଶ୍ରୀଳ ଭିଡ଼ିଓ ମଧ୍ୟ ପଠାଇ ଥିଲେ। ସେମାନେ ମହିଳାଙ୍କ ସହ ପ୍ରତିଦିନ ଯୋଗାଯୋଗର ରହି ଥାଆନ୍ତି।

ତେବେ ମହିଳା ଜଣଙ୍କ ହନିଟ୍ରାକ ଜରିଆରେ ସେମାନଙ୍କୁ ଫସାଇ ଦେଇ ଥିଲେ। କ୍ଷେପଣାସ୍ତ୍ର ଘାଟିର କ୍ୟାମ୍ପସ ଭିତରେ ଥିବା ଷ୍ଟେଟବ୍ୟାଙ୍କରେ ଟଙ୍କା କାରବାର କରିବା ସହ ବିଦେଶୀ ମୁଦ୍ରା ମଧ୍ୟ କାରବାର କରିଥିଲେ। ଏହି ଘଟଣା ଜାଣିବା ପରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ଏହି ଘଟଣାକୁ ଜିଲ୍ଲା ପୋଲିସ କ୍ରାଇମବ୍ରାଞ୍ଚ ଟିମକୁ ହସ୍ତାନ୍ତରିତ କରି ଦେଇ ଥିଲା। ବାଲେଶ୍ଵରରେ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ ବା DRDO ପହଁଛି ଯାଇଛନ୍ତି। ଏହି ଘଟଣାର ଆହୁରି ସତ୍ୟା ସତ୍ୟ ଜାଣିବା ପାଇଁ ତଦନ୍ତ ମଧ୍ୟ ଜାରି କରା ଯାଉଛି। ଆମର ମଧ୍ୟ ପ୍ରଶାସନ ନିକଟରେ ବିନୀତ ଅନୁରୋଧ ଏଭଳି ଦେଶଦ୍ରୋହୀଙ୍କୁ କଠୋର ଦଣ୍ଡ ମିଳିବା ଦରକାର ଏପରି କରିବା ଦ୍ୱାରା ଏଭଳି ଭୂଲ କାମ କରିବା ପୂର୍ବରୁ ହଜାରେ ଥର ଭାବିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।