ଦେଖନ୍ତୁ ଭିଡ଼ିଓ : ପାଞ୍ଚବର୍ଷର ଶିଶୁ କନ୍ୟାକୁ ଚକୋଲେଟ୍ ଲୋଭ ଦେଖାଇ ଦୁଷ୍କର୍ମ କଲା ରାକ୍ଷସ…..

0

ପୁଣି ସୀମା ଟପିଲା ମଣିଷ। ପାଞ୍ଚ ବର୍ଷର ଶିଶୁ କୁ ବେହୋସ୍ କରି ଦୁଷ୍କର୍ମ କଲା ସୈତାନ୍। ଆଉ ଏହି ଘଟଣା ବିଷୟରେ ଜାଣିବା ପରେ ଆପଣ ଚିହ୍ନା ଜଣା ଲୋକଙ୍କୁ ବିଶ୍ବାସ କରି ପାରିବେନି। ଯାଜପୁର ରେ ଘଟିଥିବା ଏହି ଘଟଣା ଜାଣିବା ପରେ ଆପଣ ବି ସନ୍ଦେହ କରିବେ ନିଜ ପଡୋଶୀ ଙ୍କୁ। ଆଉ ଭାବିବାକୁ ବି ବାଧ୍ୟ ହେବେ ଯେ ସତରେ କଣ ଏହି ମନିଷ ଏତେ ନୃଶଂସ ହୋଇପାରେ। ମାତ୍ର ୫ ବର୍ଷର ଝିଅ ସେ ଥିଲା।ସେ କେମିତି ବୁଝିବ କିଏ କେମିତି ନଜରରେ ତାକୁ ଦେଖୁଚି ବୋଲି। ତା ପ୍ରତି କାହାର କିପରି ଭାବନା ସେ ବା ଜାଣିବ କେମିତି।ଦିନକୁ ଦିନ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ବଢ଼ିବାରେ ଲାଗିଛି।

ପୀଡ଼ିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେଉଛି ପ୍ରତିଦିନର ଖବର କାଗଜ ପୃଷ୍ଠା। ମହମବତୀ ଶୋଭାଯାତ୍ରା ଭିତରେ ନ୍ୟାୟ ପାଇଁ ସ୍ୱର ତ ଉଠୁଛି ହେଲେ ସମୟ ଚକ୍ରରେ ତାହା ଶୀଘ୍ର ମଳିନ ବି ପଡି ଯାଉଛି।ଆଉ ମିଛ ସତର ସାବୁନ୍ ରେ ଗାଧୋଇ ପଡୁଛି ସୈତାନ। ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ କରୁଛି । କେଉଁଠି ପରିବାର ର ପ୍ରତିଜ୍ଞା ଆଗରେ ମୁଣ୍ଡ ନୁଆଁଉଛି ନ୍ୟାୟ ତ ଆଉ କେଉଁଠି କାଗଜ ପତ୍ର ର ବିଡା ଭିତରେ ନ୍ୟାୟ ବେକରେ ବନ୍ଧା ହେଉଛି ଏକ ଶକ୍ତ ଫିତା।

ଆଇନ୍ ର ଗଳା ବାଟ କୁ ଆପଣେଇ ସୈତାନ୍ ଏବଂ ଦୁଷ୍କର୍ମ କାରୀ ମାନେ ଖସି ଯିବାକୁ ପ୍ରୟାସ କରୁଥିବା ବେଳେ କିନ୍ତୁ ସବୁ ସମୟରେ ସଫଳ ହୋଇ ନପାରୁ ଥିଲେ ବି ଅଧିକାଂଶ କ୍ଷେତ୍ରରେ ସେମାନେ ବେଶ୍ ଏହାର ଫାଇଦା ଉଠାଇ ପାରୁଛନ୍ତି। ଯାହା ପୀଡ଼ିତା କୁ ଦେଉଛି ଆହୁରି ଅଧିକ କଷ୍ଟ। ଅକ୍ଷମଣୀୟ ଅପରାଧ ସଦୃଶ ଏହିଭଳି କଳା କାରନାମା ପାଇଁ ସେହିଭଳି ଶକ୍ତ ଆଇନ୍ କାନୁନ୍ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ନିୟାମକ ନଥିବାରୁ ଅପରାଧୀ ଆଜି ଲଗାମ ଛଡ଼ା ହୋଇ ବୁଲୁଛି। ଏଠାରେ ଏହି ଘଟଣାରେ ବିହାରୀ ପଞ୍ଚାୟତ ର ପ୍ରଫୁଲ୍ଲ ପଣ୍ଡା ନଷ୍ଟ କରିଦେଲା ଜଣେ ଶିଶୁର ଶୈଶବ।

ପିଲାଟି ଖେଳୁଥିବା ସମୟ ରେ ତାକୁ ଚକୋଲେଟ୍ ର ଲୋଭ ଦେଖାଇ ତାକୁ ଖେଳନା ଭଳି ବ୍ୟବହାର କରିଥିଲା। ଆଉ କଷ୍ଟ ସହି ନପାରି ପିଲାଟି ରଡ଼ିରେ କାନ୍ଦିଲା। ତାପରେ ପିଲାକୁ ଛାଡି ପଳେଇଥିଲା ସୈତାନ୍। ତେବେ ମୂର୍ମୁଷ ଅବସ୍ଥାରେ ଶିଶୁକୁ ପ୍ରଥମେ ଯାଜପୁର ମୁଖ୍ୟ ଡାକ୍ତରଖାନା ଓ ପରେ ଗୁରୁତର ହେବାରୁ କଟକ ହସ୍ପିଟାଲ କୁ ଶିଶୁକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପ୍ରଫୁଲ୍ଲ ପଣ୍ଡାକୁ ପୋଲିସ୍ ଧରି ତାର ଡାକ୍ତରୀ ମାଇନା କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଏବେ ତାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।