୫ ମାସର ଶିଶୁ ପାଇଁ ୬ କୋଟି ଟଙ୍କାର ସହାୟତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଛୋଟ ଛୁଆର ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ…

0

ପରିବାରକୁ ପିଲାଟିଏ ଆସିଲେ ସମସ୍ତେ ଖୁସି ହୁଅନ୍ତି। ପରିବାର ଉତ୍ସବ ମୁଖର ହୋଇ ଉଠେ। ନବଜାତ ଶିଶୁ କୁ ସ୍ବାଗତ କରି କେତେ ଯେ ଖୁସି ମଜା କରନ୍ତି ଉଭୟ ବାପା ମାଆ ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ। କିନ୍ତୁ ଯଦି ଗୋଟିଏ ଶିଶୁ ଜନ୍ମ ହେବା ପରେ ପରିବାର ଦୁଃଖରେ ଭାଙ୍ଗି ପଡନ୍ତି ତେବେ ସେ ପରିବାରରୁ ଖୁସି ସବୁଦିନ ପାଇଁ ହଜିଯାଏ। କାରଣ ଶିଶୁ ର ଯତ୍ନ ନେବା ତାକୁ ଭଲ ଭାବରେ ଲାଳନ ପାଳନ କରିବା ପାଇଁ ପରିବାର ସଦସ୍ୟ ଚିନ୍ତିତ ରୁହନ୍ତି।

ତେବେ ଆମେ ଆଜି ଆପଣଙ୍କୁ ସେମିତି ଜଣେ ଶିଶୁକନ୍ୟା କଥା କହିବାକୁ ଯାଉଛୁ ଯାହାକୁ ଜନ୍ମ ହେବାର ୬ମାସ ବି ହୋଇନି, କିନ୍ତୁ ସେ ପ୍ରତିଦିନ ନିଜ ଜୀବନ ସହ ସଂଘର୍ଷ କରି ଚାଲିଛି ବଞ୍ଚିବା ପାଇଁ।

ତେବେ ସେହି ଶିଶୁ କନ୍ୟା ଜଣଙ୍କର ନାମ ହେଉଛି ତୀରା କାମତ। ଯିଏକି ଏକ ବିରଳ ରୋଗରେ ଆକ୍ରାନ୍ତ ଅଛନ୍ତି।ଏହି ରୋଗକୁ ସ୍ପାଇନାଲ୍ ମସ୍କୁଲର ଏଟ୍ରୋଫୀ ବା SMA କୁହାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଏଭଳି ଏକ ରୋଗ, ଯାହାର ଚିକିତ୍ସା କେବଳ ଏକ ବିଶେଷ ଇଞ୍ଜେକ୍ସନ୍ ଦ୍ୱାରା ସମ୍ଭବ ଅଟେ। ଯେଉଁ ଇଞ୍ଜେକ୍ସନ ର ନାମ ହେଉଛି Zolgensma। ତେବେ ଏହି ଶିଶୁଟି ଏଥିପାଇଁ ସଙ୍ଘର୍ଷ କରୁଥିବା ବେଳେ ବାପା ମାଆ ମଧ୍ୟ ପିଲାକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିବାରେ ଲାଗିଛନ୍ତି।

ଏହି ରୋଗ ପାଇଁ ଆବଶ୍ୟକ ଇଞ୍ଜେକସନ ଆମେରିକାରୁ ଆସୁଥିବା କାରଣରୁ ଏହାର ସମସ୍ତ ଚାର୍ଜ, ଇମ୍ପୋର୍ଟ ଡ୍ୟୁଟି ଓ ଟ୍ୟାକ୍ସକୁ ମିଶାଇ ସର୍ବମୋଟ୍ ୨୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏତେ ମାତ୍ରାରେ ଟଙ୍କା ଯୋଗାଡ କରିବା ବାପା ମାଆ ଙ୍କ ପକ୍ଷରେ ସମ୍ଭବ ପର ହେଉନାହିଁ।ତେବେ ସୂଚନା ଅନୁସାରେ ସୋସିଆଲ ମିଡିଆରେ ଏକ ପେଜ୍ ତିଆରି କରି ଏହି ଶିଶୁ ତୀରାର ମାତାପିତା ପାଖାପାଖି ୧୫କୋଟି ଟଙ୍କା ଯୋଗାଡ଼ କରିଥିବା ଜଣା ପଡ଼ିଛି।

ଜଣେ ମଧ୍ୟବର୍ଗୀୟ ପରିବାର ପାଇଁ ଏହି ରୋଗର ଚିକିତ୍ସା କରାଇବା ସମ୍ଭବ ହୋଇ ନଥିବା ବେଳେ ଏଭଳି ସ୍ଥିତିରେ କୁନି ଶିଶୁର ବାପା ମିହିର କାମତ ଓ ମା’ ପ୍ରିୟଙ୍କା କ୍ରାଉଣ୍ଡଫଣ୍ଡିଂ ଜରିଆରେ ଏହି ଟଙ୍କା ଜମା କରିଛନ୍ତି ବୋଲି ଜଣା ପଡ଼ିଛି।

ତେବେ ଏହା ଜଣା ପଡ଼ିଛି ଯେ ଶିଶୁଟିର ଚିକିତ୍ସାରେ ୬.୫ କୋଟି ଟଙ୍କାର ଟ୍ୟାକ୍ସ ଦରକାର ଥିବା ବେଳେ ବିଜେପି ନେତା ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହସ୍ତକ୍ଷେପ ପରେ ମୋଦି ସରକାର ଇଞ୍ଜେକ୍ସନ ଉପରେ ଲାଗିବାକୁ ଥିବା ସମସ୍ତ ଟ୍ୟାକ୍ସ ଛାଡ଼ କରି ଦେବାକୁ ଘୋଷଣା କରିଛନ୍ତି।ତେବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ବିଷୟରେ ମୋଦିଙ୍କୁ ଜଣାଇବା ପରେ ପ୍ରଧାନମନ୍ତ୍ରୀ ଏହି ଭଳି ଏକ ପଦକ୍ଷେପ ନେଇଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ଇଞ୍ଜେକସନ ଆମେରିକାରୁ ଆସିବାକୁ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।