ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ଖେଳ ଆରମ୍ଭ କରିଦେଲେ ଅପରାଜିତା ଷଡ଼ଙ୍ଗୀ ଜାଣନ୍ତୁ ତାଙ୍କର ନୂଆ ଫର୍ମୁଲା କ’ଣ କ’ଣ

0

ନମସ୍କାର ବନ୍ଧୁଗଣ, ନମସ୍କାର ବନ୍ଧୁଗଣ, ଗଣତନ୍ତ୍ରର ନିୟମ ଅନୁସାରେ ସାଧରଣ ଜନତାଙ୍କ ସେବା କରିବା ପାଇଁ, ଆମ ମାନଙ୍କ ମଧ୍ୟରୁ ଜଣଙ୍କୁ ରାଜନେତା ହିସାବରେ ବାଛିଥାଉ। ଯେପରି ଘର ଚଳାଇବା ପାଇଁ ଘରେ ଜଣେ ମୁଖ୍ୟ ରହିବା ଆବଶ୍ୟକ ଠିକ ସେହିପରି ଦେଶ ରାଜ୍ୟ ଉପଯୁକ୍ତ ମାର୍ଗରେ ଚଲାଇବା ପାଇଁ ଆମେ ନିଜେ ହିଁ ଭୋଟ ଦେଇ ଏକ ନେତାକୁ ବାଛି ଥାଉ। କିନ୍ତୁ ଆଜି କାଲିର ଯେଉଁ ରାଜନେତା ମାନେ ଭୋଟ ପାଇଁ ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ ଶାସନ ଗାଦିରେ ବସବା ପରେ ସେମାନେ ଲୋକମାଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁ ଭୁଲି ଯାଆନ୍ତି। ଆପେ ବଞ୍ଚିଲେ ବାପର ନା, ଭଳି କାର୍ଯ୍ୟ କରୁଛନ୍ତି। କିନ୍ତୁ ସବୁ ରାଜନେତା ମାନେ ଏକା ଭଳିଆ ନଥାନ୍ତି ଏମିତି କିଛି ନେତା ଅଛନ୍ତି। ଯେଉଁ ମାନେ ନିଜର କର୍ମକୁ ଆଗ ଭାବି କାର୍ଯ୍ୟ କରିଥାନ୍ତି।

ତେବେ ଆମ ସମ୍ବିଧାନ ନିୟମ ଅନୁସାରେ, ବିରୋଧୀ ଦଳର ନେତା ରହିଥାନ୍ତି, ଶାସକ ଦଳର କାର୍ଯ୍ୟକଳାପକୁ ତଦାରଖ କରିବା, ଆମ ଓଡ଼ିଶା କଥା ଦେଖନ୍ତୁ, ବିଜୁ ଜନତା ଦଳ ଦୀର୍ଘ ୨୦ ବର୍ଷ ଧରି ସାରା ଓଡ଼ିଶାରେ ଶାସନ କରୁଛି। ବାରମ୍ବାର ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଜିତେଇ ଆସୁଛନ୍ତି। ଦିନ ଥିଲା କଂଗ୍ରେସ ଶାସନ କରୁଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଏକ ଦୃଡ଼ ବିରୋଧୀ ଦଳ ଭାବରେ ଠିଆ ହେବା ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନାହିଁ।

ବର୍ତ୍ତମାନ ସମୟରେ କେନ୍ଦ୍ରର ଶାସନ କରୁଥିବା, ବିଜେପି ଓଡ଼ିଶାରେ ନିଜର ଏକ ସୁଦୃଢ଼ ଦଳ ଭାବରେ ଠିଆ ହୋଇ ପାରିଛି। ନିକଟରେ ଯେଉଁ ନିର୍ବାଚନ ଗଲା, ସେଥିରେ ଭଲ ପ୍ରଦର୍ଶନ କରିଥିଲା ବିଜେପି, ମମତା ଷଡ଼ଙ୍ଗୀ ମଧ୍ୟ ବିଜେପି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, କହିଲେ କିଛି ଭୂଲ ହେବ ନାହିଁ। ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ କିଭଳି ଭାବରେ ଭୋଟ ହାତା ଯାଇ ପାରିବ, ସେ ପାଠ ପଢ଼ା ଇଛନ୍ତି। ସମବାର ମାଷ୍ଟ୍ରାଣି ଭଳି କ୍ଲାସ ନେଇଥିଲେ, ଅନ୍ୟାନ୍ୟ ନେତା ସମେତ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଆଜ୍ଞାଧୀନ ଛାତ୍ର ଭାବରେ ଚୁପଚାପ ହୋଇ ଶୁଣୁଥିଲେ।

ନିଜେ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରି ସାର୍ଵ ଜନୀନ କରିଛନ୍ତି। ବିଜେପି ଦଳୀୟ ନେତାମାନଙ୍କ କହିବା କଥା, ଯେ ବିଗତ ନିର୍ବାଚନ ରେ ଅଧା ନେଇଥିଲୁ, କିନ୍ତୁ ବର୍ତ୍ତମାନ ପୂରା ନେବୁ। କେହି ଆମକୁ ରୋକି ପାରିବେ ନାହିଁ। ଜନସାଧରଣ ବର୍ତ୍ତମାନ ସମୟରେ ସଜାଗ ହୋଇଗଲେଣି, ଏତେ ବର୍ଷ ନିର୍ବାଚନରେ ରହିବା ପରେ ଆମ ଓଡିଶାରେ କିଛି। ପରିବର୍ତ୍ତନ ହୋଇନାହିଁ, ତେଣୁ ସେମାନଙ୍କ କଥା ଯଦି ଉନ୍ନତି ଦେଖିବା ପାଇଁ ଚାହୁଁଛ, ତାହାଲେ ବିଜେପିକୁ ସୁଯୋଗ ଦିଆ ତାପରେ ଓଡ଼ିଆରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଆମେ ମଧ୍ୟ ଦେଖିବା ଆମ ଜନତା କାହାକୁ ଚୟନ କରୁଛନ୍ତି। କାରଣ ନିଜ ଭବିଷ୍ୟତ ନିଜ ହାତରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।