ପାନେ ଖାଇଲେ ଅତିରିକ୍ତ ତହସିଲଦାର ମାଡାମ୍‌… ଦେଖନ୍ତୁ Video

0

ଏବେ ସାମ୍ନାକୁ ଆସିଛି ଏକ ଏମିତି ଖବର ଯାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ଜନ ସାଧାରଣ ଙ୍କ ମନରେ। ଏଠାରେ ଅତିରିକ୍ତ ତହସିଲଦାର ଏବଂ ତାଙ୍କ ଟିମ୍ ଙ୍କ ଏକ ଏପରି କାମ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ଯାହା ଜଣା ପଡ଼ିଛି ନିର୍ବାଚନ ପୁର୍ବରୁ ଏଠାରେ ବେନର ଉଚ୍ଛେଦ କରିବା କାମ ଚାଲିଥିଲା। ଏଠାରେ ସରକାରୀ ଜମିରୁ ନିର୍ବାଚନୀ ପ୍ରଚାର ବ୍ୟାନର୍ ଉଚ୍ଛେଦ କରିବା ପାଇଁ ଯାଇ ଅତିରିକ୍ତ ତହସିଲଦାର ଏବଂ ତାଙ୍କ ଟିମ୍ ହଟହଟା ହୋଇଛନ୍ତି। ତେବେ ଅତିରିକ୍ତ ତହସିଲଦାର ଙ୍କ ଏପରି କାମର ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି।

ଯାହା ଜଣା ପଡ଼ିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ର ମିର୍ଜାପୁର ଗ୍ରାମରେ ଏହିଭଳି ଘଟଣା ଘଟିଛି। ସୂଚନା ଅନୁସାରେ ମିର୍ଜାପୂର ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରୁ ବେଆଇନ ଭାବରେ ଲଗା ଯାଇଥିବା ବ୍ୟାନର କୁ ଚିରିବା ବେଳେ ଅନିୟମିତତା ହୋଇଥିବା କୁହା ଯାଉଛି। ଏଠାରେ ଏହି ବ୍ୟାନର ଚୀରିବା ସମୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ତିତ ପ୍ରାର୍ଥୀ ଙ୍କ ବ୍ୟାନର ଚିରା ଯାଇ ନଥିବା ଅଭିଯୋଗ କରି ସାଧାରଣ ଲୋକେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଗାଡିକୁ ଘେରିଥିଲେ। ଆଉ ଏହାପରେ ସେମାନେ ଗାଡିକୁ ଅଟକାଇ ଏଭଳି କାହିଁକି ହୋଇଛି ବୋଲି ପଚରିଥିଲେ। ତେବେ ଏହା ଶୋଭାନୀୟ ନୁହେ ଏଵଂ ଜାଣିଶୁଣି ଏହା କରା ଯାଇଛି ବୋଲି ସେମାନେ ଅଭିଯୋଗ କରିଥିଲେ।

ପରେ ଏପରି ଅଭିଯୋଗ ପରେ ପୁଣିଥରେ ତହସିଲଦାର ଙ୍କ ଟିମ୍ ବାକି ଲାଗିଥିବା ସବୁ ବ୍ୟାନର କୁ ଯାଇ ଚିରି ଦେଇଥିଲେ। ଆଉ ସେ ଏପରି କାହିଁକି କରିଥିଲେ ବୋଲି ପଚାରିବାରୁ ସେ କଣ କହୁଛନ୍ତି ଥରେ ଆପଣ ମାନେ ଶୁଣନ୍ତୁ।ସେ କହୁଛନ୍ତି ଯେ ସେ ନଦେଖି ଏସବୁ ବ୍ୟାନର କୁ ଛାଡି ଦେଇ ପଳାଇଥିଲେ ଏବଂ ଏହା ତାଙ୍କ ପକ୍ଷରେ ଭୁଲ ହୋଇ ଯାଇଥିଲା। ତେବେ କିନ୍ତୁ ଉପସ୍ଥିତ ଲୋକେ କହିଥିଲେ କି ଏହା ଜାଣିଶୁଣି କରା ଯାଇଛି। କାରଣ ଏକ ନିର୍ଦ୍ଦିଷ୍ଟ ଦଳର ବ୍ୟାନର କୁ ଚିରା ଯାଇଥିବା ବେଳେ ଆଉ ଏକ ଦଳ ର ବ୍ୟାନର କୁ ସେହିପରି ଛାଡି ଦିଆ ଯାଇଥିଲା।ଏହି ଘଟଣାର ସ୍ପଷ୍ଟ ଚିତ୍ର ଆପଣ ଏଠାରେ ଦେଖି ପାରୁ ଥିବେ ନିଶ୍ଚିତ।

ତେବେ ଏହି ବ୍ୟାନର ଚିରିବା ସମୟରେ ଏପରି କରିବା ଏବଂ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ତିତ ପ୍ରାର୍ଥୀ ଙ୍କ ବ୍ୟାନର ଚିରା ଯାଇ ନଥିବା ଅଭିଯୋଗ ଆସିବା ବସ୍ତବରେ ଏକ ଗ୍ରହଣୀୟ ଘଟଣା ନୁହଁ। ତେବେ ଏହାକୁ ବିରୋଧ କରି ସାଧାରଣ ଲୋକେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଗାଡିକୁ ଘେରିଥିଲେ। ଏହାପରେ ସେମାନେ ମିଡ଼ିଆ କୁ ଡାକିବା କଥା ମଧ୍ଯ କହୁଛନ୍ତି।ଏହି ଘଟଣା ଘଟିବା ପରେ ରାଜନୀତିକ ବୟାନ ବାଜି ମଧ୍ଯ ଲୋକଙ୍କ ଭିତରେ ଶୁଣିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।