ଦେଖନ୍ତୁ ଭିଡ଼ିଓ : ପପୁ ପମ ପମ ମାଉସୀ ଙ୍କୁ ଦେବେ ଗୀତ ଗାଇବାର ସୁଯୋଗ, ଚାରିଆଡେ ଖୁସିର ଲହରୀ….

0

ଓଲିଉଡ ର ହାସ୍ୟ କଳାକାର ଏବଂ ଅଭିନେତା ପପୁ ପମପମ୍ ଅନେକ ସମୟରେ ନିଜର ବିଭିନ୍ନ କାର୍ଯ୍ୟ କଲାପ ପାଇଁ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏବେ ପୁଣି ସେ ଲୋକ ଲୋଚନକୁ ଆସିଛନ୍ତି ତାଙ୍କର ଏକ କାର୍ଯ୍ଯ ପାଇଁ।ସେ ଜଣେ ମହିଳା ଙ୍କୁ ଗୀତ ଗାଇବାର ସୁଯୋଗ ଦେବାକୁ ସ୍ଥିର କରିଛନ୍ତି ତାଙ୍କର ଗୀତ ପ୍ରତି ଥିବା ଅହେତୁକ ଭଲ ପାଇବା କୁ ଦେଖି ଏବଂ ସ୍ୱରର ଯାଦୁ କୁ ଦେଖି। ତେବେ ଏହି ମହିଳା ଜଣଙ୍କ ର ସଂସ୍ପର୍ଶରେ ସେ ଆସିବା ମାତ୍ରେ ତାଙ୍କୁ ଏହା ବହୁତ୍ ଭଲ ଲାଗିଥିଲା। ତେବେ ଏହା ତାଙ୍କୁ ମୁଗ୍ଧ କରିଥିଲା। ତେଣୁ ସେ ଏଥିପାଇଁ ପ୍ରତିକ୍ରିୟା ଶିଳ ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଏକ ଭିଡିଓ ମାଧ୍ୟମରେ।

ତାଙ୍କର ଏହି ଭିଡିଓ ରେ ସେ ଏହା କହୁଥିବା ର ନଜର ଆସିଛନ୍ତି ଯେ ସେ ଉକ୍ତ ମହିଳାଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି। ଏହାଛଡ଼ା ସେ କହୁଛନ୍ତି ଯେ ତାଙ୍କର ସ୍ୱର ତାଙ୍କୁ ବେଶ୍ ଆକର୍ଷିତ କରିଛି। ସ୍ବରରେ ଏକ ଭିନ୍ନ ଅନ୍ଦାଜ ଶୁଣିବାକୁ ମିଳୁଛି। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ତାଙ୍କର ସ୍ବରରେ ସେମିତି କିଛି ରହିଛି ଯାହା ପ୍ରସ୍ଫୁଟିତ ହେଉଛି। ବଣ ମଲ୍ଲି ବଣରେ ଫୁଟି ଝଡି ଯାଇଥାଏ ଯଦି ତାର ପ୍ରତିଭା କୁ ବିକଶିତ କରା ନଯାଏ। ସେହିପରି ଏ ମାଉସୀ ଜଣଙ୍କ ହେଉଛନ୍ତି ବାସ୍ତବରେ ପ୍ରତିଭା ର ଅଧିକାରୀ। ତାଙ୍କର ଯେମିତି ପ୍ରତିଭା ରହିଛି ତାହା ବାସ୍ତବରେ ସମସ୍ତଂକ ପାଇଁ ପ୍ରେରଣା ଭଳି।

ତାଙ୍କର ଏହି ପ୍ରତିଭା ପାଇଁ ତାଙ୍କୁ ମୁଁ ଗୀତ ଗାଇବାକୁ ସୁଯୋଗ ଦେବାକୁ ଯାଉଛି।ତେବେ ପପୁ ପମପମ୍ ଙ୍କ ଏଭଳି ସୋସିଆଲ ମିଡିଆରେ ବୟାନ ପରେ ଲୋକେ ତାଙ୍କୁ ସମାଲୋଚନା କରିବା ସହିତ ତାଙ୍କର ଏପରି କଥା ପାଇଁ ଅନେକ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ସେମାନେ କହିଛନ୍ତି ଏ ମାଉସୀ ଜଣଙ୍କର କେଉଁ ସ୍ୱର ର ତାତ୍ପର୍ଯ୍ୟ ରହିଛି ଯେ ତାଙ୍କୁ ପପୁ ପମପମ୍ ନେଇ ଗୀତ କରିବାକୁ ଚାହୁଁଛନ୍ତି। ଆଉ କିଏ କିଏ କହିଛନ୍ତି ଯେ ପପୁ ପମପମ୍ ଶସ୍ତା ଲୋକପ୍ରିୟତା ପାଇବା ପାଇଁ ଏମିତି କାମ କରୁଛନ୍ତି। ଏ ହେଉ ଛନ୍ତି ରାନୁ ମଣ୍ଡଳ ଙ୍କ ସାନ ଭଉଣୀ। ତେବେ ଆପଣ ଏ ମାଉସୀ ଙ୍କ ଗୀତ ଯଦି ଶୁଣି ନାହାଁନ୍ତି ତେବେ ଥରେ ଦେଖନ୍ତୁ ଓ ଶୁଣନ୍ତୁ।ସେ କିପରି ଭାବରେ ତାଙ୍କର ଏହି ଗୀତ ଗାଉ ଛନ୍ତି।

ଏ ଗୀତଟି ହେଉଛି ବାବୁ ଆଇ ଏମ୍ ୟୁ ଫିଲ୍ମ୍ ର ଟ୍ରାକ ସଙ୍ଗ। ଏହାକୁ ସେ ଏକ ଭିନ୍ନ ଅନ୍ଦାଜ ରେ ଗାଉ ଛନ୍ତି।ଗାଆଁ ଦାଣ୍ଡରେ ବୁଲି ବୁଲି ସେ ଏମିତି ଗୀତ ଗାଇଥାନ୍ତି। ପପୁ ପମପମ୍ ଙ୍କ ନଜରରେ ସେ ପଡ଼ିବା ପରେ ସେ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି କହିଛନ୍ତି। ତେବେ ମାଉସୀ ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।