ଅତ୍ୟାଧୁନିକ ବିଜ୍ଞାନରେ ଆମ୍ଭେମାନେ ଜୀବନ ଯାପନ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆମ୍ଭେମାନେ ପୁରାଣ ଶାସ୍ତ୍ରକୁ ଭୁଲି ନାହୁଁ । କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଜ୍ୟୋତିଷ ଶାସ୍ତ୍ରକୁ ଅଧିକ ଧ୍ୟାନ ଦେଇଥାଉ । ଆମ ସମାଜରେ ବିବାହକୁ ଏକ ଆଡମ୍ୱର ଓ ଖୁସୀରେ ପାଳନ କରିଥାଉ ଏବଂ ବିବାହ ଏକ ପ୍ରକାର ମିଳନ ହୋଇଥାଏ । ଦୁଇ ପରିବାର ଓ ଯୁବକ ଯୁବତୀଙ୍କ ମଧ୍ୟରେ ମିଳନ ହୋଇଥାଏ ଏବଂ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଏହା ପବିତ୍ର ବନ୍ଧନ ଓ ପବିତ୍ର ସମ୍ପର୍କ ହୋଇଥାଏ ।
ବିବାହ ଉଭୟ ସ୍ୱାମୀ ଓ ସ୍ତ୍ରା ଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ସମ୍ପର୍କ ହୋଇଥାଏ ଏବଂ ସେମାନଙ୍କୁ ସୁନ୍ଦର ଓ ଆନନ୍ଦମୟ ଜୀବନ କରିବାରେ ସାହାର୍ଯ୍ୟ କରିଥାଏ । କିନ୍ତୁ କେବେ କେବେ ଏହି ବିବାହ ପୁଅ ବା ଝିଅ ମାନଙ୍କ ପାଇଁ ଏକ ପ୍ରକାର ଅଭିଶାପ ପାଲଟି ଯାଇଥାଏ । ଏମିତି କେତେକ ପୁରୁଷ ଅଛନ୍ତି ଯେଉଁମାନେ ବିବାହ ପରେ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ଏବଂ ସବୁବେଳେ ପତ୍ନୀ ଧର୍ମ ପାଳନ କରିଥାନ୍ତି । କିନ୍ତୁ ଅପର ପକ୍ଷରେ ଏମିତି କିଛି ପୁରୁଷ ରହିଥାନ୍ତି ଯେଉଁମାନେ ଗୋଟିଏ ନାରୀ ରେ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ ।
ସେମାନେ ବିବାହ କରିବା ପରେ ଅନ୍ୟ ନାରୀ ବା ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ବ୍ୟକ୍ତିର ରାଶି ଫଳ ଉପରେ ନିର୍ଭର କରିଥାଏ । ଏହିପରି ଦୁଇଟି ରାଶି ରହିଛି , ଯେଉଁ ରାଶିର ପୁରୁଷ ମାନେ ବିବାହ ପରେ ଅନ୍ୟ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ରାଶି ବିଷୟରେ ।
1. ମେଷରାଶି
ମେଷ ରାଶିର ପୁରୁଷ ମାନେ ବିବାହ ପରେ ନିଜ ସ୍ତ୍ରୀ ସହିତ ଖୁସୀରେ ରହି ନଥାନ୍ତି ଏବଂ ଏମାନେ ଗୋଟିଏ ନାରୀରେ ସନ୍ତୁଷ୍ଟ ନଥାନ୍ତି । ସେମାନେ ଅନ୍ୟ ନାରୀଙ୍କ ସହ ସମ୍ୱନ୍ଧ ରଖିଥାନ୍ତି । ଏମାନେ ଦେଖିବାକୁ ବହୁତ ଶାନ୍ତ ଓ ସରଳ ପରି ଲାଗନ୍ତି ମାତ୍ର ପ୍ରକୃତରେ ଏମାନେ ବହୁତ ଚାଲାକ ହୋଇଥାନ୍ତି । ଅନ୍ୟ ସ୍ତ୍ରୀ ମାନଙ୍କ ସହ ହସ ଖୁସୀରେ ଜୀବନ ଯାପନ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ।
2 . ମକରରାଶି
ଏମାନେ ବିବାହ ପରେ ମଧ୍ୟ ଅନ୍ୟ ସ୍ତ୍ରୀ ସହ ସମ୍ପର୍କରେ ରହିଥାନ୍ତି , ଗୋଟିଏ ସ୍ତ୍ରୀ ସହ ରହିବା ଏମାନଙ୍କର ପ୍ରକୃତି ନୁହେଁ । ଏହି ରାଶିର ପୁରୁଷ ମାନେ ବହୁତ ସାୟ ଟାଇପର ହୋଇଥାନ୍ତି ଏବଂ ଏମାନେ ତାଙ୍କର ସମସ୍ତ ନିଷ୍ପତ୍ତି ଘର ଲୋକଙ୍କ ଠାରୁ ଲୁଚାଇ ରଖିଥାନ୍ତି । ଯେହେତୁ ଏମାନେ ସବୁକିଛି ଲୁଚେଇ କରି ଥାନ୍ତି ତେଣୁ ଏ ବିଷୟରେ କାହାକୁ ଜଣା ନଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।