ପରୀ କେସରେ ନୂଆ ଖୁଲାସା – “ପରୀର” ମା ଦେଲେ ଚାଞ୍ଚଲ୍ୟକର ବୟାନ, ପରୀକୁ ନ୍ୟାୟ ଦେବା ପାଇଁ ଗୋଟିଏ ସେୟାର କରନ୍ତୁ…

0

ବହୁ ଚର୍ଚ୍ଚିତ ନୟାଗଡ଼ ର ପରୀ ମର୍ଡର କେଶ୍ ରେ ଦିନକୁ ଦିନ ନୂଆ ଘଟଣା ଶୁଣିବା ପାଇଁ ମିଳୁଛି। ଏକ ପାଞ୍ଚ ବର୍ଷ ର ଝିଅ କୁ ନିର୍ମମ ଭାବରେ ହତ୍ୟା କରି ତାର ଶବ କୁ ପୋଡି ଦିଆ ଯାଇଥିଲା ଆଉ କେବଳ କିଛି ହାଡ଼ ହିଁ ଅବଶେଷ ହିସାବ ରେ ମିଳିଥିଲା। ଏହି କେଶ୍ କୁ ଦୀର୍ଘ ପାଞ୍ଚ ମାସ ଦିନ ହୋଇ ସାରିବା ପରେ ମଧ୍ୟ ଏହି କେଶ୍ ର ଅସଲ ଅପରାଧୀ ମାନଙ୍କୁ ଗିରଫ କରିବା ରେ ପୋଲିସ୍ ଅସଫଳ ରହିଛି।

ପରୀ କୁ କିପରି ନ୍ୟାୟ ମିଲବ ଏନେଇ ସୋସିଆଲ ମିଡ଼ିଆ ରେ ବହୁତ୍ ଚର୍ଚ୍ଚା ଚାଲିଛି । ତେବେ ଏବେ ପରି ଙ୍କ ମା କିଛି ନୂଆ ଖୁଲାଶ କରିଛନ୍ତି। କଣ କହିଛନ୍ତି ସେ ଆସନ୍ତୁ ଜାଣିବା ;

ତେବେ ଏସଆଇଟି ଟିମ୍ ରୁ ମିଳିଥିବା ସୂଚନା ଅନୁସାରେ ପରୀକୁ ପ୍ରଥମେ ଦୁଷ୍କର୍ମ କରିବାକୁ ଚେଷ୍ଟା କରା ଯାଇଥିଲା ଥିଲା । ମାତ୍ର ସେଥିରେ ଅଭିଯୁକ୍ତ ବିଫଳ ହେବାରୁ ପରୀ କୁ ହତ୍ୟା କରି ଏହା ପରେ ଦୁଷ୍କର୍ମ କରିଛି।କିନ୍ତୁ ଏହି କଥା କୁ ଅସ୍ବୀକାର କରୁଛନ୍ତି ପରୀ ର ମା ଓ କହିଛନ୍ତି ପରୀ କୁ ଦୁଷ୍କର୍ମ କରିବା କଥା ସମ୍ପୂର୍ଣ ରୂପେ ଭିତ୍ତିହୀନ ଅଟେ। ପରୀ ର ପରିବାର ଲୋକ ଙ୍କୁ ପରୀ ର କିଛି ହାଡ଼ ଅଂଶ ମିଳିଥିଲା ତେବେ ବାକି ହାଡ଼ କୁଆଡ଼େ ଗଲା।

ଏହା ସହିତ ଯଦି ଜଣେ ଏମିତି କରିଥିଲା ଓ ପରୀ କୁ ମାରି ଦଶ ଦିନ ଅଖାରେ ବାନ୍ଧି ରଖିଥିଲେ ତେବେ ଦଶ ଦିନ ଜାଏ ଗୋଟେ ମୃତୁ ଶରୀର କୁ କେହି ବି ଦେଖି ପାରିଲେ ନାହିଁ କିପରି ? ଯଦି ସେ ବାଡି ପଛପଟକୁ ତାର ମୃତୁ ଶରୀର କୁ ରଖିଥିଲେ ତେବେ କୁକୁର ବିଲେଇ କିପରି ଜାଣି ପାରିଲେ ନାହିଁ ।

ଏହା ସହିତ ପୋଲିସ୍ ର ଡଗ୍ ସ୍କ୍ୱାର୍ଡ ମଧ୍ୟ ଆସିଥିଲା ସେ କିପରି ଲାସ ର ଠିକଣା ପାଇ ପାରିଲା ନାହିଁ। ତାଙ୍କ କହିବା ଅନୁସାରେ କୌଣସି ଦୁଷ୍କର୍ମ ହୋଇନାହିଁ ପରୀକୁ। ତାଙ୍କ କହିବା ଅନୁସାରେ ଝିଅର ଅଙ୍ଗ କୁ କାଢି ନିଆ ଯାଇଛି। ତାର ଅର୍ଗାନ ଚୋରି ହୋଇଛି ।ତେବେ ଏହି ସବୁ କଥା ଭିତ୍ତିହୀନ ନାଟକ ଓ ମନ ଗଢା ଗପ ଅଟେ ବୋଲି ସେ କହିଛନ୍ତି।

ତେବେ ଏହି କେଶ୍ ରେ ବାବୁଲି ନାୟକ ସମ୍ପୂର୍ଣ ଭାବେ ସଂପୃକ୍ତ ଅଛନ୍ତି ବୋଲି ସେ କହିଛନ୍ତି। ତାଙ୍କ ସହିତ ସେ ମହିର ରାଉତ, ଜୟୀ ପରିଡ଼ା, କାହ୍ନୁ ବେହେରା ଏବଂ ଡୁଗୁ ନାୟକ, ହାପି ନାୟକ ଏହି କେଶ୍ ରେ ସଂପୃକ୍ତ ଅଛନ୍ତି ଏବଂ ସେମାନେ ଏହି କାଣ୍ଡ ଘଟାଇଛନ୍ତି ବୋଲି ସେ କହିଛନ୍ତି। ସେହି ମାନେ ହିଁ ପରି କୁ ତାଙ୍କ ଘରକୁ ନେଇ ଏପରି ଘଟଣା ଘଟାଇ ଥାଇ ପାରନ୍ତି ବୋଲି ତାଙ୍କ ମାଆ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।