ପାର୍କ ଭିତରେ ଭାଉଜଙ୍କ ସହ ନୂଆ alubam ” ତୁମ ଜୀଵନ ସାଥି ” ଫୋଟ & ଭିଡ଼ିଓ ସୁଟ କଲେ ପ୍ରଜ୍ଞା…… ହସି ହସି ଗଡ଼ିଯିବେ….ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଏବେ ଚାଲିଛି ପ୍ରେମ ସପ୍ତାହ। ଯାହା ପ୍ରେମୀ ଯୁଗଳଙ୍କ ମନରେ ଭରି ଦେଇଛି ଏକ ଭିନ୍ନ ଉତ୍ସାହ, ଭିନ୍ନ ପୁଲକ। ତେବେ ଏହି ଭାଲେଣ୍ଟାଇନ ୱିକ ବା ପ୍ରେମର ସପ୍ତାହ କୁ ବହୁତ୍ ଉତ୍ସାହ ର ସହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ। କୁହାଯାଏ ପ୍ରେମ ନିସ୍ୱାର୍ଥ ଆଉ ଶାଶ୍ୱତ, ଚିରନ୍ତନ। କାହିଁ କେତେ କାଳରୁ ଲୋକେ ପ୍ରେମର ପରିଭାଷା କୁ ଅନୁଭବ କରି ଆସୁଛନ୍ତି।ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ହିଁ ରହିବ। ଆଉ ଏହି ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ଦିବସର ବିଭିନ୍ନ ଦିନ ପାଳନ କରାଯାଏ।

ଏହି ପ୍ରେମ ସପ୍ତାହ ୧୪ ଫେବୃୟାରୀରେ ଭାଲେଣ୍ଟାଇନ ଡେରେ ଶେଷ ହୋଇଥାଏ।ଏହି ପ୍ରେମର ସପ୍ତାହ ରେ ଅନେକ ପ୍ରେମୀ ଯୁଗଳଙ୍କୁ ତ ଆପଣ ବିଭିନ୍ନ ଢଙ୍ଗରେ ଦେଖିବାକୁ ପାଉଥିବେ। ସମସ୍ତେ ନିଜ ନିଜର ତରିକାରେ ଏହାକୁ ପାଳନ କରିବାରେ ବ୍ୟସ୍ତ। ତେବେ ଏହି ଦିବସକୁ କିପରି ସେଲିବ୍ରିଟି ମାନେ ପାଳନ କରନ୍ତି ତାହାକୁ ଆପଣ ଜାଣିବାକୁ ଚାହୁଁଥିବେ। ଆସନ୍ତୁ ଜାଣିବା ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ କିପରି ତାଙ୍କ ସ୍ତ୍ରୀଙ୍କ ସହ ଏହି ପ୍ରେମ ଦିବସ ଗୁଡ଼ିକୁ ପାଳନ କରିବାକୁ ଚାହାନ୍ତି ଜାଣିବା। ଆପଣ ତ ଜାଣିଛନ୍ତି ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ନିକଟରେ ତାଙ୍କ ବାନ୍ଧବୀ ସୁନନ୍ଦା ଙ୍କୁ ବିବାହ କରିଛନ୍ତି।

ଏହି ବିବାହ ପରେ ଉଭୟଙ୍କ ଅନେକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉଭୟ ସେମାନେ ବହୁତ୍ ଖୁସି ଥିବା ଦେଖିବାକୁ ମିଳିଛି। ତାଙ୍କ ବାହାଘରର ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଅଗଣିତ ଭିଡିଓ ଏହି ସବୁ ଭିଡିଓ କୁ ଦେଖି ବହୁତ୍ ଖୁସି ହୋଇଛନ୍ତି ଏବଂ ତାଙ୍କର ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଇଛନ୍ତି। ସେମାନଙ୍କ ବୈବାହିକ ଜୀବନରେ ଯେମିତି ଖୁସି ଭରିଯାଉ ଏହାକୁ ନେଇ ସମସ୍ତେ ସେମାନଙ୍କୁ ଭଲପାଇବା, ଆଶିର୍ବାଦ ଏବଂ ଶୁଭକାମନା ଜଣାଇଛନ୍ତି।ତାଙ୍କ ବାହାଘରରେ ଅନେକ ମଜା ମସ୍ତି ହୋଇଥିବା ଦେଖିବାକୁ ମିଳିଛି। ଏବେ ପୁଣି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।

ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ପ୍ରଜ୍ଞା ଏବଂ ତାଙ୍କର ସ୍ତ୍ରୀ ସୁନନ୍ଦା ଭାଲେନ୍ତାଇନ ଡେ କୁ ନେଇକି ଏବଂ ସେମାନଙ୍କ ପ୍ରେମର ସମ୍ପର୍କ କିପରି ତିଆରି ହୋଇଛି ତାହାକୁ ନେଇ ନିଜର ପ୍ରତିକ୍ରିୟା ମଜାଳିଆ ଢଙ୍ଗରେ ରଖିଛନ୍ତି। କିପରି ସୁଟିଂ ସମୟରେ ସେ ସୁନନ୍ଦା ଙ୍କୁ ପ୍ରେମ କଲେ, କଲେଜ୍ ଲାଇଫ ରେ ସେ କିପରି ଏହାକୁ ଅନୁଭବ କରିଥିଲେ ଏବଂ ତାଙ୍କର ଭଲପାଇବା କିପରି ଗଢି ଉଠିଥିଲା ସେ ବିଷୟରେ ସେ କହିଛନ୍ତି। ସୁନନ୍ଦା ମଧ୍ଯ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଉଭୟଙ୍କ ଏପରି ମଜା ମସ୍ତି, ଖୋଲା ହୃଦୟର କଥା ଏବଂ ସୁନ୍ଦର୍ ଯୋଡିକୁ ଦେଖି ଦର୍ଶକ ବହୁତ୍ ଖୁସି ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment