HealthTips – ପାଟିରୁ ଦୁର୍ଗନ୍ଧ ଦୂର କରିବେ କେମିତି ? କରନ୍ତୁ ଏହି ଛୋଟିଆ ଘରୋଇ ଉପାୟ । Dr. Shwetha

ଲୋକମାନେ ଦିନଯାକ ବହୁତ ପ୍ରକାର ଖାଦ୍ୟ ଖାଇଥାନ୍ତି , କିନ୍ତୁ ପାଟିକୁ ଭଲ ଭାବରେ କୁଳି କରନ୍ତି ନାହିଁ । ଅଫିସ ରେ ବା ବାହାରେ ବୁଲିବା ସମୟରେ ବିଭିନ୍ନ ପ୍ରକାର ଜଙ୍କ ଫୁଡ୍ ଖାଇଥାନ୍ତି ମାତ୍ର ପାଟିକୁ ଭଲ ଭାବରେ କୋଳି କରନ୍ତି ନାହିଁ । ସେହି ସବୁ କେସ୍ ରେ ଖାଦ୍ୟଅଂଶ ଗୁଡିକ ପାଟି ଭିତରେ ଜମିଯାଏ , ଯାହା ବାଓଫ୍ଲେମ ହୋଇ ତିଆରି ହୋଇଯାଏ ଯାହାକୁ ଡେଣ୍ଟଲପ୍ଲାଗ ବୋଲି କୁହାଯାଏ । ତାହା ଦାନ୍ତ ମଝିରେ ଜମା ହୋଇ ପଥର ସଦୃଶ ହୋଇଯାଏ , ତାହା ହଳଦିଆ ରଙ୍ଗ ସଦୃଶ ଦେଖାଯାଏ । ଏହା ନରମାଲ ବ୍ରସରେ ଦୂର ହୋଇ ନଥାଏ , ତାହା ଆମ ମାଢିକୁ ଇନଫେକ୍ଟ କଲେ ମାଢି ନାଲି ହେବାକୁ ଲାଗେ , ଫୁଲିଯାଏ ବା ସେଥିରୁ ରକ୍ତ ବାହାରିଥାଏ ।

ଦାନ୍ତର ମୂଳ ବା ହାଡ ମଝିରେ ଥିବା ପେରିୟଡ ଅଂଶଟିକୁ ନଷ୍ଟ କରିଦେଇଥାଏ ,ପେରିୟଡେଣ୍ଟାଲ ଲିଗାମେଣ୍ଟ ଯେଉଁଟାକି ଦାନ୍ତ ମୂଳ ଏବଂ ହାଡକୁ କନେକ୍ଟ କରି ରଖେ । ଆମେ ଯାହା ବି ଖାଦ୍ୟ ଖାଇଥାଉ ଆମ ପାଟି ଭିତରରେ ଥିବା ବ୍ୟକ୍ଟେରିଆ ଗୁଡିକ ମଧ୍ୟ ଗ୍ରହଣ କରିଥାନ୍ତି । ଯାହାଫଳରେ ଆମ ମାଢିକୁ ମଧ୍ୟ ନଷ୍ଟ କରି ଦେଇଥାନ୍ତି । କେବେକେବେ ଦାନ୍ତ ଗୁଡିକ ହଲିବାକୁ ଲାଗିଥାଏ ଏବଂ କଳା ରଙ୍ଗର ପଥର ସଦୃଶ ଭଳି ଦେଖାଯାଏ । ତେଣୁ ଆପଣ ମାନେ ଏହାକୁ ଡେରି ନକରି ଯଥାଶୀଘ୍ର ଡକ୍ଟରଙ୍କ ପାଖକୁ ଯାଇ ଟ୍ରାଟମେଣ୍ଟ କରିବା ଉଚିତ ।

ଏହି କଣ୍ଡିସନ ରେ ରୋଗୀର ପୂରା ମାଉଥ ରେ ଅପିଜି ନେବାକୁ ପଡିଥାଏ , ନହେଲେ ସିଙ୍ଗଲ ଏକ୍ସ୍ରେ ନେଇ ଦେଖିବାକୁ ପଡେ । କି ହାଡର ଲେବୁଲ କେଉଁଠି ଅଛି , ସେହି ହିସାବରେ ତାର ଟ୍ରିଟମେଣ୍ଟ କାର ଯାଇଥାଏ । ପ୍ରଥମେ ସେହି ଜାଗାକୁ ଭଲ ଭାବରେ କ୍ଲିନ କରାଯାଏ , ଦାନ୍ତ ଓ ହାଡ ମଝିରେ ଯେଉଁ ମଇଳା ଜମିଥାଏ ତାକୁ ସମ୍ପୂର୍ଣ୍ଣ ରିମୋଭ କରାଯାଏ । ଏହାପରେ ଦାନ୍ତଟିକୁ ସେଫ କରିବା ପାଇଁ ଚେଷ୍ଟା କରାଯାଏ । ଏହି ଟାଇପର ଟ୍ରିଟମେଣ୍ଟ କଲେ ଦାନ୍ତର ଦୁର୍ଗନ୍ଧ ଦୂର ହେବ ।

ସର୍ବଦା ବ୍ରସିଙ୍ଗ ଟେକନିକ୍ ଆପଣଙ୍କ ଡକ୍ଟରଙ୍କ ଠାରୁ ପ୍ରପଲ୍ଲି ବୁଝିବେ , କାରଣ ଅନେକ ଲୋକମାନଙ୍କ ଠାରେ ଏହା ମଧ୍ୟ ଦେଖାଯାଏ ଯେ ସେମାନଙ୍କ ପାଟିର ତଳଭାବ ଦାନ୍ତ ଆବୁଡିଆ ଖାବୁଡିଆ ହୋଇଥାଏ । ସଠିକ୍ ଭାବରେ ବ୍ରସ କରିବା ସହଜ ହେଉ ନଥାଏ , ସେହି ସବୁ କ୍ଷେତ୍ରରେ ଡକ୍ଟରଙ୍କ ପରାମର୍ଶ ଅନୁଯାୟୀ ବ୍ରସ କରିବାର ଟେକନିକ୍ ଜାଣିବା ଉଚିତ୍ । ଡକ୍ଟର ଆପଣ ମାନଙ୍କୁ ବୁଝାଇଦେବେ କେଉଁ ଦାନ୍ତ ପ୍ରତି ଅଧିକ ଫକୋସ୍ ଦେବା ଦରକାର ବା କେଉଁ ଜାଗାରେ ବେଟର ୱେ ରେ ବ୍ରସ କରିବା ଦରକାର ତାହା ମଧ୍ୟ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment