ପତ୍ନୀ ରିଫାଇନ ତେଲରେ ଫ୍ରାଇ କରିଲେ ସ୍ୱାମୀଙ୍କ ଆପତ୍ତି ଜନକ ବ୍ୟକ୍ତିଗତ ଅ-ଙ୍ଗ, କଡ଼େଇରେ ମିଳିଲା ରନ୍ଧା ମାଂସ ଖଣ୍ଡ…

0

ବର୍ତ୍ତମାନ ସମାଜରେ ଏମିତି କିଛି ଘଟଣା ଘଟୁଛି , ଯାହା ଆପଣ ମାନେ କେବେହେଲେ ଚିନ୍ତା ମଧ୍ୟ କରି ପାରିବେ ନାହିଁ । ଏମିତି କିଛି ଭୟଙ୍କର ଘଟଣା ବ୍ରାଜିଲରେ ଦେଖିବାକୁ ମିଳିଛି , ବ୍ରାଜିଲରେ ରହୁଥିବା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ବିରକ୍ତ ହୋଇ ତାଙ୍କୁ ହତ୍ୟା କରିଥିଲେ । କିନ୍ତି ହତ୍ୟା କରିବା ପରେ ମଧ୍ୟ ତାଙ୍କ ମନ ଶାନ୍ତ ହୋଇ ନଥିଲା , ତେଣୁ ସେ ଏକ ଭୟଙ୍କର କାମ କରିଥିଲେ । ମହିଳା ଜଣକ ତାଙ୍କ ମୃତ ସ୍ୱାମୀଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ରିଫାଇନ ତେଲରେ ଭାଜିଥିଲେ ।

ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସର୍ବଦା ଝଡଡା ଲାଗି ରହିଥାଏ , ଯେତେବେଳେ ଝଗଡା ଅସହ୍ୟ ହୋଇଯାଏ , ସେତେବେଳେ କଥା ଛାଡପତ୍ର ପର୍ଯ୍ୟନ୍ତ ଯାଇଥାଏ । କିନ୍ତୁ ଝଗଡା ହେବା ସତ୍ତ୍ୱେ ସାଥୀ ଜଣକ ଛାଡପତ୍ର ଦେବାକୁ ପ୍ରସ୍ତୁତ ନଥିଲେ କଣ ହେବ , ଏହାପରେ ଏହି ସମ୍ପର୍କ ର ଭୟାନକ ଫଳାଫଳ ଘଟିବାକୁ ବାଧ୍ୟ । ବ୍ରାଜିଲରେ ରହୁଥିବା ଜଣେ ଦମ୍ପତ୍ତିଙ୍କ ସହ ସମାନ ଘଟଣା ଘଟିଛି , ଉଭୟଙ୍କ ସମ୍ପର୍କ ଏତେ ଖରାପ ହୋଇଗଲା ଯେ ଶେଷରେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କଲେ । ଏହା ପରେ ମଧ୍ୟ ତାଙ୍କ ରାଗ ଶାନ୍ତ ହୋଇ ନଥିଲା , ପରେ ମହିଳା ଏକ ଭୟଙ୍କର କାମ କରିଥିଲେ ।

ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ବ୍ରାଜିଲରେ ରହୁଥିବା 33 ବର୍ଷୀୟ କ୍ରିଷ୍ଟିନା ରୋଡ୍ରିଗେଜଙ୍କୁ ତାଙ୍କ ସ୍ୱାମୀ ଅଣ୍ଡ୍ରେଙ୍କ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଥିଲା । ଉଭୟ ପତି ପତ୍ନୀ ସାଓ ଗୋନକାଲୋ ରେ ରହୁଥିଲେ , ଗତ 10 ବର୍ଷ ପାଇଁ ଉଭୟ ଏକାଠି ଥିଲେ । ଯଦିଓ , ଏହି ଦମ୍ପତ୍ତି ଦୁଇ ବର୍ଷର ବିରତୀ ନେଇଥିଲେ କିନ୍ତୁ ପରେ ଦୁହେଁ ଏକାଠି ରହିବାକୁ ଲାଗିଲେ । ଏହା ପରେ ଦୁଇଜଣଙ୍କ ମଧ୍ୟରେ ପୁଣି କଳହ ଆରମ୍ଭ ହୋଇଥିଲା , ପାଖ ପଡୋଶୀ ମାନେ ସେମାନଙ୍କର ଚିତ୍କାର ଓ ରଢି ଶୁଣିବାକୁ ପାଇଥିଲେ । କିନ୍ତୁ ଅତୀତରେ ସେମାନଙ୍କର ଝଗଡା ଏତେ ବଢିଗଲା ଯେ , ଖ୍ରୀଷ୍ଟିନା ଅଣ୍ଡ୍ରେଙ୍କୁ ହତ୍ୟା କରିଥିଲେ ।

ହତ୍ୟା ପରେ କ୍ରିଷ୍ଟିନା ପୋଲିସକୁ ସବୁ କଥା ଜଣାଇ ଆତ୍ମ ସମ୍ପର୍ପଣ କରିଥିଲେ , ଯେତେବେଳେ ପୋଲିସ ତାଙ୍କ ଘରକୁ ଯାଇଥିଲା ରୋଷେଇ ଘରେ ରକ୍ତ ଜୁଡୁବୁଡୁ ଛୁରୀ ପଡିଥିବାର ଦେଖିବାକୁ ପାଇଥିଲେ । ଏହା ସହିତ ଗ୍ୟାସ ଉପରେ ଏକ ପ୍ୟାନ ମିଳିଥିଲା , ଯେଉଁଥିରେ ତେଲରେ ଏକ ମାଂସ ଖଣ୍ଡ ପଡିଥିଲା । ଏହା ଅଣ୍ଟ୍ରେଙ୍କ ବ୍ୟକ୍ତିଗତ ଅଙ୍ଗ ଥିଲା , ଯାହା କ୍ରିଷ୍ଟିନା କାଟି ଫ୍ରାଇ କରିଥିଲେ , କ୍ରିଷ୍ଟିନା କହିଛନ୍ତି ଯେ , ଉଭୟଙ୍କ ସମ୍ପର୍କ ଅତ୍ୟନ୍ତ ବିଷାକ୍ତ ହୋଇଯାଇଥିଲା । ସେ ଏହା ମଧ୍ୟ କହିଛନ୍ତି କି କ୍ରିଷ୍ଟିନା ଯେତେବେଳେ ଛାଡପତ୍ର ର ନାମ ନେଉଥିଲେ , ଅଣ୍ଡ୍ରେ ତାଙ୍କୁ ମାଡ ମାରୁଥିଲେ ।

କ୍ରିଷ୍ଟିନାଙ୍କୁ ରକ୍ଷା କରୁଥିବା ଓକିଲ କହିଛନ୍ତି ଏହି ହତ୍ୟା ଟି ଅତ୍ମରକ୍ଷା କ୍ଷେତ୍ରରେ ଘଟିଛି । ଅଣ୍ଡ୍ରେ ଅତ୍ୟଧିକ ଆକ୍ରମଣାତ୍ମକ ହୋଇ କ୍ରିଷ୍ଟିନାଙ୍କୁ ଛାଡପତ୍ର ନଦେବାକୁ ଜିଦ୍ ଧରିବସିଥିଲେ । ଓକିଲ କହିଛନ୍ତି ଯେ ଖ୍ରିଷ୍ଟିନା ନିଜେ ଆତ୍ମସମର୍ପଣ କରିଛନ୍ତି , ଏହି କାରଣରୁ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ ନୁହେଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।