PCOS ବା PCOD ର ଲକ୍ଷଣ | PCOD ଥିଲେ କାହିଁକି ଗର୍ଭ ରହେ ନାହିଁ ?

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ତାହା ବ୍ୟତୀତ ବିଶେଷ କରିକି ଦେଖା ଯାଏ କି ପୁରୁଷ ଙ୍କ ଠାରୁ ମହିଳା ମାନଙ୍କ ଠାରେ ଅଧିକ ଅଧିକ ରୋଗ ଦେଖା ଯାଇଥାଏ, ତାହା ବ୍ୟତୀତ ସାଧାରଣତଃ ମହିଳା ମାନଙ୍କ ଠାରେ ପିରିୟଡ଼ସ ଓ ପ୍ରେଗନେନସି କୁ ନେଇକି ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ତାହେଲେ ଆଜି ମୁଁ ଯେଉଁ ରୋଗ ବିଷୟରେ କହିବାକୁ ଯାଉଛି ତାହା ହେଉଛି PCOS ବା PCOD ରୋଗ ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭଳି ଏକ ରୋଗ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ଆମେ ଜାଣିଛୁ ଯେ ମହିଳା ମାନଙ୍କର ଗର୍ଭାଶୟ ରେ ପ୍ରଥମେ ଡିମ୍ବାଣୁ ସୃଷ୍ଟି ହୋଇଥାଏ | ଆଉ ଏହି ଡିମ୍ବାଶୟ ଧୀରେ ଧୀରେ ବଢିବାକୁ ଲାଗିଥାଏ | ଆଉ ଏହା ବଢିବା ପରେ ଗର୍ଭାଶୟ ରେ ଚାଲିଥାଏ , ଆଉ ଯଦି କୌଣସି କାରଣରୁ ଯଦି ଶୂକ୍ରାଣୁ ସହିତ ଡିମ୍ବାଣୁ ର ମିଳନ ନ ଘଟିବ ତାହେଲେ ମହିଳା ମାନଙ୍କରେ ଡିମ୍ବାଣୁ ଗୁଡିକ ନଷ୍ଟ ହୋଇଯାଇଥାଏ |ଆଉ ତାହା ପିରିୟଡ଼ସ ଆକାରରେ ମହିଳା ମାନଙ୍କର ଶରୀରରୁ ବାହାରି ଯାଇଥାଏ ଯାହାକୁ ମେନଷ୍ଟ୍ରରାଲ ସାଇକଲ କୁହାଯାଏ |

ତେବେ କୌଣସି କାରଣରୁ ଯଦି ଏଥିରେ ବ୍ୟତିକ୍ରମ ଦେଖା ଯାଏ ତାହେଲେ ସେମାନଙ୍କର ଗର୍ଭାଶୟ ରେ ଗୋଟିଏ ଡିମ୍ବାଣୁ ବଦଳରେ ଅଧିକ ଡିମ୍ବାଣୁ ସୃଷ୍ଟି ହୋଇଥାଏ | ଆଉ ଯାହାକୁ ଆମେ PCOS ବା PCOD ଜନିତ ସମସ୍ୟା ମାନ ଆମ ଶରୀରରେ ଦେଖା ଦେଇଥାଏ | ତେବେ ଯଦି ଆମର ଗୋଟିଏ ଡିମ୍ବ ବଦଳରେ ଗର୍ଭାଶୟ ରେ ଯଦି ଅଧିକ ଡିମ୍ବ ସୃଷ୍ଟି ହୁଏ ତାହେଲେ ତାକୁ ଆମେ PCOS ବା PCOD ଭଳି ରୋଗ ହୋଇଛି ବୋଲି କହିଥାଉ |

PCOS ବା PCOD ଭଳି ରୋଗ ର ଲକ୍ଷଣ ଗୁଡିକ କଣ :-

ଯଦି ମହିଳା ମାନଙ୍କର PCOS ବା PCOD ଭଲ ଲକ୍ଷଣ ରହିଥାଏ ତାହେଲେ ପିରିୟଡ଼ସ ରେ ଅସୁବିଧା ଦେଖା ଯାଇଥାଏ | ତାହା ବ୍ୟତୀତ ସେମାନଙ୍କ ଶରୀରରେ ପୁରୁଷ ହର୍ମୋନ ଅଧିକ କ୍ଷରଣ ହେବା ଫଳରେ କେତେକ ବ୍ୟତିକ୍ରମ ସେମାନଙ୍କ ଶରୀରରେ ଦେଖା ଦେଇଥାଏ ଯଥା ନିଶ ଉଠିବା ଶରୀରରେ ଚୁଟି ଉଠିବା | ତେବେ ଏହା ବ୍ୟତୀତ ମହିଳା ମାନେ ଗର୍ଭବତୀ ହେବାର ଅସୁବିଧା ଦେଖା ଯାଏ | ଆଉ ଯଦି ବି ଗର୍ଭବତୀ ହେଲେ ତାହେଲେ ବହୁତ ପ୍ରୋବ୍ଲେମ ହୋଇଥାଏ |

PCOS ବା PCOD ଭଳି ରୋଗ କାହିଁକି ହୋଇଥାଏ ଓ ଏହାର ଚିକିତ୍ସା :-

ତେବେ PCOS ବା PCOD ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ବିଶେଷ କରିକି ନିଜର ଓଜନ କୁ କଣ୍ଟ୍ରୋଲ କରିବା ସହିତ, ନିଜର ଡାଏଟ ଉପରେ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡିଥାଏ | କିନ୍ତୁ ପନିପରିବା ଆଉ ଫଳ ସାଫିସିଏଣ୍ଟ ପରିମାଣରେ ଖାଇବା ଉଚିତ |ଯାହା ଯୋଗୁଁ ଆମେ ଏହିଭଳି ରୋଗରୁ ମୁକ୍ତି ପାଇପାରିବା | ତେବେ ଯଦି ଆମର ଠିକ ଭାବରେ ନିଦ୍ରା ନ ହେବ ଓ ମହିଳା ମାନେ ଯଦି ଅଧିକ ପରିମାଣରେ ଷ୍ଟ୍ରେସ ନେବେ ତାହେଲେ ଏହିଭଳି ସମସ୍ୟା ମାନ ଦେଖା ଦେଇଥାଏ |

ତେବେ ଏହାଥିଲା PCOS ବା PCOD ଭଳି ରୋଗବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment