ଝିଅ ବା ମହିଳା ମାନଙ୍କର ଯେଉଁ ମାସିକ ଋତୁସ୍ରାବ ହୋଇଥାଏ , ସେହି ଦିନ ମାନଙ୍କରେ ସେମାନେ କିପରି ନିଜକୁ ସଫା ସୁତରା ରଖିବେ । ଯାହାଫଳରେ ସେମାନେ ସୁରକ୍ଷିତ ରହିବା ସହିତ ରୋଗ ମୁକ୍ତ ହୋଇ ପାରିବେ । ନିୟମିତ ଭାବରେ ଯେପରି ଆମେ ନିଜ ଦାନ୍ତକୁ ବ୍ରସ କରିଥାଉ ଠିକ ସେହିପରି ଭାବରେ ଋତୁସ୍ରାବରେ ପରିଚ୍ଛନତାର ଗୁରୁତ୍ୱ ମଧ୍ୟ ସେତିକି । ଯଦି ଆମେ ଋତୁସ୍ରାବରେ ପରିଚ୍ଛନତାକୁ ମେଣ୍ଟେନ କରିବା ତେବେ ଆମର ପରିସ୍ରା ଇନଫେକସନ କମିଯିବ ଏବଂ ଆମ ଶରୀରର ଅନେକ ରୋଗ ଗୁଡିକ ମଧ୍ୟ ଭଲ ହୋଇଯିବ ।
ଅନେକ ସମୟରେ ଗାଁ ଗହଳିର ମହିଳା ମାନେ କପଡା ଅନେକ ସମୟ ଧରି ବ୍ୟବାହର କରିଥାନ୍ତି ତାହେଲେ ସେମାନଙ୍କର ଇନଫେକସନ ହେବାର ଚାନସେସ ଅଧିକ ରହିଥାଏ । ସାଧାରଣତଃ ଆମେ ପ୍ୟାଡକୁ ବ୍ୟବାହର କରି ଖୋଲା ସ୍ଥାନରେ ଫୋପାଡି ଦେଇଥାଉ , ସେଥିରୁ ଦୁର୍ଗନ୍ଧ ବାହାରିଥାଏ । ଏହା ବ୍ୟତୀତ ପରିବେଶ ଉପରେ ଏହାର ଖରାପ ଇଫେକ୍ଟ ପଡିବା ସହିତ ସେଥିରେ ମାଛି ମଶା ଆଦି ବସିଥାନ୍ତି । ସେଥିପାଇଁ ଏହା ପରିବେଶ ଉପରେ ଅଧିକ ପରିମାଣରେ ଖରାପ ପ୍ରଭାବ ପାକଇଥାଏ । ଯଦି ଆପଣ ପ୍ୟାଡ ବ୍ୟବହାର କରୁଛନ୍ତି ତେବେ ନନ୍ ପ୍ଲାଷ୍ଟିକ ଫ୍ୟାଡ ବ୍ୟବାହର କରନ୍ତୁ ।
ପ୍ୟାଡ ପିନ୍ଧିବା ପୂର୍ବରୁ ପ୍ରଥମେ ଆପଣଙ୍କ ହାତ ଉଷମ ପାଣି ବା ନରମାଲ ପାଣିରେ ଧୋଇନେଇ ଶୁଖିଲା କରିବା ଉଚିତ । ଅନେକ ଲୋକମାନେ ପ୍ୟାଡ ପିନ୍ଧି ସାରି ହାତକୁ ଧୋଇଥାନ୍ତି କିନ୍ତୁ ଏପରି କରିବା ବହୁତ ଖରାପ ହୋଇଥାଏ । ତେଣୁ ପ୍ରଥମେ ଉଷମ ବା ନରମାଲ ପାଣିରେ ଧୋଇନେବା ଉଚିତ । ଦ୍ୱିତୀୟରେ ହେଲା ହାତ ପରିଷ୍କାର କରିବେ ଏବଂ ନନ୍ ପ୍ଲାଷ୍ଟିକ ଫ୍ୟାଡ ବ୍ୟବାହର କରିବେ । ଏହା ବ୍ୟତୀତ ଆପଣ ସର୍ବଦା ପରିସ୍ରା ସ୍ଥାନକୁ ପରିଷ୍କାର ରଖିବା ଉଚିତ ଏବଂ ସେଠାରେ ପାଣି ଜମିବା ପାଇଁ ଦିଅନ୍ତୁ ନାହିଁ ଏବଂ ଯେତେବେଳେ ପରିଷ୍କାର କରୁଛନ୍ତି ଉପରୁ ତଳକୁ କରି ପରିଷ୍କାର କରନ୍ତୁ ।
ଯଦି ଆପଣ କପଡା ବ୍ୟବାହର କରୁଛନ୍ତି ତେବେ ପ୍ରଥମେ କଟନ କପଡା ବ୍ୟବାହର କରନ୍ତୁ ଏବଂ ଏବାକୁ ଗରମ ପାଣିରେ ଧୋଇ ଏବଂ ଏହାକୁ ସୁଖାଇ ବ୍ୟବାହର କରନ୍ତୁ । ସେହି କପଡାକୁ ଦୁଇରୁ ତିନିଥର ଅଧିକ ବ୍ୟବାହର କରନ୍ତୁ ନାହିଁ କାରଣ ଏହାକୁ ଯେତେ ପରିଷ୍କାର କଲେ ମଧ୍ୟ ସେଥିରେ ଜୀବାଣୁ ଗୁଡିକ ରହିଯାଇଥାଏ । ତେଣୁ ଏହାକୁ ଅଧିକ ବ୍ୟବହାର କରିବା ଉଚିତ ନୁହଁ , ଏହା ବ୍ୟତୀତ ଆପଣ ନନ୍ ପ୍ଲାଷ୍ଟିକ ପ୍ୟାଡ ବ୍ୟବହାର କରନ୍ତୁ । ପ୍ୟାଡ ପିନ୍ଧିବା ପୂର୍ବରୁ ହାତକୁ ଭଲ ଭବାରେ ଧୋଇ ଏବଂ ଶୁଖାଇ ପ୍ୟାଡ ପିନ୍ଧିବା ଉଚିତ । ଅନେକ ସମୟରେ ମହିଳା ମାନଙ୍କର ପେଟ ଯନ୍ତ୍ରଣା ହୋଇଥାଏ ,ଏଥିପାଇଁ ଚିନ୍ତା କରିବା ଉଚିତ ନୁହଁ । ପ୍ୟାଡ ପକାଇବା ପୂର୍ବରୁ ପେପର ବ୍ୟବାହର କରିବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।