ତେବେ ପ୍ରତି ଦିନ କିଛି ନା ନୂଆ ନୂଆ ଘଟଣା ଆମ ସମାଜରେ ଘଟି ଚାଲିଛି | ଆଉ ତାହା ଭିତରୁ କେତେକ ଘଟଣା ଆମକୁ ଖୁସି ଦେଉଥିବା ବେଳେ ଆଉ କେତେକ ଘଟଣା ଆମ ମନରେ ଆଣିଦେଇଥାଏ ଅସୁମାରୀ ଦୁଃଖ | ଆଉ ଯେଉଁ ଦୁଃଖଟି ଯାହା ସହିତ ଘଟିଥିବା ତାର ସହିବା ପାଇଁ ନା ଶକ୍ତି ଥିବ ନା ଥିବ ସାହସ | ଖାଲି ଆଖିକୁ ମଳି ମଳି କାନ୍ଦିବା ଠାରୁ ଆଉ କିଛି ଉପାୟ ନ ଥିବ ତାର ପାଖରେ | ତେବେ ସେମିତି ଏକ ହୃଦୟ ବିଦାରକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖା ଯାଉଛି କି କୁନି ପିଲା ଟିକୁ କାନ୍ଧରେ ପକେଇ ବାପା ଜଣକ ଚଲାଉଛନ୍ତି ରିକ୍ସା ପେଟ ରେ ଗଣ୍ଡେ ଦାନା ଦେବା ପାଇଁ ଆଉ ସହୁଛନ୍ତି ଅନେକ କଷ୍ଟ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ଭିଡ଼ିଓ ଉପରେ ଅଧିକ ନଜର ପକାଇବା |
ତେବେ ଭାଇରାଲ ହେଇଥିବା ଏହି ଭିଡ଼ିଓଟି ହେଉଛି ରାଜେଶ ର, ଆଉ ଯେଉଁଠି ରାଜେଶ ହେଉଛନ୍ତି ଜଣେ ରିକ୍ସା ଵାଲା ରିକ୍ସା ଚକେଇଲେ ତାଙ୍କ ଘରେ ଗଣ୍ଡେ ଦାନା ପାଣି ପେଟରେ ପଡେ | ଆଉ ଯେଉଁଠି ଆମେ ଦିନରେ 4-5 ଥର ଖାଉଛି ସେଇଠି ରାଜେଶ ଥରେ ବା ଦୁଇଥର ଖାଇକି ପେଟ ପୋଷୁଛନ୍ତି , ଆଉ କେତେବେଳେ ତ ଜମାରୁ ଖାଇବାକୁ ମଧ୍ୟ ଖାଇ ନ ଥାଆନ୍ତି |
ତେବେ ପରିବାର କହିଲେ ରାଜେଶ ଙ୍କର କେବଳ କେବଳ ରାଜେଶ ଆଉ ତାଙ୍କର କୁନି କୁନି ଦୁଇଜଣ ପୁଅ ଆଉ ଝିଅ | ଆଉ କୁନି ପିଲାଟିର ଦୁଃଖକୁ ନ ସହି ପାରି ବାପା ଜଣଙ୍କ ନିଜ କାନ୍ଧରେ ପକାଇଛି କୁନି ଝିଅ ଟିକୁ | ଆଉ ରିକ୍ସା ଚଳେଇବା ସହିତ ପିଲାଟିକୁ କାନ୍ଧରେ ପକାଇ ଶାନ୍ତନା ମଧ୍ୟ ଦେଉଛନ୍ତି ବାପା ଜଣଙ୍କ | ସତରେ ସେହି ବାପା କୁ ଧନ୍ୟବାଦ ଦିଆ ଯାଏ | କାରଣ ନିଜ କଥା ଚିନ୍ତା ନ କରି ଆଗ ପଛ କଥା ନ ଭାବି ଛୁଆଁ ମାନଙ୍କ ପାଇଁ ଦିନ ରାତି ଘଟି ଚାଲିଛି |
ଆଉ ପିଲାଟି ମଧ୍ୟ ତାର ଦୁଃଖ କୁ ବାପା ଆଗରେ ପ୍ରକାଶ କରିପାରୁନି ଆଉ ମୁହଁ ଖୋଲିକି କହି ମଧ୍ୟ ପାରୁନି | କେବଳ ତାର ବାପା ର କାନ୍ଧରେ ଶୋଇଛି ଆଉ ବାପା ଙ୍କର ସ୍ନେହ ଭରା କାନ୍ଧ କୁନି ପିଲା ଟିର ସମସ୍ତ ଭୋକ କୁ ଦୂର କରି ଦେଉଛି | ସତରେ ବାପା ଙ୍କ ସ୍ଥାନ କେତେ ଉପରେ ରହିଛି ଯେଉଁଠି ପିଲାମାନଙ୍କ ପାଇଁ ବାପା କେତେ ଦୁଃଖ କଷ୍ଟ ସହି ନ ଥାଆନ୍ତି | ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଘଟଣା କୁ ଦେଖିକି ବେଶ ଭଲ ଭାବରେ ଜାଣି ହେଉଛି | ଆଉ ଭିଡ଼ିଓଟି ଭାଇରାଲ ହେବା ସହିତ ବାପା ଜଣଙ୍କୁ ମଧ୍ୟ ସମସ୍ତେ ପ୍ରସଂଶା କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।