ପେଟ୍ରୋଲ ଦରକୁ ନେଇ ସ୍ୱାମୀଙ୍କ ଆକ୍ରମଣ, ରାମଙ୍କ ଭାରତରେ ପେଟ୍ରୋଲ ୯୩, ରାବଣ ଲଙ୍କାରେ ୫୧, ଏଥିରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ

0

ଦେଶରେ ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ର ଦର ଦାମ। ଯାହାକୁ ନେଇ ଚିନ୍ତାରେ ଦେଶର ସମସ୍ତ ଗାଡ଼ି ଚାଳକ। ସରକାରଙ୍କ ଏହିପରି ଦରବୃଦ୍ଧି ହେତୁ ଏହାକୁ ନେଇ ସମସ୍ତେ ପ୍ରତିକ୍ରିୟା ଶିଳ ହୋଇ ପଡିଛନ୍ତି।ଭାରତରେ ପେଟ୍ରୋଲ ୯୩ ଟଙ୍କା ଲିଟର ପିଛା ହୋଇଥିବା ବେଳେ ଏହା ଚଳକଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି।

ତେବେ ଆପଣଙ୍କୁ କହି ରଖୁଛୁ କି ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପ୍ରକାର ବୃଦ୍ଧି ହେବ ନାହିଁ ବଜେଟ୍ ଆସିବା ପରେ ମଧ୍ୟ। ତେଲର ଦରଦାମ ବୃଦ୍ଧି କରି ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦା ହେବନି ବୋଲି ସେ ସ୍ପଷ୍ଟ କରିଥିଲେ ।

ଏହାଛଡା ସେ ଆହୁରି ମଧ୍ୟ କହିଥିଲେ ଯେ କରକୁ ପୁନଃଗଠିତ କରିବାକୁ ସେସ୍ ଲାଗୁ କରା ଯାଇଛି। ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରି ନୂଆ କୃଷି ସେସ୍ ଲାଗୁ କରିଛନ୍ତି। କିନ୍ତୁ ସେସବୁ କିଛି ହେଲା ନାହିଁ। କାରଣ ସେସ୍ ଲାଗୁ ହେବା ଦ୍ବାରା ଏହା ଲୋକଙ୍କ ପକେଟ୍ ରୁ ଯିବ ବୋଲି କୁହା ଯାଉଛି। ବର୍ତ୍ତମାନ ସେସ ବାବଦ କୁ ସମସ୍ତ ଅର୍ଥ ଗ୍ରାହକଙ୍କ ପକେଟରୁ ଯିବ ବୋଲି ଆଶଙ୍କା କରା ଯାଉଛି। କାରଣ ଏବେ ଆସିଛି ନୂଆ ବଜେଟ୍।ତେବେ ସୋମବାର ଦିନ ଏହି ବଜେଟ୍ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବ ନାହିଁ ବୋଲି ସ୍ପଷ୍ଟ କରି ଦିଆ ଯାଇଥିଲା।

ଏବେ କିନ୍ତୁ ପେଟ୍ରୋଲ ଓ ଡିଜେଲ୍ ଦର ଦାମ ବୃଦ୍ଧି କୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ଲୋକେ।ଏହାରି ଭିତରେ ବିଜେପି ନେତା ସୁବ୍ରମନିଅନ୍ ସ୍ୱାମୀ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ନିଜ ଦଳକୁ ପରୋକ୍ଷ ଭାବରେ ଇଙ୍ଗିତ କରି କିଛି କହିଛନ୍ତି।

ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଗୋଟିଏ ଫଟୋ ଶେୟାର କରି ସୁବ୍ରମନିଅନ୍ ସ୍ୱାମୀ ଲେଖିଛନ୍ତି ଯେ, ରାମଙ୍କ ଭାରତରେ ପେଟ୍ରୋଲ ୯୩ ଟଙ୍କା ଥିବା ବେଳେ, ସୀତାଙ୍କ ନେପାଳରେ ଏହା ୫୩ ଟଙ୍କା ଓ ରାବଣର ଲଙ୍କାରେ ୫୧ ଟଙ୍କା ରହିଛି। ତେବେ ସ୍ଵାମୀଙ୍କ ଏହି ଭଳି କିଛି କଥା ଏହା ଇଙ୍ଗିତ କରୁଛି ଯେ ସେ ସରକାରଙ୍କ ତୈଳ ବୃଦ୍ଧି ନିଷ୍ପତ୍ତି କୁ ନେଇ ସନ୍ତୁଷ୍ଟ ନାହାନ୍ତି।

ଏମିତିରେ ଦେଶର ମେଟ୍ରୋ ସହର ମାନଙ୍କରେ ଲଗାତର ଭାବରେ ୬ ଦିନ ପାଇଁ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଲିଟର ପ୍ରତି ୮୬.୩୦ ପଇସା ଓ ୯୨.୮୬ ପଇସା ରହିଥିବା ଜଣା ପଡ଼ିଛି।ପେଟ୍ରୋଲ ଭଳି ଡିଜେଲ ଦରରେ ମଧ୍ୟ ବୃଦ୍ଧି ଘଟି ଏହା ୭୬ ଟଙ୍କା ୪୮ ପଇସାରେ ପହଞ୍ଚିଛି। ତେଣୁ ଏହାକୁ ନେଇ ସୁବ୍ରମନୀୟମ ସ୍ବାମୀ ସରକାରଙ୍କୁ ଏହିଭଳି ଭାବରେ ଇଙ୍ଗିତ କରିବାକୁ ଅନ୍ୟ ମାନେ ମଧ୍ୟ ସକାରାତ୍ମକ ଭାବରେ ସ୍ୱୀକାର କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।