ସାବଧାନ ! ପିଆଜ ଖାଇଲେ ବ୍ୟାପୁଛି ଏହି ଭୟଙ୍କର ରୋଗ, ବିଶେଷଜ୍ଞ ମାନେ କଲେ ଖୁଲାସା….

0

ଆମେ ଖାଉଥିବା ଖାଦ୍ୟ ପଦାର୍ଥରେ କିଛି ପରିମାଣରେ ଭଲ ଗୁଣ ରହିବା ସହିତ ଆଉ କିଛି ଖରାପ ଗୁଣ ମଧ୍ୟ ରହିଥାଏ । ଯାହା ଆମ ଶରୀରକୁ ବହୁତ କ୍ଷତି ପହଞ୍ଚାଇଥାଏ , ବର୍ତ୍ତମାନ ଆମେରିକାରେ ପିଆଜକୁ ଦେଖି ଡରୁଛନ୍ତି ଲୋକେ । କାରଣ ପିଆଜ ଖାଇଲେ ବ୍ୟାପୁଛି ଭୟଙ୍କର ରୋଗ , ପେଟ ରୋଗରେ ପଡି ଛଟପଟ ହେଉଛନ୍ତି ଶତାଧିକ । ଏନେଇ ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଲେଣି । ଆମେରିକାରେ 37ଟି ରାଜ୍ୟରେ ସଲମେନେଲା ରୋଗ ବ୍ୟାପିବା ଆରମ୍ଭ ହୋଇଯାଇଛି , ବିଶେଷ କରି ଟେକ୍ସାସ୍ , ଓକାଲହୋମା ସହରରେ ସର୍ବାଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଆମେରିକାର ରୋଗନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ସିଡିସି କହିଛି ।

ସଲମେନେଲା ହେଉଛି ଏକ ପେଟରୋଗ ସୃଷ୍ଟିକାରୀ ଅଣୁଜୀବ , ସାଧାରଣତଃ ଏହି ରୋଗ ବ୍ୟାକ୍ଟେରିଆ ଗ୍ୟାସଟୋନମିକାଲ ରୋଗ ସୃଷ୍ଟି କରିଥାଏ । ବିଶେଷ କରି ସଲମେନେଲା ଜୀବାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକଙ୍କ ଠାରେ ଡାଇରିଆ , ଜ୍ୱର ଓ ପେଟଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଯାଇଥାଏ । ପିଆଜ ଖାଇବାର 6 ଘଣ୍ଟାରୁ 6 ଦିନ ମଧ୍ୟରେ ଯେକୌଣସି ସମୟରେ ଏସବୁ ଲକ୍ଷଣ ଦେଖାଯାଏ ବୋଲି ଆମେରିକାର ସେଣ୍ଟର ଫର ଡିଜିସ୍ କଣ୍ଟ୍ରୋଲ ଆନପ୍ରିଭେନସନ୍ ସ୍ପଷ୍ଟ କରିଛି । ସମ୍ପୂର୍ଣ୍ଣ ଲାଲ , ଧଳା ଏବଂ ହଳଦିଆ ରଙ୍ଗର ପିଆଜ ଖାଇଲେ ଏହି ରୋଗ ଅଧିକ ମାତ୍ରାରେ ହେଉଥିବାର କୁହାଯାଉଛି ।

ଏଥିପାଇଁ ପ୍ୟାକେଜିଙ୍ଗ ଲେବୁଲ ଲାଗି ନଥିବା ପିଆଜ ନକିଣିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଏହାଛଡା କିଣିଥିବା ପିଆଜ ଗୁଡିକ ମଧ୍ୟ ଫୋପାଡି ଦେବା ସହ ପିଆଜ ରଖା ଯାଇଥିବା ପାତ୍ର ଏବଂ ଚଟାଣକୁ ସାବୁନ ପାଣିରେ ପରିଷ୍କାର କରାଯିବା ପାଇଁ କୁହାଯାଇଛି । ବିଶେଷ କରି ଚିହାୱା ଓ ମେକ୍ସିକର ରୁ ଆମଦାନୀ ହେଉଥିବା ପ୍ରସସ ଇନ ନାମକ କମ୍ପାନୀର ପିଆଜ ସଲମେନେଲା ରୋଗର କାରଣ ବୋଲି କୁହାଯାଉଛି । ପିଆଜ ଖାଇ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ଘଟି ନାହିଁ ।

ତେବେ ଆସୁସ୍ଥଙ୍କ ମଧ୍ୟରୁ ପଞ୍ଚସ୍ତରୀ ପ୍ରତିଶତ କଞ୍ଚାପିଆଜ ଓ ସେଥିରୁ ପ୍ରସ୍ତୁତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଛନ୍ତି । ଅଗଷ୍ଟ ଏବଂ ସେପ୍ଟମ୍ୱର ମସରେ ଏହି ରୋଗ ବୃଦ୍ଧି ପାଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ବୋଲି ସିଡିସି କହିଛନ୍ତି । ତେବେ ଏନେଇ ଲୋକ ମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି ଏବଂ ପିଆଜ କୁ ନଖାଇବା ପାଇଁ ମଧ୍ୟ ବାରଣ କରାଯାଇଛି । ପିଆଜର ଖାଇବାର 6 ଘଣ୍ଟା କିମ୍ୱା 6 ଦିନ ପରେ ଏହି ରୋଗର ଲକ୍ଷଣ ଦେଖା ଯାଉଥିବାର କୁହାଯାଉଛି । ସାଧାରଣତଃ ପେଟ ଯନ୍ତ୍ରଣା , ଡାଇରିଆ ଓ ଜ୍ୱର ଭଳି ସମସ୍ୟା ମାନ ଦେଖା ଯାଇଥାଏ ବୋଲି ସୂଚନା ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।