ଆମ ଓଡ଼ିଶାରେ ସବୁ କିଛି ନିଆରା l ଓଡ଼ିଆ ଭାଷାଠୁ ଆରମ୍ଭ କରି ଓଡ଼ିଆ ନାଚ, ଗୀତ, ପଦ୍ୟ, ପ୍ରହେଳିକା, କବିତା ଆଦି ବହୁତ ନିଆରା ଓ ସବୁଠୁ ବେଶୀ ସୁନ୍ଦର ହେଉଛି ଆମ ଓଡ଼ିଆ ଭାଷା l ଆସନ୍ତୁ ଆମେ ଆଜି ସେଇ ଓଡ଼ିଆ ପ୍ରହେଳିକା ବିଷୟରେ କିଛି ଜାଣିବା l
1- “ଆ ହାତରୁ ତା ହାତ ହୁଏ ସେ ବହୁତ
ଯା ହାତରେ ରହିଲା ସିଏ ମଜବୁତ “l
ଏହାର ଅର୍ଥ ହେଉଛି ଟଙ୍କା l
2- “କବାଟ ପଡ଼ିଲେ ଦିନବି ଅନ୍ଧାର
କବାଟ ଖୋଲିଲେ ପୃଥିବୀ ସୁନ୍ଦର ” l
ଏହାର ଅର୍ଥ ହେଉଛି ଆଖିପତା l
3- “ସକାଳେ ସଂଜରେ ଲାଲ ଗୁଲୁଗୁଲୁ
ଖରା ବେଳେ ଚାହିଁ ହୁଏନା
ରାତି ହେଲେ ସିଏ କେଣେ ଲୁଚିଯାଏ
ଯେତେ ଖୋଜିଲେ ବି ପାଏନା ” l
ଏହାର ଅର୍ଥ ହେଉଛି ସୂର୍ଯ୍ୟ l
4- “ପାଟିରୁ ଖସିଲେ ମା’ର ଦୋଷ
ପେଟରୁ ଖସିଲେ ପିଲାର ଦୋଷ ” l
ଏହାର ଅର୍ଥ ହେଉଛି ବିଲେଇ ଓ ମାଙ୍କଡ l ପାଟିରୁ ଖସିଲେ ମା ର ଦୋଷ ଅର୍ଥାତ ବିଲେଇ ତା ଛୁଆକୁ ପାଟିରେ ଧରି ଚାଲିଥାଏ, ତେଣୁ ପିଲା ଯଦି ଖସି ଯାଏ ତେବେ ମା ର ଦୋଷ l
ପେଟରୁ ଖସିଲେ ପିଲାର ଦୋଷ ଅର୍ଥାତ ମାଙ୍କଡ ଛୁଆ ତା ମା କୁ ଭିଡି ଧରିଥାଏ,ଯଦି ମାଙ୍କଡ ଛୁଆ ପଡ଼ିଯାଏ, ତେବେ ପିଲାର ଦୋଷ l
5- ଆଖି ନାହିଁ କାନ ନାହିଁ ଗୋଡ ବାଜିଲେ …… ନାହିଁ ?
ଉତ୍ତର – ଦୋଷ
6- “ଗଡି ଗଡି ଯେବେ ବାହାରକୁ ଯାଏ
ଚାରି ଯୁଗ ପାଇଯାଏ
ଉଡି ଉଡି ଯେବେ ବାହାରକୁ ଯାଏ
ଛଅ ଋତୁ ମିଳିଯାଏ ” l
ଏହାର ଅର୍ଥ ହେଉଛି କ୍ରିକେଟ ବଲ l
7- “ଖାଇବାକୁ ସକ ସକ
ଖାଇଦେଲେ ଲାଗେ ଭୋକ “l
ଏହାର ଅର୍ଥ ହେଉଛି ହଜମଲା l
8- ” ଅଇଲା ଲୋ ମାଆ ଟକଳି
ଦିଅଁ କୁ ଖାଇଲା, ଦେବତା ଖାଇଲା
ଆହୁରି ଖାଇବ ଖଟୁଳି “l
ଏହାର ଅର୍ଥ ହେଉଛି ନିଆଁ l
9- ” ଗଛଟି ଲଣ୍ଡା, ତା ଉପରେ
ବସିଅଛି ଫକୀର ପଣ୍ଡା ” l
ଏହାର ଅର୍ଥ ହେଉଛି ଚୁଲି ଉପରେ ହାଣ୍ଡି l
10- ” ଗାଈ କ୍ଷୀର ଦିଏ, କୁକୁଡ଼ା ଅଣ୍ଡା ଦିଏ
କିନ୍ତୁ ସେ କିଏ ଯେ ଦୁଇଟି ଯାକ ଦିଏ “l
ଏହାର ଅର୍ଥ ହେଉଛି ଦୋକାନୀ l
11- ” ଗୋଟିଏ ଗୁମ୍ଫାରେ ବତିଶି ଚୋର
ଦିନରେ କରନ୍ତି କାମ,
ରାତି ହେଲେ ସିଏ ଆରାମ କରନ୍ତି
କୁହ ତେବେ ତାଙ୍କ ନାମ “?
ଏହାର ଅର୍ଥ ହେଉଛି ଦାନ୍ତ l
ଆମେ ଓଡ଼ିଆରେ ଏମିତି ଆହୁରି କିଛି ଏମିତି ମଜାଳିଆ ପ୍ରହେଳିକା ସବୁ ରହିଛି l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।