ଯୁବକ ଦେଲେ କଡା ମନ୍ତବ୍ୟ ! ପିଣ୍ଟୁ ଭାଇ 25 ବର୍ଷର କଳାକାର ,ତାଙ୍କ ପାଖରେ କଣ ପଇସା ନାହିଁ ?ଏନେଇ ରୁଦ୍ରମନ , କଣ କହୁଛନ୍ତି ଦେଖନ୍ତୁ video …

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଆମ ଓଲିଉଡ ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ଏବଂ ସେ ଅନେକ ଦିନ ହେବ ଲିଭର ରୋଗ ରେ ଆକ୍ରାନ୍ତ ରହିଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହାକି ଯେ , ପିଣ୍ଟୁ ନନ୍ଦ ଙ୍କ ର ଲିଭର ର ୮୦ ପ୍ରତିଶତ ନଷ୍ଟ ହୋଇସାରିଛି ଏବଂ ତାଙ୍କୁ ବଂଚିବାକୁ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେବ ଯାହାକି ଭୁବନେଶ୍ୱର ରେ ନୁହେଁ ବରଂ ଦିଲ୍ଲୀ ରେ ହେବ ।ତେବେ ଏହା ପାଇଁ ତାଙ୍କ ପାଖରେ ଅର୍ଥ ବାଧକ ସାଜିଥିଲା ମାତ୍ର ପରେ ସମସ୍ତ ଙ୍କ ର ସାହାଯ୍ୟ ଯୋଗୁଁ ବର୍ତ୍ତମାନ ସେ ଦିଲ୍ଲୀ କୁ ଚିକିତ୍ସା ପାଇଁ ଯାଇଛନ୍ତି।

ତେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଯିବା କଥା ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଅଭିନେତା ଓ ଅଭିନେତ୍ରୀ ମାନେ ଆଗେଇ ଆସିଥିଲେ।ତେବେ କିନ୍ତୁ ଏହି ଘଟଣା କୁ ନେଇ ବର୍ତ୍ତମାନ ନିର୍ଦ୍ଦେଶକ ରୁଦ୍ର ଏହିପରି କିଛି କହିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ସେ ପ୍ରଥମେ କହିଛନ୍ତି କି ମୁଁ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା କରୁଛି କି , ପିଣ୍ଟୁ ନନ୍ଦ ଆରୋଗ୍ୟ ଲାଭ କରନ୍ତୁ ଏବଂ ସେ ଭଲ ହୋଇ ଆମ ଗହନ କୁ ପୁଣି ଫେରୀ ଆସନ୍ତୁ।

ମାତ୍ର ମୋତେ ଆଶ୍ଚର୍ଯ୍ୟ ଚକିତ ଲାଗୁଚି କି , ପିଣ୍ଟୁ ଭାଇ ଜଣେ ୨୫ ବର୍ଷ ର କଳାକାର ଅଟନ୍ତି ଏବଂ ସେ ପ୍ରାୟ ୫୦ ରୁ ଅଧିକ ସିନେମା ରେ କାମ କରିଛନ୍ତି ।କିନ୍ତୁ ୨୫ ବର୍ଷ ର କଳାକାର ଜୀବନ ପରେ ମଧ୍ୟ ଆଜି ତାଙ୍କ ପାଖରେ ନିଜ ର ଚିକିତ୍ସା ପାଇଁ ଟଙ୍କା ନାହିଁ। ନିଜ ଦେହ ଦେଖାଇବା ପାଇଁ ଆଜି ସେ ସମସ୍ତ ଙ୍କୁ ହାତ ଯୋଡି ଟଙ୍କା ସାହାଯ୍ୟ ମାଗୁଛନ୍ତି ,ଏହା ଠାରୁ ଲଜ୍ୟାକର କଥା ଆମ ଓଡ଼ିଶା କଳାକାର ଜଗତ କୁ ଆଉ କିଛି ବି ହୋଇ ନପାରେ।ସେ ଜଣେ କଳାକାର ଏବଂ ବହୁତ ଭଲ କଳାକାର ମଧ୍ୟ ଏବଂ ଏହା ସାଙ୍ଗରେ ତାଙ୍କର ବିଜନେସ ବି ରହିଛି କିନ୍ତୁ ସବୁ ପରେ ଆଜି ନିଜ ଜୀବନ ବଂଚେଇବା କୁ ସେ ହାତ ଯୋଡ଼ି ସାହାଯ୍ୟ ମାଗୁଛନ୍ତି ।

ତେବେ ଆମ ଦେହ ର କଥା ଆମେ କହି ପାରିବୁ ନାହିଁ, ଆଜି ଠିକ ଅଛି କାଲି ମୋର ବି ଦେହ ଖରାପ ହୋଇପାରେ। ମାତ୍ର ଜଣେ ଏତେ ଦିନର କଳାକାର ହୋଇ ତାଙ୍କ ପାଖରେ ଟଙ୍କା ନାହିଁ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର କଥା ଅଟେ , କାରଣ ଏହିପରି ଘଟଣା ଆଉ କୌଣସି ଇନ୍ଦ୍ରଷ୍ଟ୍ରି ରେ ହେଉ ନାହିଁ। ତେବେ ନିର୍ଦ୍ଦେଶକ ରୁଦ୍ର ଙ୍କ ର ଏହି ଭିଡ଼ିଓ ଟିକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି ଏବଂ ସେ ସତ୍ୟ କଥା କହିଥିବା ନେଇ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment