ଓଡ଼ିଆ ସିନେ ଦୁନିଆର ଆଗ ଧାଡ଼ିର ଅଭିନେତା ହେଉଛନ୍ତି ପିଣ୍ଟୁ ନନ୍ଦ, ଯାହାଙ୍କୁ ନେଇ ଆସିଛି ବହୁତ ବଡ଼ ଦୁଃଖ ଖବର ।ଦୀର୍ଘ ଦିନ ଧରି ଲିଭର ସିରିଅସିସ ରୋଗ ପାଇଁ ଚିକିତ୍ସିତ ହେଉଥିବା ପିଣ୍ଟୁ ଙ୍କ ସ୍ୱାସ୍ଥବସ୍ଥା ବିଗିଡି ବାରେ ଲାଗିଛି ।ଯାହାକୁ ନେଇ ଡାକ୍ତର ତାଙ୍କୁ ତୁରନ୍ତ ଦିଲ୍ଲୀ ନେବାକୁ କହିଛନ୍ତି କିନ୍ତୁ ଏହି ଚିକିତ୍ସା ପାଇଁ ଦରକାର ପୁରା 50 ଲକ୍ଷ ଟଙ୍କା ।ତେବେ ବନ୍ଧୁମାନେ ବର୍ତ୍ତମାନ ଏମିତି ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି ଅଭିନେତା ପିଣ୍ଟୁ ଙ୍କୁ ନେଇ ।
ପିଣ୍ଟୁ ନନ୍ଦ, ସେ ଜଣେ ଜଣେ ଏମିତି ଅଭିନେତା ଯାହାଙ୍କୁ ଖଳନାୟକ, କମେଡିଆନ ଓ ସହାୟକ ଅଭିନୟ କରୁଥିବାର ଦର୍ଶକ ଦେଖି ଆସିଛନ୍ତି ।ଖୁବ ଅଳ୍ପ ବୟସ ରୁ ଅଭିନୟ ଆରମ୍ଭ କରିଥିବା ପିଣ୍ଟୁ ବହୁତ ଜଲଦି ଲୋକ ଙ୍କ ହୃଦୟରେ ଜାଗା ବନେଇ ପାରିଥିଲେ ।ହେଲେ ସମୟ କାହା ଜୀବନରେ କୋଉ ଖେଳ ଖେଳିବି ତାହା କିଏ ବା କହି ପାରିବ, ସେମିତି ଲୋକଙ୍କ ପାଇଁ କାମ କରୁଥିବା ଏହାଜ ଅଭିନେତା ଆଜି ହସ୍ପିଟାଲରେ ବେଡ଼ରେ ।ତେବେ ଲିଭର ସିରିଅସିସ ନାମକ ରୋଗରେ ପୀଡିତ ଥିବା ପିଣ୍ଟୁ ଙ୍କ ଚିକିତ୍ସା ଏବେ ଭୁବନେଶ୍ୱର ରେ ସମ୍ଭବ ନୁହେଁ ଅଧିକ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ଦିଲ୍ଲୀ ।
ତେବେ ଆଗରୁ ପିଣ୍ଟୁ ଲିଭର ସମସ୍ୟା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ।ତେବେ ଡାକୁର କହିବା ଅନୁଯାୟୀ ପିଣ୍ଡୁ ଲିଭର ସିରିଅସିସ ରୋଗରେ ପୀଡିତ ଅଛନ୍ତି ଆଉ ଧୀରେ ଧୀରେ ତାଙ୍କର ଅବସ୍ଥା ଖରାପ ହେବାରେ ଲାଗୁଛି ।ତେଣୁ ଏବେ ତାଙ୍କର ଠିକ ରେ ଚିକିତ୍ସା ପାଇଁ ପିଣ୍ଟୁ ଙ୍କୁ ଦିଲ୍ଲୀ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।ହେଲେ ଏଠାରେ ବଡ଼ କଥା ହେଉଛି କି ଦିଲ୍ଲୀ ରେ ଚିକିତ୍ସା ପାଇଁ ପିଣ୍ଟୁ ଙ୍କୁ 50 ଲକ୍ଷ ଟଙ୍କା ଦରକାର ।ଆଉ ଏତିକ ଅର୍ଥ ନଥିବା ବେଳେ ପିଣ୍ଟୁ ଙ୍କ ଚିକିତ୍ସା ରେ ଡେରି ହେବାରେ ଲାଗିଛି ।
ତେବେ କିଛିଦିନ ତଳେ ଯେତେବେଳେ ଅକ୍ଲାନ୍ତ ଙ୍କ ମୃତ୍ୟୁ ଘଟିଲା ସେତେବେଳେ ତାଙ୍କର ମନ୍ତବ୍ୟ ନେବାକୁ ଚାହିଁଥିବା ସାମ୍ବାଦିକା ପିଣ୍ଟୁ କିଛି କହି ପାରିନଥିଲେ ଓ ନିଜେ ହସ୍ପିଟାଲ ବେଡ଼ରେ ଅଛନ୍ତି କହିଥିଲେ ।ଆଉ ଏବେ ଏବେ ତାଙ୍କୁ ନେଇ ଏମିତି ଖବର ଶୁଣିବାକୁ ମିଳୁଛି ।ତେବେ ପିଣ୍ଟୁ ଅନେକ ନିର୍ଦେଶକ ନିର୍ଦେଶକ ମାନଙ୍କ କାମ କରିଛନ୍ତି ତେଣୁ ତାଙ୍କର ଏହି ଅବସ୍ଥା ଦେଖି ପୁରା ଓଲିଉଡ ଦୁନିଆ ଭାଙ୍ଗି ପଡିଛି ।ତେବେ ଖୁବ ଜଲଦି ଅର୍ଥ ଯୋଗାଡ଼ ହେଲେ ଯାଇ ପିଣ୍ଟୁ ଦିଲ୍ଲୀ ଯାଇ ଚିକିତ୍ସିତ ହେଇପାରିବେ, ତେଣୁ ପିଣ୍ଟୁ ଙ୍କ ଜୀବନ ବଞ୍ଚାଇବା ପାଇଁ ଅର୍ଥ ଯୋଗାଡ଼ କରିବାରେ ସମସ୍ତେ ସାହାଯ୍ୟ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।