ଦେଖନ୍ତୁ ଭିଡ଼ିଓ – ପୋଲିସ କୁ ବୀଚ ରାସ୍ତାରେ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ, ଭିଡ଼ିଓ ସୋସିଆଲ ମିଡିଆରେ Viral…

0

ପ୍ରତିଦିନ ଅନେକ ଗୁଡ଼ିଏ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ ଅବଗତ କରାଇଥାଉ। ଯାହା ଜାଣିଲା ପରେ ଆପଣ ସମାଜର ରୂପରେଖ ଏବଂ ବାସ୍ତବିକ ପ୍ରକ୍ରିୟା କୁ ଜାଣିବାକୁ ସକ୍ଷମ ହେଉଛନ୍ତି। ସେହିପରି ପୁଣି ଏବେ ଭଦ୍ରକ ଜିଲ୍ଲା ତିହିଡି ଥାନା ନୟାଗନ୍ଦ ପଞ୍ଚାୟତ ହାତୁଆରି ଗ୍ରାମରେ ଘଟିଛି ଏକ ଅଭାବନୀୟ ଏବଂ ଅପ୍ରୀତିକର ଘଟଣା।ସେହି ଗ୍ରାମର ଜଣେ ୨୨ ବର୍ଷୀୟ ଯୁବକ ବାପି ମହାଳିକ ପୋଲିସ୍ କୁ ଡରି ପୋଖରୀକୁ ଡେଇଁ ପଡିବା କାରଣରୁ ତାର ମୃତ୍ୟୁ ଘଟିଛି।

ଆଉ ଗ୍ରାମର ଏହି ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ପୋଲିସ୍ କୁ ସେମାନେ ଗୋଡ଼ାଇ ଗୋଡ଼ାଇ ପିଟିିବା ସହିତ ପୋଲିସ୍ ଗାଡ଼ିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ।

ତେବେ ଯାହା ସୂଚନା ମିଳିଛି ସେହି ଅନୁସାରେ ଜିଲ୍ଲାର ପାଳିଆ, ଜେରାଝେରପୁର, ନୟାନନ୍ଦ ଏବଂ ହାତୁଆରୀ ଆଦି ଅଞ୍ଚଳରେ ଦୀର୍ଘ ଦିନ ଧରି ଚୋରା କୋଇଲା କାରବାର ଚାଲି ଆସୁଥିଲା।ତେବେ ଏହି କୋଇଲାର ଚୋରା ଚାଲାଣ ର ସୂଚନା ପାଇ ତିହିଡି ପୋଲିସ୍ ମଙ୍ଗଳବାର ଦିନ ରାତିରେ ହାଟୁଆରି ଅଞ୍ଚଳରେ ଚଢ଼ାଉ କରିବାକୁ ଯାଇଥିଲା ଏବଂ ସେହି ସମୟରେ ଉକ୍ତ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ କୁ ପୋଲିସ୍ ଗୋଡ଼ାଇ ଥିଲା। ମାତ୍ର ପୋଲିସ୍ ଗୋଡାଉ ଥିବାରୁ ପୋଲିସ ଭୟରେ ଏହି ଭିନ୍ନକ୍ଷମ ଯୁବକ ଜଣଙ୍କ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲା ଏବଂ ଏହି କାରଣରୁ ତାର ମୃତ୍ୟୁ ମଧ୍ୟ ଘଟିଥିଲା।

ସେପଟେ ଅନ୍ୟ ପକ୍ଷରେ କୁହା ଯାଉଛି ଯେ ତିହିଡି ପୋଲିସ୍ ଉକ୍ତ ଯୁବକଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ମାଡ଼ ମାରି ଥିବାର କୁହା ଯାଉଅଛି ଏବଂ ଏଥିରେ ତାର ପ୍ରାଣ ହାନୀ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଂଚଳର ଲୋକେ ଉତ୍ତ୍ୟକ୍ତ ହୋଇ ପୋଲିସ୍ କୁ ଗୋଡ଼ାଇ ଗୋଡ଼ାଇ ପିଟିିବା ସହ ପୋଲିସ୍ ଗାଡ଼ିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ।

ଏହାପରେ ସେଠାରେ ସ୍ଥିତି ଅନାୟତ ହୋଇ ଯାଇଥିଲା।ଏହାପରେ ସେଠାରେ ଭଦ୍ରକ ଏସ ପି ଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ସେଠାରେ ପହଞ୍ଚି ଥିଲେ। ସେମାନେ ଉତ୍ତେଜିତ ଲୋକଙ୍କୁ ବୁଝା ସୂଝା କରି ପରିସ୍ଥିତି କୁ ଆୟତ୍ତ ଭିତରକୁ ଆଣିଥିଲେ।

ତେବେ ଏହାକୁ ନେଇ ଏସ ପି ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।ସେ ଘଟଣା ସ୍ଥଳରେ ପହଞ୍ଚି ଏହି ବିଷୟରେ ସମସ୍ତ ତଥ୍ୟ ସହିତ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଏ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିବେ ବୋଲି କହିଛନ୍ତି। କାହିଁକି ପୋଲିସ୍ ଉକ୍ତ ଯୁବକ କୁ ଗୋଡ଼ାଇ ଥିଲା ଏହା ପଛରେ ପୋଲିସ୍ ର କୌଣସି ଉଦ୍ଦେଶ୍ୟ ମୂଳକ କାରଣ ରହିଥିଲା କି ନାହିଁ।

ଏଭଳି ଅନେକା ପ୍ରଶ୍ନ ଲୋକଙ୍କ ମନ ଭିତରେ ରହିଛି। ତେବେ ଏହାକୁ ନେଇ ଏବେ ପୋଲିସ୍ ର ତଦନ୍ତ ଜାରି ରହିଛି। ଘଟଣାର ପ୍ରକୃତ ସତ୍ୟା ସତ୍ୟ ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ବୋଲି ପୋଲିସ୍ ଅଧିକାରୀ ଜଣଙ୍କ କହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।