ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଁଚୁଛି। ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ଆଠ ମାସ ପାଇଁ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ। କରନା ମହାମାରି ସମୟରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୭ ମାସ ପାଇଁ ଚାଉଳ ଯୋଗାଇ ଦେଇଥିଲେ କେନ୍ଦ୍ର ସରକାର। ଚଳିତ ବର୍ଷ ମେ ରୁ ନଭେମ୍ବର ପର୍ଯ୍ୟନ୍ତ ଚାଉଳ ଯୋଗାଣକୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଏହି ଚାଉଳ ଯୋଗାଣ ବନ୍ଦ ହୋଇଯିବ।
ହେଲେ କରନାର ପ୍ରଭାବ କମିନଥିବାରୁ ଆଉ ୮ ମାସ ଯାଏ ଏହି ଯୋଜନାରେ ଗରିବ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବା ପାଇଁ ନବୀନ ପଟ୍ଟନାୟକ। ସରକାରଙ୍କ ପାଖରେ ଅଧିକ ପରିମାଣରେ ଚାଉଳ ମହଜୁତ ଥିବାରୁ ଏହା ସମ୍ପର୍କରେ ବିଚାର କରିବା ପାଇଁ କହିଛନ୍ତି ନବୀନ ପଟନାୟକ। ତେବେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି, ଆଉ ୮ ମାସ ଚାଉଳ ଦେବା ପାଇଁ କାରଣ ବର୍ତ୍ତମାନ ସମୟରେ କରନା ସମ୍ପୂର୍ଣ୍ଣ ଭାବରେ କମି ନାହିଁ। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କରନା ମହାମାରି ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କରନା ମହାମରି ଲାଗିରହିଥିଲା।
ତେବେ ଜନସାଧାରଣଙ୍କ ଜୀବନକୁ ଦୃଷ୍ଟିରେ ରଖି ଲକଡାଉନ ସଟଡାଉନ ଭଳି ବ୍ୟବସ୍ଥା କରାଯାଇଥିଲା। ଫଳରେ ଲୋକ ମାନେ ସମସ୍ତେ ଘରେ ରହିଲେ ସେମାନଙ୍କ ଜୀବନ ଧାରଣରେ ବାଧା ଉପୁଜିଥିଲା। ସବୁଠାରୁ ଅଧିକ ଗରିବ ଶ୍ରେଣୀର ଲୋକ ମାନେ ପ୍ରଭାବିତ ହେଲେ। ଏହିସବୁକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଲେ। ଚାଉଳ ଗହମ ଇତ୍ୟାଦି ସରକାର ଯୋଗାଇ ଦେଇଥିଲେ। ଏହା ବ୍ୟତୀତ କିଛି ଟଙ୍କା ମଧ୍ୟ ଯୋଗାଇ ଦେଇଥିଲେ। ଏଥିରେ ଅନେକ ଗରିବ ଲୋକ ମାନେ ଉପକୃତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ କରନା ପ୍ରଭାବ କମି ଯାଇଛି କିନ୍ତୁ ସମ୍ପୂର୍ଣ୍ଣ ଭାବରେ କମି ନାହିଁ। ଲକଡାଉନରେ ଅନେକ ଲୋକ ରୋଜଗାର ହରାଇଥିଲେ। ସେମାନେ ବର୍ତ୍ତମାନ ସମୟରେ କରନା କମିବା ପରେ ମଧ୍ୟ କୌଣସି କାମ ମିଳୁନାହିଁ। ଏବଂ ଅଧିକାଂଶ ଲୋକ ବର୍ତ୍ତମାନ ରୋଜଗାର ହରାଇ କାମ ଖୋଜୁଛନ୍ତି।
ତେବେ ଏଭଳି ପରିସ୍ଥିତି ରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିବା ଚାଉଳ ବନ୍ଧ କରିଦିଆଯିବ। ତେବେ ବର୍ତ୍ତମାନ ସମୟରେ କରନା ସମ୍ପୂର୍ଣ୍ଣ ଭାବରେ କମ ହୋଇ ନାହିଁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିବା ଚାଉଳକୁ ଆଉ ୮ ମାସ ଦିଆଯାଉ। କାରଣ ଦେଶରେ ଅଧିକ ପରିମାଣରେ ଖାଦ୍ୟ ମହଜୁଦ ହୋଇ ରହିଛି। ତେବେ ଆଗକୁ ଦେଖାଯାଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ ନିଷ୍ପତ୍ତି ନେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।