ତେବେ ବନ୍ଧୁଗଣ ସେହି ପ୍ରକୃତି ଆଉ ତୁପ୍ତି ଙ୍କୁ ନେଇକି ଘଟଣା ଏବେ ଜୋରଦାର ମୋଡ଼ ନେଇଛି | ଆଉ ଯେଉଁଠି ମାସକ ତଳେ ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କଠାରୁ ବିଚ ରାସ୍ତାରେ ମାଡ଼ ଖାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର |ତେଣୁ ଏବେ ଭୁବନେଶ୍ବର କୋର୍ଟରେ 5 କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିବା କଥା ସାମ୍ନା ଆସିଛି | ଏ ନେଇ ପ୍ରକୃତିଙ୍କ ଓକିଲ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ସେ କହିଥିଲେ ଯେ ‘ପ୍ରକୃତିଙ୍କ ପକ୍ଷରୁ ମାନହାନୀ ମକଦ୍ଦମା କରିବାକୁ ଆମେ କୋର୍ଟକୁ ବାହାରୁଛୁ | ତେବେ ପ୍ରକୃତିି କୋର୍ଟରେ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ନାମରେ ମାନହାନି ମକଦ୍ଦମା କରିଥିବା ସୂଚନା ରହିଛି |
ତେବେ ସୂଚନା ଅନୁଯାୟୀ ଆଜକୁ ଠିକ 1 ମାସ ତଳେ ରାସ୍ତା ମଝିରେ ଦେଖିବାକୁ ମିଳିଥିଲା ଷ୍ଟାର୍ ଦମ୍ପତି ଙ୍କ ପରିବାରର କଳି | ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ ଚାରିଚକିଆ ଗାଡ଼ିରେ ବସି କେଉଁଆଡ଼କୁ ଯିବାକୁ ବାହାରିଥିବା ସମୟରେ ତାଙ୍କୁ ଅଟକାଇଥିଲେ ବାବୁସାନ୍ଙ୍କ ପତ୍ନୀ | ତେବେ ସେଠାରେ ସେ ବାବୁସାନ୍ଙ୍କ ସହ ଧସ୍ତାଧସ୍ତି କରିବା ସହ ପ୍ରକୃତିଙ୍କୁ ବି ରାସ୍ତା ମଝିରେ ଗୋଡ଼େଇ ଗୋଡ଼େଇ ଧକ୍କା ମାରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖିବାକୁ ମିଳିଥିଲା |
ତେବେ ସୂଚନା ମୁତାବକ ତାଙ୍କ ସ୍ବାମୀଙ୍କର ପ୍ରକୃତିଙ୍କ ସହ ପରକୀୟା ପ୍ରୀତି ଅଛି ବୋଲି ଅଭିଯୋଗ ଆଣିବା ସହ ପ୍ରକୃତି ତାଙ୍କ ଘର ଭାଙ୍ଗିଛନ୍ତି ବୋଲି ତୃପ୍ତି କହୁଥିବାର ଭିଡିଓରେ ଶୁଣିବାକୁ ମିଳିଥିଲା | ଏହି ଘଟଣାକୁ ନେଇ ଉଭୟ ବାବୁସାନ୍ ଓ ପ୍ରକୃତିଙ୍କ ଘରେ ବିବାଦ ସୃଷ୍ଟି ହୋଇଥିଲା | ବାବୁସାନ୍ଙ୍କ ବାପାମାଆ ତଥା ଓଡ଼ିଶାର ସୁନାମଧନ୍ୟ ଷ୍ଟାର୍ ଦମ୍ପତି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ସପକ୍ଷରେ ବାହାରିଥିବା ବେଳେ ପ୍ରକୃତିଙ୍କ ବାପା ତଥା ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ତାଙ୍କ ପତ୍ନୀ ନିଜ ଝିଅ ପ୍ରକୃତିକୁ ସମର୍ଥନ କରିଥିଲେ | ଏପରିକି ରାସ୍ତା ମଝିରେ ତୃପ୍ତି ପ୍ରକୃତିଙ୍କୁ ମାଡ଼ ମାରି ତାଙ୍କର ସମ୍ମାନ ହାନି କରିଥିବାରୁ ସେ ଝିଅ ସହ ଯାଇ ମନ୍ମଥ ମିଶ୍ର ତୃପ୍ତିଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଥିଲେ |
ତେବେ ଏ ସମସ୍ତ ଘଟଣା ପରେ ଏବେ ପ୍ରକୃତି ମିଶ୍ର ନିଜ ଉପରେ ହେଇଥିବା ଅତ୍ୟାଚାର କୁ ନେଇ ତୃପ୍ତି ଙ୍କ ନା ରେ 5 କୋଟି ଟଙ୍କା ର ମାନହାନୀ ମକାର୍ଦମା କରିଥିବା ବେଳେ, ଏ ନେଇ ସମାଜସେବୀ ଜଣଙ୍କ କହିଛନ୍ତି ଯେ | ଏଯାଏଁ କୁଆଡେ ଥିଲା ପ୍ରକୃତି, ଏବେ ଆସି 5 କୋଟି ଟଙ୍କା ର ମାନହାନୀ ମକାର୍ଦମା କରିଛନ୍ତି | ତେଣୁ ସେ ତାଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ ପ୍ରକୃତି 5 କୋଟି ନୁହେଁ 500 କୋଟି ଟଙ୍କା ର କେସ କରିବାର ଥିଲା | କାରଣ ଏତେ ବଡ଼ ସେଲିବ୍ରେଟି ଙ୍କ ପାଇଁ 5 କୋଟି ବହୁତ କମ ତେଣୁ 5 କୋଟି ନୁହେଁ 500 କୋଟି ଟଙ୍କା ର କେସ କରିବାର ଥିଲା ବୋଲି କହିଲେ ସମାଜ ସେବୀ |ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।