ତେବେ ବର୍ତ୍ତମାନ ସମୟରେ ଯେଉଁଠି ଦେଖିବ କେବଳ ବାବୁସାନ ଓ ପ୍ରକୃତି ଙ୍କର ଘଟଣା କୁ ନେଇ ଚର୍ଚ୍ଚା | କେଉଁଠି ଲୋକ କହୁଛନ୍ତି କି ତୃପ୍ତି ଯାହା କରିଛନ୍ତି ଠିକ କରିଛନ୍ତି ତ ଆଉ କେଉଁଠି କହୁଛନ୍ତି ପରିବାର କଥା ଏମିତି ରାସ୍ତା ରେ ପକାଇ ତୃପ୍ତି ଠିକ କଲେ ନାହିଁ | ପ୍ରକୃତି ମିଶ୍ର ଙ୍କୁ ତାଙ୍କ ବାପା ମନ୍ମଥ ମିଶ୍ର ଏୟାରପର୍ଟ ରୁ ଭିଡ଼ି ଆଣିଛନ୍ତି, ତାଙ୍କର ସବୁ ପ୍ଲାନ କୁ ନାକାମ କରି ବାପା କହିଛନ୍ତି କି ଆଗେ ତୁ ଭୁବନେଶ୍ୱର ଚାଲ ତାପରେ ତୁ ଯୁଆଡେ ଯିବୁ ଯିବୁ |
କାରଣ ତାଙ୍କର ବି ଆତ୍ମ ସମ୍ମାନ ରହିଛି ଆଉ ସେ ଚାହୁଁଛନ୍ତି କି ପ୍ରକୃତି କିପରି ଭଲ ରାସ୍ତା କୁ ଚାଲି ଆସନ୍ତୁ | ତେବେ ପ୍ରକୃତି ମିଶ୍ର ଙ୍କୁ ଆଜି ମହିଳା ପୋଲିସ 1 ଘଣ୍ଟା ପର୍ଯ୍ୟନ୍ତ ଜେରା କରିଛି ଆଉ ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ର ଙ୍କୁ ଏକ ଘଣ୍ଟା କାଳ ସବୁ ଗୋଟି ଗୋଟି କରି ପଚରା ଉଚରା କରି ଥିଲେ |
ଆଉ ତଦନ୍ତ ରେ ପ୍ରକୃତି ମିଶ୍ର ତାଙ୍କୁ ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି ମଧ୍ୟ କହି ଥିଲେ | ସେପଟେ ଖରାବେଳେ ନଗର ପୋଲିସ ତାଙ୍କ ବାସ ଭବନ ରେ ପହଞ୍ଚି ଯାଇଛି ଆଉ ସେଠାରେ ମଧ୍ୟ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ବାପା ମନ୍ମଥ ମିଶ୍ର | ତେବେ ଏ ଭିତରେ ଅନେକ କିଛି କଥା ସାମ୍ନାକୁ ଆସୁଛି କାରଣ ପ୍ରକୃତି ଙ୍କ ପାଇଁ ତାଙ୍କ ବାପା ଥାନାରେ କେସ ଦେଇ ଥିଲେ | ଆଉ ଏହା ସହିତ କେସ ରେ ଯେଉଁ ସବୁ ଚାର୍ଜେସ ଲାଗିଛି ସେ ସବୁ ର ଆଧାର ରେ ପୋଲିସ ପଚରା ଉଚରା କରିବ | ତେବେ ଆଗରୁ ହିଁ ତୃପ୍ତି ଏହି ସବୁଥିରେ ପୋଲିସ କୁ ସହଯୋଗ କରି ଆସୁଛନ୍ତି କିନ୍ତୁ ଗୋଟିଏ କଥା ହେଉଛି ଏପର୍ଯ୍ୟନ୍ତ ବାବୁସାନ ଭୁବନେଶ୍ୱର କୁ ଫେରି ନାହାଁନ୍ତି |
ତେବେ ପ୍ରକୃତି ଙ୍କୁ ସିନା ତାଙ୍କ ବାପା ଭୁବନେଶ୍ୱର କୁ ଭିଡ଼ି ଆଣିଲେ କିନ୍ତୁ ଏବେ ପ୍ରକୃତି ମିଶ୍ର ଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପୋଲିସ କୁ ସବୁ ସତ ସତ କହିବେ | ଆଉ ଅନ୍ୟ ପଟେ ଏବେ ତୃପ୍ତି ଓ ପ୍ରକୃତି ଆମ୍ନାସାମ୍ନା ହେବେ ଆଉ ତୃପ୍ତି ଙ୍କ ପାଖରେ ଏବେ ପ୍ରକୃତି ଙ୍କ ବିରୋଧ ରେ ସବୁ ପ୍ରମାଣ ରହିଛି | କାରଣ ତୃପ୍ତି କହୁ ଥିଲେ କି ପ୍ରକୃତି 3 ବର୍ଷ ହେଲା ତାଙ୍କ ସଂସାର କୁ ଭାଙ୍ଗି ଚାଲିଛନ୍ତି | ତେବେ ଦେଖିବାକୁ ବାକି ରହିଲା କି ପୋଲିସ ଦୁହିଁଙ୍କ ପ୍ରଶ୍ନ ଉତ୍ତର କେତେ ସନ୍ତୁଷ୍ଟ ହେଉଛି | ତେବେ ବର୍ତ୍ତମାନ ସମୟରେ ତୃପ୍ତି କୁ ନେଇ ନୁହେଁ ବରଂ ବାବୁସାନ ଓ ପ୍ରକୃତି ଙ୍କୁ ନେଇ ଅନେକ ସମାଲୋଚନା ଚାଲିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।