Pramod Sahoo ଙ୍କ ଘରୁ କେଉଁ ମୁହୂର୍ତ୍ତରେ ବି Tapaswini ଙ୍କୁ ଉଠେଇ ନେଇପାରେ ପୋଲିସ୍ ହେଲେ କାହିଁକି ?…ଦେଖନ୍ତୁ ଭିଡ଼ିଓ

0

ବ୍ରହ୍ମପୁର ର ତପସ୍ଵିନୀ ଏବଂ ଡ଼ାକ୍ତର ସୁମିତ ଙ୍କ ବିବାହ ବିବାଦ ମାମଲାକୁ ନେଇ ପିଟିସନ ଉପରେ ପିଟିସନ ଦାଖଲ ହେଉଥିଲେ ବି କିନ୍ତୁ ଏବେଯାଏଁ ସମାଧାନର ବାଟ ଫିଟି ପାରୁ ନାହିଁ।ସମୟ ଅତିବାହିତ ହେବା ସହିତ ଚର୍ଚ୍ଚା ମଧ୍ୟ ବଢ଼ିବାରେ ଲାଗିଛି। ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ, ଯାହାକୁ ନେଇ ଅନେକାଂଶରେ ବିବାଦ ଏବଂ ଚର୍ଚ୍ଚା ବଢ଼ିବାରେ ଲାଗିଛି। ତେବେ ବାରମ୍ବାର ସ୍ତ୍ରୀ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ରେ ନୂଆ ନୂଆ ମୋଡ଼ ଆସିବାରେ ଲାଗୁଛି। ପ୍ରତିଦିନ ଏହି ବିବାଦ ଆଲୋଚନାର ବିଷୟ ପାଲଟିବାରେ ଲାଗିଛି।ଏହାକୁ ନେଇ ଯେଉଁଭଳି ଭାବରେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି ତାହା ଏ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରୁଛି।

ଯଦିଓ ଅନେକ ଦିନ ପରେ ଲୋକଙ୍କ ସହଯୋଗ ପାଇ ତପସ୍ୱିନୀ ଶଶୁର ଘର ପିଣ୍ଡା ପର୍ଯ୍ୟନ୍ତ ଆସିଛନ୍ତି।ତେବେ ଏବେ ପ୍ରଶ୍ନ ଉଠୁଛି ଯେ ପୋଲିସ୍ କଣ ଉଠାଇନେବ କି ତପସ୍ଵିନୀ ଙ୍କୁ। କେତେ କଷ୍ଟରେ ଗେଟ୍ କୁ ଭାଙ୍ଗି ପିଣ୍ଡା ପର୍ଯ୍ୟନ୍ତ ଆସିଥିଲେ ଡିମ୍ପଲ୍। ତେବେ ଏବେ କଣ ପୋଲିସ୍ ପୁଣିଥରେ ତାଙ୍କୁ ସେଠାରୁ ଉଠାଇ ନେବ? ଝୁଲିଛି ତପସ୍ଵିନୀ ଙ୍କ ଭାଗ୍ୟ। ଆଉ ଏହାରି ଭିତରେ ଝଟକା ଦେଇ ଦେଇଛନ୍ତି ମାନ୍ୟବର ଏସଡିଜିଏମ୍ କୋର୍ଟ।ମାସେରୁ ଅଧିକ ଦିନ ହେବ ତପସ୍ୱିନୀ-ସୁମିତ ବିବାଦ ଲାଗି ରହିଥିବା ବେଳେ ଫିଟି ପାରୁନି ସମାଧାନର ବାଟ। ଆଉ ଏବେ ତପସ୍ୱିନୀଙ୍କୁ ଝଟକା ଦେଇଛନ୍ତି କୋର୍ଟ।

ଶଶୁର ଘରେ ରହିବା ପାଇଁ ପିଟିସନ ଦାଖଲ କରିଥିଲେ ତପସ୍ଵିନୀ। ହେଲେ ଏହାକୁ ଏସ୍‌ଡିଜେଏମ୍‌ କୋର୍ଟ ଖାରଜ କରି ଦେଇଛନ୍ତି। ଫଳରେ ତପସ୍ୱିନୀଙ୍କୁ ଶକ୍ତ ଧକ୍କା ଲାଗିଛି। ତେବେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଜିଲ୍ଲା ଜଜ୍‌ କୋର୍ଟରେ ଆବେଦନ କରିଛନ୍ତି।ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀ ଜିଲ୍ଲା ଜଜ୍‌ କୋର୍ଟରେ ଅପିଲ୍ କରିଥିବା ବେଳେ ସୁମିତ ମଧ୍ୟ ଜିଲ୍ଲା ଜଜ୍‌ କୋର୍ଟରେ ପିଟିସନ ଫାଇଲ କରିଛନ୍ତି। ଆସନ୍ତା ୨୭ ତାରିଖରେ ଉଭୟ ପକ୍ଷଙ୍କ ଶୁଣାଣି ରହିଛି। ତପସ୍ଵିନୀ ଙ୍କ ଓକିଲ କହିଛନ୍ତି ଯେ ତଳ କୋର୍ଟ ଙ୍କ ଆଦେଶ ଗ୍ରହଣଯୋଗ୍ୟ
ନୁହେଁ।

ଏପଟେ ପ୍ରମୋଦ ସାହୁ ଭିଡିଓ, ଅଡିଓ ଜାରି କରି କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେବେ ଏପରି ସ୍ଥଳେ ଯଦି ପୋଲିସ୍ ତପସ୍ଵିନୀ ଙ୍କୁ ଉଠାଇନିଏ ତେବେ ଛାଡ଼ିବ କେଉଁଠି। କାରଣ ଏ ପର୍ଯ୍ୟନ୍ତ କୋର୍ଟ ଦେଇଥିବା ତାଙ୍କର ପ୍ରଥମ ରାୟର କୌନସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି ସୁମିତ।ଆଉ ଏପଟେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ଚ୍ୟାଲେଞ୍ଜ କରି ତପସ୍ୱିନୀ ଜିଲ୍ଲା ଜଜ୍‌ କୋର୍ଟରେ ଅପିଲ୍ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏବେ ପୋଲିସ୍ କଣ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।