ସରକାରଙ୍କ ବଡ ଘୋଷଣା ! ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଏହି ତାରିଖରେ ଖୋଲିବ ସ୍କୁଲ…ନିଶ୍ଚୟ ଦେଖନ୍ତୁ

0

ଆମ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସ୍କୁଲ ଏବଂ କଲେଜ ଓପନ ହୋଇ ସାରିଛି , ଏଇ ମଧ୍ୟରେ ଆସନ୍ତା 16 ତାରିଖ ନବମ ଶ୍ରେଣୀର ସ୍କୁଲ ମଧ୍ୟ ଓପନ ହୋଇଯିବ । ତେବେ ଏବେ ଏବେ କିଛି ଅପଡେଡ ଅସିଛି ପ୍ରଥମ ରୁ ଅଷ୍ଟମ ଖୋଲିବାକୁ ନେଇ , ତେବେ କେଉଁ ତାରିଖରେ ଖିଲିବ ଓ କଣ ରହିଛି ସରକାରଙ୍କ ସମ୍ପୂର୍ଣ୍ଣ ଅପଡେଟ ତେବେ ଆସନ୍ତୁ ଜାଣିବା ।

ଭାରତର ବିଭିନ୍ନ ରାଜ୍ୟ ସରକାରଙ୍କ ପର୍ଯ୍ୟାୟକ୍ରମେ ସ୍କୁଲ କଲେଜ ଖୋଲୁଛନ୍ତି । ତେବେ ଓଡିଶାରେ ଦଶମ ଏବଂ ଦ୍ୱାଦଶ ଖୋଲି ସାରିଥିବା ବେଳେ ଅଗଷ୍ଟ 9 ରେ ବୈଶୟିକ ଶିକ୍ଷା ଅନୁଷ୍ଠାନ ଖୋଲୁଛି । ଅଗଷ୍ଟ 16 ରେ ନବମ ଓ ଏକାଦଶ ଏବଂ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲାଯିବା ନେଇ ଘୋଷଣା ହୋଇଛି । 18 ବର୍ଷରୁ ଉର୍ଦ୍ଧ ଯୁବକ ଓ ଯୁବତୀ ଙ୍କ ପାଇଁ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତହା ସମସ୍ତେ ପାଇ ପାରି ନାହାନ୍ତି । ଏହିଭଳି ସ୍ଥଳେ ସ୍କୁଲ ପିଲାକୁ କେବେ ଟୀକା ମିଳିବ ଭାବିଲା ବେଳକୁ ଆଖି ମଧ୍ୟ ପାଉ ନାହିଁ ।

ତେଣୁ ପିଲାଙ୍କୁ ସ୍କୁଲ ଛାଡିବା ନେଇ ପିତାମାତା ଓ ଅଭିଭାବକ ମାନେ ଚିନ୍ତାରେ ରହିବା ସ୍ୱାଭାବିକ । ଏହା ସତ୍ୟ ଯେ କୋଭିଡ 19 ଯୋଗୁଁ ପାଖାପାଖି ଦେଢ ବର୍ଷ ଧରି ଛାତ୍ର ଛାତ୍ରୀ ଶିକ୍ଷାନୁଷ୍ଠାନ କୁ ଯାଇ ନପାରି ଘରେ ରହି ପଢୁଛନ୍ତି । ତେବେ ସ୍କୁଲ ସାଙ୍ଗ ମାନଙ୍କ ସହ ଦେଖା ସାକ୍ଷାତ ହୋଇ ପାରୁ ନଥିବାରୁ ସାମାଜିକ ସମ୍ପର୍କରେ ପରିବର୍ତ୍ତନ ଆସୁଛି । ତେବେ କୋରନା ସମୟରେ ପିଲା ମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡୁଛି । ତେବେ ଏ ନେଇ ସରକାର କିଛି ବିଚାର ବିମର୍ଷ ଜାରି କରୁଛନ୍ତି , ଯାହାକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ଓପନ ହେବାକୁ ନେଇ ।

ତେବେ କିଛି ସୂଚନା ମୁତାବକ ଏହି ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ପ୍ରଥମରୁ ଅଷ୍ଟମ ସ୍କୁଲ ଓପନ ହୋଇପାରେ । ଦୀର୍ଘଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ସରକାର ଏବେ ଆଗଭର ହେଉଛନ୍ତି । ଏଠାରେ ସୂଚନା ମିଳୁଛି ଯେ ମିଳିଥିବା ଖବର ଅନୁଯାୟୀ ସରକାର ଏକ ନୂଆ ନିୟମ କରୁଛନ୍ତି , ଯେଉଁଥିରେ ଉଲ୍ଲେଖ ରହୁଛି ଯେ ଛାତ୍ର ଛାତ୍ରୀ ଶିକ୍ଷାନୁଷ୍ଠାନ କୁ ଯିବାକୁ ଚାହିଁଲେ ଅବିଭାବକ ମାନଙ୍କୁ ନିଜ ଦାୟିତ୍ୱ ନିଜେ ନେଉଛନ୍ତି ବୋଲି ଲେଖା ଦେବାକୁ ପଡିବ । ଏହାର ଅର୍ଥ ହେବ ଯେ ପିଲା ମାନଙ୍କ ସ୍ୱସ୍ଥ୍ୟ ଜନିତ କୌଣସି ଅସୁବିଧା ହେଲେ ସେଥିପାଇଁ ସରକାର ବା ଶିକ୍ଷାନୁଷ୍ଠାନ ଦାୟୀ ରହିବ ନାହିଁ ।

ତେବେ ସ୍ଥିତି ଦେଖି ସରକାର ନିଷ୍ପତ୍ତି ନେବେ , ତେବେ ଯାହା କିଛି ସୂଚନା ମୁତାବକ ବହୁତ୍ ଜଲ୍ଦି ମଧ୍ୟ ପ୍ରଥମରୁ ଅଷ୍ଟମ ଓପନ ହେବାକୁ ଯାଉଛି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାନାମା ଜାରି କରାଯାଇଛି , ନିର୍ଦ୍ଦେଶାନାମା ଅନୁସାରେ ସମାଳ 9 ଟାରୁ 12 ଟା 30 ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଯିବ । ତେବେ ରବିବାର ଓ ଅନ୍ୟାନ୍ୟ ଛୁଟି ଦିନ ଗୁଡିକରେ ସ୍କୁଲ ବନ୍ଦ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।