ଓଡ଼ିଆ ସିନେମା ଜଗତ ଅଭିନୟ କରୁଥିବା କଳାକାର ମାନଙ୍କ ପ୍ରତି ଓଡିଆ ଦର୍ଶକ ମାନଙ୍କ ଅହେତୁକ ଭଲ ପାଇବା ରହିଛି। ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଆଜି ଆମେ ଓଲିଉଡର ଲୋକପ୍ରିୟ ଯୋଡି ସବ୍ୟ-ଅର୍ଚ୍ଚିତାଙ୍କୁ ବାବଦରେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ। ନିକଟରେ ସେମାନଙ୍କର କିଛି ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ତେବେ ଓଲିଉଡର ଲୋକପ୍ରିୟ ଯୋଡି ମାନଙ୍କ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଯୋଡ଼ି ହେଉଛି ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡ଼ି। ଆପଣ ମାନେ ଏହି ଦୁଇ ଯୋଡିଙ୍କ ଜବରଦସ୍ତ ଆକ୍ଟିଂ ପରଦା ଉପରେ ଦେଖିବାକୁ ପାଇଥିବେ। କେବଳ ପରଦା ଉପରେ ନୁହେଁ ରିଅଲ ଲାଇଫରେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି ଦର୍ଶକ।
ନିଜ ରିଲ ଲାଇଫ ଏବଂ ରିଅଲ ଲାଇଫକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଏହି ଯୋଡ଼ି।ସୁଟିଂ ସେଟ୍ ରୁ ଭଲ ପାଇ ୨୦୨୧ ମସିହା ମାର୍ଚ୍ଚ ୧ ତାରିଖରେ ଉଭୟ ପରସ୍ପରକୁ ବିବାହ କରିଥିଲେ। ଯାହାକୁ ନେଇ ଉଭୟ ଖୁବ୍ ଚର୍ଚ୍ଚାରେ ରହି ଥିଲେ। ତେବେ ବିବାହ ପର ଠାରୁ ଦୁହେଁ ସୋସିଆଲ ମିଡିଆରେ ବେଶ୍ ଏକ୍ଟିଭ ରହି ଥିବାର ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ନିଜର ଛୋଟ୍ ଛୋଟ୍ ଅନୁଭୂତି ଫ୍ୟାନସ୍ ମାନଙ୍କ ସହିତ ସେୟାର ମଧ୍ୟ କରୁଛନ୍ତି। ଦର୍ଶକ ମାନେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।
ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀଙ୍କୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହା ଫ୍ୟାନସ୍ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ସବ୍ୟ ଓ ଅର୍ଚ୍ଚିତା ଶ୍ରୀ ମନ୍ଦିର ଆଗରେ ଦୀପ ଜାଳିଛନ୍ତି ଯାହାକି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେ କାହିଁକି ସବ୍ୟ ଓ ଅର୍ଚ୍ଚିତା ଦୀପ ଜାଣିଛନ୍ତି। ଏହାର କାରଣ କଣ ହୋଇପାରେ।
ତେବେ ସେ ଯାହାବି ହେଉ ସବ୍ୟ ଓ ଅର୍ଚ୍ଚିତାଙ୍କ ପୁରୀ ଶ୍ରୀ ମନ୍ଦିର ସାମ୍ନାରେ ଦୀପ ଜଳାଇ ଥିବାର ଏହି ଫୋଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଏହି ଫୋଟରେ ଅର୍ଚ୍ଚିତା ଏବଂ ସବ୍ୟ ପରିବାର ସହ ଓ ସେବାୟତ ମାନଙ୍କ ସହ ଥିବାର ଦେଖିବାକୁ ମିଳୁଛି । ଆଉ ଏହି ଫୋଟ ଉପରେ ପ୍ରସଂଶକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।