ପ୍ରତିଦିନ ଛୁଅଁନ୍ତୁ ଗାଈର ଏହି ଅଙ୍ଗକୁ ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ମିଳିପାରେ ଦାରିଦ୍ର୍ୟତାରୁ ମୁକ୍ତି – Sadhu Bani

0

ହିନ୍ଦୁଧର୍ମରେ ଗୋମାତାକୁ ଦେବତାଙ୍କ ସହିତ ତୁଳନା କରାଯାଏ ଏବଂ ଗୋମାତାଙ୍କ ଶରୀରରେ ସମସ୍ତ ଦେବୀ ଦେବତା ମାନେ ବସବାସ କରନ୍ତି । ବେଦରେ ଗୋମାତାଙ୍କର ମହିମା ବହୁତ ଉଲ୍ଲେଖ ରହିଛି ଏବଂ ଗୋମାତାଙ୍କର ପ୍ରତ୍ୟେକ ଅଙ୍ଗରେ ଦିବ୍ୟଶକ୍ତି ରହିଛି । ଆପଣମାନେ ଜାଣିଛନ୍ତି କି ଗୋମାତାଙ୍କ ଗୋବରରେ ମା ଲକ୍ଷ୍ମୀ ଓ ଗୋମୂତ୍ରରେ ମା ଭବାନୀ , ଚରଣର ଅଗ୍ରଭାଗରେ ଆକାଶ ଚାରି ଦେବତା ବାସ କରନ୍ତି ।

ଗୋମାତାଙ୍କର ଡାକିବା ସ୍ୱରରେ ପ୍ରଜାପତି ଓ ତାର ମୁଖରେ ସମୁଦ୍ର ପ୍ରତିଷ୍ଠିତ ହୋଇ ରହିଛି । ଶାସ୍ତ୍ରରେ କୁହାଯାଇଛି ଗୋମାତାର ଚରଣରେ ଯେଉଁ ମାଟି ସ୍ପର୍ଶ କରିଥାଏ ସେବି ମାଟିକୁ ନିଜ ମଥାରେ ଲଗାଇଲେ କୋଟି ଜନ୍ମର ପୂନ୍ୟ ମିଳିଥାଏ ।

ଗୋମାତାଙ୍କର ଅଙ୍ଗରେ ଅନେକ ଦେବୀ ଦେବତାମାନେ ବାସ କରିଥାନ୍ତି , ସେମାନଙ୍କୁ ପ୍ରତିଦିନ ସ୍ମରଣ କଲେ ଆମକୁ ଘରେ ବସି ଚାରଟି ତୀର୍ଥଧାମର ପୂନ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗୋମାତାଙ୍କ ଶରୀରରେ କେଉଁ କେଉଁ ଦେବତା ମାନେ ବାସ କରିଥାନ୍ତି ।

ଗୋମାତାଙ୍କର ଶିଙ୍ଗରେ ଭଗବାନ ଶିବ ଓ ନାରାୟଣ ବିରାଜମାନ କରିଥାନ୍ତି ଏବଂ ଗୋମାତାଙ୍କ ଉଦରରେ କାର୍ତ୍ତୀକେୟ , ମସ୍ତକରେ ଭଗବାନ ବ୍ରହ୍ମା , ଲଲାଟରେ ଭଗବାନ ରୁଦ୍ର ଓ ଶିଙ୍ଗର ଅଗ୍ରଭାଗରେ ଭଗବାନ ଇନ୍ଦ୍ର ବିରାଜମାନ କରିଥାନ୍ତି ।

ଗୋମାତାଙ୍କର କାନରେ ଅଶ୍ୱିନୀ କୁମାର ଓ ନେତ୍ରରେ ସୂର୍ଯ୍ୟ ଓ ଚନ୍ଦ୍ରମା ରହିଥାନ୍ତି , ଏହାବ୍ୟତୀତ ଗୋମାତାଙ୍କ ଦାନ୍ତରେ ଭଗବାନ ଗରୁଡ , ଜିଭରେ ମା ସ୍ୱରଶ୍ୱତୀ ଓ ମୂତ୍ରସ୍ଥାନରେ ମାତା ଗଙ୍ଗା ରହିଥାନ୍ତି ।

ଭବିଷ୍ୟ ପୁରାଣ ଓ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ରହିଛି କି ଯେଉଁ ସ୍ଥାନରେ ଗୋମାତା ବସି ଆରାମ କରନ୍ତି , ସେହି ସ୍ଥାନର ଶୋଭା ବଢିଥାଏ । ଏହା ସହିତ ଯେଉଁ ବ୍ୟକ୍ତିମାନେ କୌଣସି କାରଣରୁ ସର୍ବଦା ବିରକ୍ତ ଭାବ ପ୍ରକାଶ କରନ୍ତି ବା ଅନେକ ଅସୁବିଧାର ସମ୍ମୁଖୀନ କରିଥାନ୍ତି । ସେହି ବ୍ୟକ୍ତିମାନେ ଗୋମାତା ଶୋଇଥିବା ସ୍ଥାନରେ କିଛି ସମୟ ବସିଲେ ଆପଣଙ୍କର ମନ ଶାନ୍ତ ହୋଇଥାଏ ।ପାପ କରିଥିବା ବ୍ୟକ୍ତି ମାନଙ୍କର ମଧ୍ୟ ପାପ ନଷ୍ଟ ହୋଇଥାଏ , ଏହା ବ୍ୟତୀତ ଆପଣ କୌଣସି ଗରିବ ଲୋକମାନଙ୍କୁ ଦାନ ଦେଉଛନ୍ତି ବା ପୂଜା ପାଠ, ଜପ ,ତପ କରିବା ଦ୍ୱାରା ଆପଣଙ୍କୁ ଯେଉଁ ପୂନ୍ୟ ମିଳିଥାଏ , ସେହି ପୂନ୍ୟ ଆପଣଙ୍କୁ ଗୋମାତାଙ୍କୁ ଚାରାଘାସ ଖାଇବାପାଇଁ ଦେଲେ ମିଳିଥାଏ ।

ଗୋମାତାଙ୍କର ସେବା କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶା ମଧ୍ୟ ଦୂର ହୋଇଥାଏ ଏବଂ ଗୋମାତାଙ୍କର ଶିଙ୍ଗକୁ ଛୁଇଁଲେ ଆପଣଙ୍କର ଦାରିଦ୍ର୍ୟତା ଦୂର ହୋଇଥାଏ କାରଣ ଗୋମାତାଙ୍କ ଶିଙ୍ଗରେ ଭଗବାନ ଶିବ ଏବଂ ନାୟାୟଣ ବିରାଜମାନ କରିଥାନ୍ତି । ସେଥିପାଇଁ ପ୍ରତିଦିନ ଗୋମାତାଙ୍କର ଶିଙ୍ଗ ଏବଂ ମଥାକୁ ଛୁଇଁ ପ୍ରଣାମ କଲେ ବହୁତ ପୂନ୍ୟ ମିଳିଥାଏ । ଯେଉଁ ବ୍ୟକ୍ତି ଗୋମାତାଙ୍କୁ ପ୍ରତିଦିନ ଘାସ ଖାଇବା ପାଇଁ ଦେଇଥାଏ , ସେହି ବ୍ୟକ୍ତିର କେବେହେଲେ ଅସୁବିଧା ଦେଖାଦେଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।