ଆମ ମଣିଷ ଯଦି କାହା ସହିତ ଝଗଡ଼ା ଲାଗିଲା, ତେବେ ଶତ୍ରୁ ଉପରେ ନିଜର ରାଗ ଶାନ୍ତ କରିବା ପାଇଁ ପ୍ରତିରୋଧ ପରାୟଣ ହୋଇଯାଏ। କାହିଁକି ନା ମଣିଷର ନିଜର ବୁଦ୍ଧି ବିବେକ ରେ ଅନ୍ୟ ପ୍ରାଣୀ ଠାରୁ ଅଲଗା ହୋଇଥାଏ। ତେବେ ଇର୍ଷା ମନଭାଵ ରହିଥାଏ, ସେଥିପାଇଁ ନିଜର ଶତ୍ରୁ ଉପରେ ପ୍ରତିଶୋଧ ନେଇଥାଏ। କିନ୍ତୁ ଆପଣ ମାନେ ଦେଖିଛନ୍ତି କି କୌଣସି ପଶୁ ରାଗ ରଖି ପ୍ରତିଶୋଧ ନେବାର, ଆପଣ ମାନେ କେବେବି ଏଭଳି ଦୃଶ୍ୟ ଦେଖିନଥିବେ। କିନ୍ତୁ ବନ୍ଧୁଗଣ ଆମେ ଯଦି ଆପଣମାନଙ୍କୁ କହିବୁ, ଯେ ପଶୁ ମଧ୍ୟ ମଣିଷ ପରି ରାଗ ରଖି ପ୍ରତିଶୋଧ ନିଏ। ହୁଏତ ଆପଣମାନେ କେବେବି ବିଶ୍ୱାସ କରିବେ ନାହିଁ। ତେବେ ଏଭଳି କିଛି ଘଟଣା ଘଟିଛି, ଯାହାକି ୩ ଟି ପରିବାର ଉପରେ ରାତିଦିନ ପ୍ରତିଶୋଧ ନେବା ଆଶାରେ ଘର ଆଗରେ ବସି ରହିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;
ତେବେ ବନ୍ଧୁଗଣ ଏଭଳି ଏକ ଘଟଣା, ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଥେଣ୍ଟେଇପଶି ଗାଁରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଗ୍ରାମର ଡମ୍ବରୁ ମହାନ୍ତ, ସୁବାସ ମହାନ୍ତ ଓ ଦେବରାଜ ମହାନ୍ତ ଷଣ୍ଢ ଭୟରେ ଘରୁ ବାହାରି ପାରୁ ନାହାନ୍ତି। ଆଜକୁ ୮ ଦିନ ତଳେ ଡମ୍ବରୁଙ୍କ ଘରକୁ ଏକ ବୁଲା ଷଣ୍ଢ ପଶି ଆସିଥିଲା। ତେବେ ଏହା ପରେ ଷଣ୍ଢକୁ ଢେଲା ପଥର ମାରି ବାହାର କରିଦେଇଥିଲା। ଏହା ପରେ ଷଣ୍ଢ ଦିନରାତି ୩ ଲୋକଙ୍କ ଘର ବାହାରେ ଜଗି ରହିଲା, ଘର ବାହାରକୁ ଯିଏବି ବାହାରୁ ଥିଲା, ଷଣ୍ଢ ତାକୁ ଗୋଡ଼ାଇ ଗୋଡ଼ାଇ ମାରୁଥିଲା।
ଏହା ପରେ ସେହି ପରିବାର ଲୋକ ବାଧ୍ୟ ହୋଇ ଗାଁ ଲୋକଙ୍କୁ ଏହି ଖବର ଜଣାଇଲା, ତେବେ ଲୋକମାନେ ସମସ୍ତେ ଏକତ୍ରିତ ହୋଇ ଷଣ୍ଢକୁ ଘଉଡ଼ାଇ ଦେବା ପାଇଁ ଚେଷ୍ଟା କଲେ। ତେବେ ଘଉଡାଇବା ପରେ ମଧ୍ୟ ଷଣ୍ଢଟି ସେହି ଲୋକ ପରିବାର ସାମ୍ନାରେ ପୁଣି ରାତିରେ ଆସି ଜଗି ରହିଲା। ଏହା ପରେ ତାଙ୍କ ପରିବାର ଲୋକ ଚିନ୍ତାରେ ରହିଛନ୍ତି। କଣ କରିବେ, କିଛି ଚିନ୍ତା କରି ପାଟୁନାହାନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ ଏଭଳି ଭାବରେ କଣ କେହି ଷଣ୍ଢ ମଣିଷ ପରି ପ୍ରତିଶୋଧ ପରାୟଣ ହୋଇପାରେ।
ତେବେ ଏଭଳି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ତିନି ପରିବାରର କାହାକୁ ବି ଛାଡ଼ୁ ନାହିଁ, ଯାହାକୁ ବି ଦେଖୁଛି ମାରି ଗୋଡ଼ଉଛି, ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି, ମଣିଷ ଭଳି ପଶୁ ମଧ୍ୟ ପ୍ରତିଶୋଧ ପରାୟଣ ହୋଇ ପାରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ତେବେ ଆପଣ ମାନେ ଏଭଳି ଘଟଣା ପ୍ରଥମ ଥର ଦେଖିବା ପାଇଁ ପାଇଥିବେ। ତେବେ ସୋସିଆଲ ମିଡ଼ିଆରେ ଏହି ଘଟଣାଟି ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।