ପୁଣି ସେଲ୍ଫି ହେଲା କାଳ ! ପ୍ରଳୟଙ୍କରୀ ବନ୍ୟାରେ ସେଲ୍ଫି ନିଶା, ଭିଡ଼ିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ…

0

ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ଆଜି କାଲିର ଯୁବପୀଢ଼ି ସବୁବେଳେ ନିଜକୁ ଆକଟିଭ ରଖୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ରାତା ରାତି ଷ୍ଟାର କରେଇଦେଵ। ସମସ୍ତେ ନିଜର ଫୋଟୋ କୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ବେଳେ ବେଳେ ଆପଣ ମାନେ ଦେଖିଥିବେ ଯେ ସେଲ୍ଫି ଏଭଳି ଭାବରେ ବିପଦ ପୂର୍ଣ ଭାବରେ ନେଇଥାନ୍ତି, ଯାହା ଫଳରେ ସେମାନଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ। ତେବେ ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଆମେ ଦେଖୁ , ଦେଖି ମଧ୍ୟ ଆମେ ସେହିଭଳି କାର୍ଯ୍ୟକୁ ଅନେକ କରିଥାନ୍ତି।

ବନ୍ଧୁଗଣ ଆଜି ଆମେ ଏମିତି ଏକ ଦୃଶ୍ୟ ଆପଣଙ୍କୁ ଦେଖାଇବୁ ଯାହା ଆପଣଙ୍କ ହୋସ ଉଡାଇ ଦେବ। କିଛି ସମୟ ପାଇଁ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ନିଜକୁ ବୁଦ୍ଧିଆ ମଣିଷ କହିବା ପାଇଁ କୁଣ୍ଠା ବୋଧ ମନେ କରିବେ। ବନ୍ଧୁଗଣ ସତରେ କଣ ସେଲ୍ଫି ଆଜିକା ଦିନରେ ଏକ ନିଶା ହୋଇଗଲାଣି। ଏଭଳି ଆମେ ଅନେକ ସମୟରେ ଆମେ ଆପଣଙ୍କୁ ସେଲ୍ଫି ନେବା ସମୟରେ ମୃତ୍ୟୁ ଭଳି ଖବର ବିଷୟରେ ଅଵ ଗତ କରେଇଛୁ। ତେବେ ଆମେ ଆପଣଙ୍କୁ ଏମିତି ଏକ ବିପଦଜନକ ଭାବରେ ସେଲ୍ଫି ନେଉଥିବା କିଛି ଯୁବକ ବିଷୟରେ କହିବା ପାଇଁ ଯାଉଛୁ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଆପଣ ମାନେ ଦେଖି ପାରୁଥିବେ, ଯେ ସୁନାମି ବେଗରେ ବନ୍ୟା ପାଣି ଆସୁଛି। ସେହି ସ୍ଥାନରେ କିଛି ଯୁବକ ଅଛନ୍ତି, ଯାହାକି ତାଙ୍କ ହାତରେ ମୋବାଇଲ ଧରିଛନ୍ତି ଏବଂ ସେମାନେ ଅତ୍ୟନ୍ତ ଖୁସି ହୋଇ ସେମାନେ ସେଲ୍ଫି ଉଠାଉଛନ୍ତି। ପାଣି ମଧ୍ୟ ତାଙ୍କ ଉପରକୁ ଛୁଆଁଇ ହୋଇ ଯାଉଛି, ଅର୍ଥାତ ଟିକିଏ ଯଦି ଵାଲାନସ ହୋଇଯିବ ତାହାଲେ ସିଧା ଗୋଡ଼ ଖସି ତଳେ ପଡି ଯିବେ ଏବଂ ସେହି ପ୍ରଖର ସ୍ରୋତରେ ଭସେଇ ନେଇଯିବେ। ତେବେ ସେଲ୍ଫି ଉଠାଇ ଥିବା ସମୟରେ ସେହି ସ୍ଥାନରେ ଅନ୍ୟ ଜଣେ ତାଙ୍କ ଭିଡ଼ିଓ କରିଥିଲା। ଯାହା ପରବର୍ତ୍ତୀ ସମୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ବନ୍ଧୁଗଣ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି କେନ୍ଧୁଝର ଜିଲ୍ଲାର ଭୀମକୁଣ୍ଡ ଭଳି ପର୍ଯ୍ୟଟନ ସ୍ତଳୀରେ ଦେଖିବା ପାଇଁ ମିଳିଛି। ଯାହାକି ବୈତରଣୀ ନଦୀରେ ବନ୍ୟା ଆସିବା କାରଣ ରୁ ଏପରି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏଭଳି ବିପଦ ପୂର୍ଣ ଜାଗାକୁ ଆସି ସେଲ୍ଫି ନେବା ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ କଥା ବୁଝି ହେଉନି ଯେ ଲୋକେ ସେଲ୍ଫି ପାଇଁ ନିଜର ଜୀବନ ଚାଲିଯାଉଛି। ତଥାପି ଏମାନେ ସୁଧୁରୁ ନାହାନ୍ତି। ତେଣୁ ବନ୍ଧୁଗଣ ଆପଣ ମାନେ ଏଭଳି ବିପଦ ପୂର୍ଣ ଭାବରେ ସେଲ୍ଫି ନିଅନ୍ତୁ ନାହିଁ। କାରଣ ଜୀବନ ଠୁ ବଡ ଆଉ କିଛି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।