ଗୋଟିଏ ଝିଅ ପାଇଁ ମା ପାଇଁ ବନିବା ଦୁନିଆଁର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ । ଜଣେ ଗର୍ଭବତୀ ମହିଳା 9 ମାସ ଧରି ନିଜ ଜୀବନ ସହିତ ଲଢେଇ କରି , ତାକୁ ଜନ୍ମ ଦେବା ଏକ ପ୍ରକାର ସ୍ୱପ୍ନ ହୋଇଥାଏ । ଗୋଟିଏ ଶିଶୁକୁ ନିଜ ଗର୍ଭରେ ଧରି ଜନ୍ମ ଦେବା ଏତେ ସହଜ ହୋଇ ନଥାଏ , ତା ପାଇଁ ଗୋଟିଏ ମା କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ । ପ୍ରତ୍ୟେକ ଗର୍ଭବତୀ ମାଙ୍କ ମନରେ ସର୍ବଦା ଗୋଟିଏ ପ୍ରଶ୍ନ ଆସିଥାଏ କି ତାଙ୍କ ଗର୍ଭରେ ବଢୁଥିବା ପିଲା ସୁସ୍ଥ ଅଛି କି ନାହିଁ । ଆଜି ଆମେ ଆପଣଙ୍କୁ କେତେକ ସଙ୍କେତ ବିଷୟରେ କହିବୁ , ଯାହା ମାଧ୍ୟାମରେ ଆପଣ ମାନେ ଜାଣିପାରିବେ ଆପଣଙ୍କ ପିଲା ସୁସ୍ଥ ଅଛି ନା ଅସୁସ୍ଥ । ତେବେ ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡିକ ବିଷୟରେ ।
1. ପିଲାର ଗତିବିଧି :-
ମା ପେଟରେ ଥିବା ପିଲାର ମୁଭମେଣ୍ଟ କୁ ଦେଖି ଜାଣିପାରିବେ ପିଲାଟି ସୁସ୍ଥ ଅଛି କି ନାହିଁ , ଯଦି ଆପଣ ଗର୍ଭବତୀ ହେବାର 16 ସପ୍ତାହ ବେଳକୁ ପିଲାଟି ଠିକ ଭାବରେ ଗତିବିଧି କରୁନାହିଁ । ତେବେ ତୁରନ୍ତ ଡକ୍ଟରଙ୍କ ପରାମର୍ଶ କରନ୍ତୁ , କାରଣ ପିଲାଟି ଠିକ ଭାବରେ ସୁସ୍ଥ ନୁହଁ ଏବଂ କିଛି ସମସ୍ୟା ମଧ୍ୟ ରହିଥାଇପାରେ ।
2. ପେଟର ଆକାର :-
ଗର୍ଭବତୀ ହେବାର 2 ମାସ ପରେ ମା ପେଟର ଆକାର ଧୀରେ ଧୀରେ ବଢିଥାଏ , ଯାହାର ଅନୁଭବ ମା ଏବଂ ପିଲାକୁ ହୋଇଥାଏ । ଯଦି ଏହା ଠିକ ସମୟରେ ହେଉନାହିଁ , ତେବେ କିଛି ସମସ୍ୟା ରହିଛି ।
3. ଓଜନ ବୃଦ୍ଦି :-
ଗର୍ଭବସ୍ଥା ସମୟରେ ମହିଳାମାନଙ୍କର ଶରୀରର ଓଜନ ର ପରିମାଣ ଧୀରେ ଧୀରେ ବୃଦ୍ଦି ହୋଇଥାଏ , ଯଦି ଆପଣଙ୍କ ଠାରେ ଏହା ହେଉନାହିଁ , ତେବେ ତୁରନ୍ତ ଡକ୍ଟରଙ୍କୁ ଦେଖନ୍ତୁ ।
4. ପିଲାର ହୃଦସ୍ପନ୍ଦନ :-
ଗର୍ଭଧାରଣର 5 ମାସ ଠାରୁ ପିଲାର ହୃଦସ୍ପନ୍ଦନ ଏକ ମିନିଟରେ 110 ରୁ 160 ଥର ହୋଇଥାଏ , ଯଦି ଆପଣଙ୍କ ଠାରେ ଏଥିରେ କିଛି ପରିବର୍ତ୍ତନ ହେଉଛି , ତେବେ କିଛି ସମସ୍ୟା ରହିଛି ।
5. ପିଲାର ନିଶ୍ୱାସ ପ୍ରଶ୍ୱାସ ଅନୁଭବ :-
ଯଦି ଆପଣଙ୍କ ଗର୍ଭରେ ବଡୁଥିବା ପିଲାର ନିଶ୍ୱାସ ପ୍ରଶ୍ୱାସ ନେବାର ଅନୁଭବ କରିପାରୁଛନ୍ତି ବା ଜାଣିପାରୁଛନ୍ତି , ତେବେ ପିଲାଟି ସୁସ୍ଥ ଅଛି । ଯଦି ଆପଣ ଅନୁଭବ କରିପାରୁ ନାହାନ୍ତି ତେବେ ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ ।
6. ପେଟର ଯନ୍ତ୍ରଣା ହେବା :-
ଜାଣିରଖନ୍ତୁ ଗର୍ଭବସ୍ଥାରେ ପେଟର ଯନ୍ତ୍ରଣା ହେବା ବା ବ୍ଲିଡିଂ ହେବା ପିଲାର ଅସୁସ୍ଥତାକୁ ବୁଝାଇଥାଏ , ସେଥିପାଇଁ ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ ।
7. ଜ୍ୱର ହେବା :-
ଗର୍ଭବତୀ ମହିଳାଙ୍କୁ ଜ୍ୱର ହେବା ସାଧାରଣ କଥା ନୁହେଁ , ଯଦି ଆପଣଙ୍କୁ ଜ୍ୱର ଆସୁଛି ତେବେ ଡକ୍ଟରଙ୍କ ପରାମର୍ଶ ନେଇ ମେଡିସିନ ସେବନ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।