ପାର୍ଲେ-ଜି ବିସ୍କୁଟ୍ ର ପ୍ୟାକ୍ ରେ ଥିବା ଏହି ଝିଅ ଟି କିଏ ? ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡିବେ … ନିଶ୍ଚୟ ଦେଖନ୍ତୁଥରେ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବର୍ତ୍ତମାନ ଯାହା ଚର୍ଚ୍ଚାର ବିଷୟରେ ପାଲଟିଛି ତାହା ହେଉଛି ପାରଲେଜି ବିସ୍କୁଟ ସମ୍ବଧୀୟ କିଛି ତଥ୍ୟ | ଆଉ ଯେଉଁଠି ଆପଣ ମାନେ ଦେଖିବାକୁ ପାଉଥୁବେ କି ପାରଲେଜି ବିସ୍କୁଟ ଉପରେ ଥିବା ଏକ ଛୋଟ ପିଲାଟିର ଫୋଟ କୁ | ଆଉ ଏହି ଫୋଟ ସେହି ବିସ୍କୁଟ ର ଆରମ୍ଭ ପାଖରୁ ରହି ଆସୁଛି | ଆଉ ସେ ଫୋଟ କାହାର ବୋଲି ଅନେକ ସମୟରେ ଅନେକ ଲୋକ ପ୍ରଶ୍ନ କରିଥାନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ରେ ଆସୁଥିବା ବିସ୍କୁଟ ଟି ହେଉଛି ପାରଲେଜି | ଆଉ ଯାହା ର ଉତ୍ପତ୍ତି ଆଜି ର ନୁହଁ ତାହା 1929 ମସିହା ପାଖରୁ ରହି ଆସୁଅଛି ବୋଲି କୁହାଯାଉଛି | ଆଉ ସେତେବେଳେ ଏହି ବିସ୍କୁଟ ର ନାଁ ଥିଲା ପାରଲେ ଗ୍ଲୁକ ବୋଲି | ଆଉ ତାହା ପରେ 80 ଦଶକ ରେ ଏହା ର ନାଁ ର ପରିବର୍ତ୍ତନ ହେବାକୁ ଲାଗିଥିଲା ବୋଲି କୁହାଯାଉଛି | ଆଉ ପରଲେ ଗ୍ଲୁକ ଜାଗାରେ ପରଲେ ଜି ବୋଲି ଲେଖାଯାଇଛି |

ତେବେ ପାଇଲେଜି ବିସ୍କୁଟ ଉପରେ ଥିବା ସେହି ଛୋଟ ଛୁଆଁ ଟିର ଫୋଟ ସେମିତି ରହିଛି ତାହାର କୌଣସି ପରିବର୍ତ୍ତନ ହୋଇନି | ଆଉ ଯାହାକୁ ଲୋକ ମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି | ତେବେ ସେହି ଫୋଟ ଉପରେ ପ୍ରଶ୍ନ ଉଠିଲେ ଅନେକ ଙ୍କ ନାଁ ସାମ୍ନାକୁ ଆସେ ସେମାନେ ହେଲେ ନିରୁ ଦେଶପାଣ୍ଡେ, ଶ୍ରଦ୍ଧା ମୂର୍ତ୍ତି, ଗୁଞ୍ଜନ ଗୁଞ୍ଜେରିଆ | ଆଉ ଏଥି ମଧ୍ୟରେ କେହି ଜଣଙ୍କର ପିଲା ଦିନର ଫୋଟ ଏଥିରେ ରଖାଯାଇଥିବାର କୁହାଯାଉଛି | ଆଉ ଅନେକ ଗଣମାଧ୍ୟମ ନିରୁ ଦେଶପାଣ୍ଡେ ଙ୍କ ଫୋଟ କୁ ପାରଲେଜି ବିସ୍କୁଟ ରେ ଥିବା ଫୋଟ ସହିତ ଦେଖାଇବାକୁ ଲାଗୁଛନ୍ତି |

ଆଉ ଯିଏ ହେଉଛନ୍ତି ନାଗପୁର ରେ ଥିବା 66 ବର୍ଷୀୟା ନିରୁ ଙ୍କ ପିଲାଦିନର ଫୋଟ ବୋଲି କୁହାଯାଉଛି |ଆଉ ଯେତେବେଳେ ନିରୁ 4 ବର୍ଷର ଥିଲେ ସେତେବେଳେ ଏହି ଫୋଟ ଉଠା ଯାଇଥିଲା ବୋଲି କୁହାଯାଇଛି | ତେବେ ନିରୁ ଙ୍କ ବାପା ଜଣେ ପେସାଦାର ଫୋଟ ଗ୍ରାଫର ନ ଥିଲେ କିନ୍ତୁ ଏତେ ସୁନ୍ଦର ଫୋଟ ହୋଇଥିଲା କି ଯାହା ପାଇଁ ପାରଲେଜି କମ୍ପାନୀ ତାଙ୍କର ଫୋଟ କୁ ଚୟନ କରିଥିଲା | କିନ୍ତୁ ଏହି କଥା ଭାଇରାଲ ହେବା ପରେ ପାରଲେଜି ର ମ୍ୟାନେଜର ଏହାକୁ ମନା କରି ଥିଲେ ଆଉ ଏହା ନିରୁ ଙ୍କର ନୁହଁ ଏହା ଗୋଟେ କାଳ୍ପନିକ ଫୋଟ ବୋଲି କହିଥିଲେ | ଆଉ ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment