ଏକତରଫା ପ୍ରେମ ସମ୍ପର୍କ କୁ ନେଇ ଜଣେ +2 ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଏପରି ଏକ ଅଭାବନୀୟ ଘଟମା ଘଟିଛି କଳାହାଣ୍ଡି ଜିଲ୍ଲା ଅକ୍ସରା ଥାନା ଅଧୀନସ୍ଥ ଶାଗବାହାଳୀ ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ଗ୍ରାମର ଦନ୍ତେଶ୍ୱର ବାଗ ଙ୍କ ଝିଅ ତ୍ରିବେଣୀ ବାଗ ନିକଟସ୍ଥ କଲେଜ ରେ +2 ପୁଢୁଥିଲେ । ତେବେ ତାଙ୍କ ଗ୍ରାମ ନିକଟସ୍ଥ ବେହେରା ଗ୍ରାମ ର ଜଣେ ଯୁବକ ତ୍ରିବେଣୀକୁ ଏକତରଫା ପ୍ରେମ କରୁଥିଲେ । ମାତ୍ର ତ୍ରିବେଣୀ ସେହି ଯୁବକର ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ , ତେଣୁ ଏଥିରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ତାଙ୍କ ଗ୍ରାମର ଅନ୍ୟ 15 ଜଣ ଯୁବକଙ୍କୁ ଆଣି ଦନ୍ତେଶ୍ୱରଙ୍କ ଘରକୁ ଆସିଥିଲେ ।
ତାଙ୍କ ଝିଅ ତ୍ରିବେଣୀକୁ ନାନା ପ୍ରକାର ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଚମକ୍ ଦେଇ ମାଡ ମଧ୍ୟ ମାରିଥିଲେ । ତେଣୁ ଏହି ଘଟଣା ଘଟିଯିବା ପରେ ତ୍ରିବେଣୀ ନିଜର ମାନସିକ ଭାରସାମ୍ୟ ହରାଇ ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ପୋଖରୀ ନିକଟରେ ଆତ୍ମହତ୍ୟା କରିଥିଲେ ବୋଲି ତାଙ୍କ ପରିବାର ବର୍ଗଙ୍କ ଠାରୁ ସୂଚନା ମିଳିଛି । ସେପଟେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନିଆଯାଇଥିବା ଜଣା ପଡିଛି । ପବିତ୍ର ରକ୍ଷା ବନ୍ଧନରେ ଭାଇ ତାର ଭଉଣୀକୁ ସବୁଦିନ ପାଇଁ ହରେଇ ବସିଛି । ପରିବାର ଗାଁ ସଦସ୍ୟ ମାନଙ୍କ ସାମ୍ନାରେ ଆସି ସେହି 15 ଜଣ ଦୁର୍ବୁତ ତାଙ୍କ ଭଉଣୀକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।
ତେବେ ସେମାନଙ୍କର ଏଭଳି ଅପବ୍ୟବହାର ଓ ଧମକ୍ ଶୁଣିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ । ବର୍ତ୍ତମାନ ତ୍ରିବେଣୀଙ୍କ ମୃତ ଶରୀର ପୋଷ୍ଟମଟମ ପାଇଁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତେବେ ପରିବାର ଲୋକମାନଙ୍କ କହିବା କଥା ଏହା ଯେ ତାଙ୍କ ଝିଅକୁ ଯେଉଁମାନେ ମାନସିକ ନିର୍ଯାତନା ଦେଉଥିଲେ , ସେମାନଙ୍କୁ ଉଚିତ ଦଣ୍ଡ ମିଳୁ । ଯାହାଫଳରେ ସେମାନେ କେବେହେଲେ ଅନ୍ୟ ଝିଅ ମାନଙ୍କ ପ୍ରତି ଏପରି ଖରାପ ବ୍ୟବହାର ପ୍ରଦର୍ଶନ ନ କରନ୍ତୁ । ତ୍ରିବେଣୀଙ୍କ ମୃତ୍ୟୁ ରେ ପରିବାର ଲୋକେ ବହୁତ ଭାଙ୍ଗି ପଡିଛନ୍ତି ଏବଂ ସବୁଦିନ ପାଇଁ ତାଙ୍କୁ ହରେଇ ବସିଛନ୍ତି ।
ସମାଜରେ ଏପରି ନୀଚ ମାନସିକ ମନୋଭାବ ଥିବା ଲୋକମାନଙ୍କ ପାଇଁ କୌଣସି ଦଣ୍ଡ ବିଧାନ କରାନଗଲେ , ସେମାନେ ସ୍ୱଇଚ୍ଚାରେ ଗୋଟିଏ ପରେ ଗୋଟିଏ ଅପରାଧ କରିଚାଲିବେ । ତେଣୁ ଝିଅ ମାନଙ୍କ ସୁରକ୍ଷା ପାଇଁ ସରକାର କୌଣସି ଉଚ୍ଚ ପଦକ୍ଷେପ ଗ୍ରହଣ କରିବା ଉଚିତ । ତେବେ ଯାଇ କିଛି ମାତ୍ରାରେ ଏପରି ଦୁର୍ନିତି ହେବା ରୋକାଯାଇ ପାରିବ । ନଚେତ୍ ତ୍ରିବେଣୀ ପରି ଅନେକ ନିରୀହ ଝିଅ ମାନଙ୍କର ଜୀବନ ନଷ୍ଟ ହୋଇଯିବ । ତେଣୁ ତୁରନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।