ଦେଖନ୍ତୁ ଭିଡ଼ିଓ : ଲଭ-ସେ-କ୍ସ-ଧୋକା ! ପ୍ରେମକୁ ନପାଇ, ପ୍ରେମିକର ଚତୁର୍ଥୀ ଦିନ ପ୍ରେମିକା କଲା ଆତ୍ମହତ୍ୟା, ପୁରା ଖବର ଜାଣିଲେ ହେବେ ଦୁଃଖିତ…

0

ଆଜିକାଲିର ଯୁବକ ଯୁବତୀ ମାନେ ସବୁବେଳେ ପ୍ରେମ ପଛରେ ଦୌଡ଼ି ଛନ୍ତି। ଆପଣ ମାନେ ଦେଖିଥିବେ ଯେ ଯୁବକ ଯୁବତୀ ବହୁତ କମ୍ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଭଲ ପାଇବା ହୋଇଯାଏ। ତେବେ ଭଲ ପାଇବା ଚିରସ୍ଥାୟୀ ହେଉନାହିଁ, କିଛି ଦିନ ସେମାନଙ୍କ ମଧ୍ୟରେ ଭଲ ପାଇବା ଖୁବ ନିବିଡ଼ ହୋଇଯାଏ। ତାପରେ ମଧ୍ୟ ଉଭୟଙ୍କ ମଧ୍ୟ ରେ ଶାରୀରିକ ସମ୍ପର୍କ ରହିଥାଏ। ତା ପରେ ସୃଷ୍ଟି ହୋଇ ଯାଉଛି ସମ୍ପର୍କରେ ଫାଟ , ଏହା ପରେ ପ୍ରେମିକ ଗର୍ଭବତୀ ହୋଇଯାଉଛି, କିମ୍ବା ଅନ୍ୟ କାହାକୁ ବିବାହ କରୁଛନ୍ତି, ତାପରେ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସିଥାଏ। ତେବେ ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି , ଯାହା ଜାଣିଲା ପରେ ଆପଣଙ୍କ ମନ ମଧ୍ୟରେ ପ୍ରଶ୍ନ ଆସିବ ଯେ ଆଜି କାଲିର ଯୁବକ ଯୁବତୀଙ୍କ ମାନସିକ ରୋଗ ବୋଲି ଆପଣ ମାନେ ଧରି ନେବେ। ତେବେ ଘଟଣାଟି ହେଉଛି, ଜଣେ ଯୁବତୀ ନିଜ ଗ୍ରାମର ଯୁବକଙ୍କୁ ଭଲ ପାଉଥିଲେ, ଶାରୀରିକ ସମ୍ପର୍କ ମଧ୍ୟ ଥିଲା, ଜୀବନ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବାରୁ, ସହି ନପାରି ଆତ୍ମହତ୍ୟା କରିଥିଲେ। ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ପୁରା ଘଟଣା ଟି ଜାଣିଲେ ହୋସ ଉଡିଯିବ, ଆସନ୍ତୁ ଜାଣିବା ପ୍ରକୃତ ଘଟଣା ବିଷୟରେ;

ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶିବାପୁରା ଗାଁ ରୁ ଏକ ଘଟଣା ଆସିଛି। ସେହି ଗ୍ରାମରେ ନିରଞ୍ଜନ ରାଉତଙ୍କ ନାମରେ ଜଣେ ବ୍ୟକ୍ତି ବାସ କରନ୍ତି। ତାଙ୍କ ଝିଅ ସହଜିପଟଣା ଗାଁ ର ପୂର୍ଣ୍ଣଚନ୍ଦ୍ର ସହଙ୍କ ପୁଅ ରାଜେଶକୁ ବହୁତ ଭଲ ପାଉଥିଲେ।ସେହି ଝିଅକୁ ରାଜେଶ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। କିନ୍ତୁ ପରେ ରାଜେଶ ତାଙ୍କୁ ବିବାହ ନ କରି ଅନ୍ୟ ଏକ ଜାଗାରେ ବିବାହ କରିଥିଲେ।ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ଜୋର ପାଟି ମୁଣ୍ଡ ଏବଂ ତାଙ୍କ ମଧ୍ୟରେ ଜୋର ତିକ୍ତତା ମଧ୍ୟ ବଢ଼ି ଯାଇଥିଲା, ଯାହା ଫଳରେକି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ।

ଝିଅର ମୃତ୍ୟୁ ପରେ ଯୁବତୀଙ୍କ ବାପା ଓ ମା ରାଜେଶଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ଏହି ଘଟଣାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ନ ବଢେଇ ରଫାଦଫା କରିବା ପାଇଁ ପରିବାର ଉପରେ ଚାପ ପକାଇଛି। କିନ୍ତୁ ବାପା ଓ ମା ଝିଅକୁ ନ୍ୟାୟ ଦବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥିବା ବେଳେ ଘନ୍ତପଡା ପୋଲିସ ଏହାକୁ ଖଣ୍ଡନ କରିଛି।ପୋଲିସ କହୁଛି ଘଟଣାଟି ସଠିକ ଭାବରେ ତଦନ୍ତ ହେଉଛି କିନ୍ତୁ ଘଟଣାକୁ ପାଖାପାଖି ଦେଢ଼ ମାସ ବିତି ଗଲାଣି ହେଲେ ଯୁବତୀଙ୍କୁ ନ୍ୟାୟ ମିଳୁ ନାହିଁ। ପ୍ରେମ କରୁଥିବା ଯୁବକ ଓ ଯୁବତୀଙ୍କୁ ବାପା ଓ ମା ପର କରିଦେଉଥିବା ବେଳେ ଝିଅର ମୃତ୍ୟୁ ପରେ ମଧ୍ୟ ବାପା ଓ ମା ଝିଅର ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହେଉଛନ୍ତି। ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ।

ଏଭଳି ରାସ୍ତା ବାଛିବା ଆଗରୁ ଥରେ ବାପା ମାଆଙ୍କ କଥା ଚିନ୍ତା କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।