ଦେଖନ୍ତୁ Viral ଭିଡ଼ିଓ : ପ୍ରେମ ପାଇଁ ଦୁଇ ପରିବାର ରେ ରକ୍ତାକ୍ତ ସଂଘର୍ଷ, ଗୋଟିଏ ଝିଅ ସହିତ…..

0

ବନ୍ଧୁଗଣ ଯଦି ଆମେ ୩୦ ବର୍ଷ ପଛକୁ ଚାଲିଯିବା ତାହାଲେ ବର୍ତ୍ତମାନ ସମାଜ ନଥିଲା, ଜଣେ ଅନ୍ୟକୁ ସାହାଯ୍ୟ ସହଯୋଗର ହାତ ବଢ଼ୁଥିଲା। କିନ୍ତୁ ଯଦି ଆମେ ବର୍ତ୍ତମାନ କଥା ଦେଖିବା, ତେବେ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତି, ହତ୍ୟା, ମାଡ଼ପିଟ ଓ ଗଣ୍ଡଗୋଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଏହା ବ୍ୟତୀତ ବର୍ତ୍ତମାନ ସମାଜରେ ଏକ ବଡ଼ ସମସ୍ୟା ହେଉଛି, ଆଜି କାଲିର ଯୁବକ ଯୁବତୀଙ୍କ ପ୍ରେମ, ପ୍ରେମ ବ୍ୟପାରକୁ କେନ୍ଦ୍ରରି ଅନେକ ସମୟରେ ଅନେକ ପ୍ରକାର ଘଟଣା ସମାଜରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି, ଯାହା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି, ଯାହା ଆମେ ଆପଣମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି, ପ୍ରେମ ପାଇଁ ଦୁଇ ପରିବାର ମଧ୍ୟରେ ଏକ ସାଙ୍ଘାତିକ ଗଣ୍ଡଗୋଳ ଦେଖିବା ପାଇଁ ମିଳୁଛି, ଯାହା ଆପଣଙ୍କ ଛାତି ଥରେଇ ଦେବ, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ମେ 10 ରେ ଉସ୍ତବ ପୁର ଗ୍ରାମରେ ଏକ ଘଟଣା ଘଟିଥିଲା।ସେହି ଗ୍ରାମର ପ୍ରେମିକ ଓ ପ୍ରେମିକା ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ଏବଂ ବିବାହ ପାଇଁ ମଧ୍ୟ ଦୁଇ ଜଣ ରାଜିଥିଲେ। ଯୁବତୀ ଜଣଙ୍କ ଯାହାକୁ ଭଲ ପାଉଥିଲେ ତାଙ୍କ ପରିବାର ଲୋକ ଉଭୟଙ୍କ ପ୍ରେମକୁ ନେଇ ଯୁବତୀଙ୍କ ଘରକୁ ଆସିଥିଲେ କିନ୍ତୁ ଯୁବତୀଙ୍କ ପରିବାର ଲୋକ ଏଥିରେ ରାଜି ନଥିଲେ। ତାଙ୍କ ପରିବାର ଲୋକ ରାଜି ନଥିବାରୁ ଯୁବକ ଜଣଙ୍କ ରାଗରେ ଉଠି ପଳାଇବା ସହିତ, ଯୁବକ ଜଣଙ୍କ କିଛି ଲୋକଙ୍କୁ ନେଇ ଯୁବତୀଙ୍କ ଘର ସାମ୍ନାରେ ରୁଣ୍ଡ ମଧ୍ୟ ହୋଇ ଥିବାର ଦେଖିବା ପାଇଁ ମିଳିଛି।

ଏହା ପରେ ସେମାନେ ଯୁବତୀଙ୍କ ପାଚେରୀ ଭାଙ୍ଗି ଘରେ ପଶି ବହୁତ ଗଣ୍ଡଗୋଳ ସୃଷ୍ଟି କରିବା ସହ ଗାଡି ମଧ୍ୟ ଭାଙ୍ଗି ଦେଇଥିଲେ। ସେମାନେ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ, ଏବଂ ବୃଦ୍ଧ ଲୋକ, ମହିଳା ଯୁବତୀ ସମସ୍ତଙ୍କୁ ମାଡ ମାରି ଚାଲିଲେ ନାଳ ନର୍ଦମା ଭିତରେ ପଶି ଠେଙ୍ଗା, ବାଡ଼ି ଉଠାଇ, କାହାର ମୁଣ୍ଡ ଫାଟିଲା ତ ଆଉ ପୁଣି କାହାର ନାକ ମଧ୍ୟ ଫାଟି ରକ୍ତ ବାହାରିଲା। ଦୁଇ ପରିବାର ମଧ୍ୟରେ ରକ୍ତର ସୁଅ ଖେଳିଗଲା। ଏହି ଘଟଣା ସ୍ଥାନୀୟ ଲୋକ ମାନଙ୍କ ଭିତରେ ଏକ ଭୟ ସୃଷ୍ଟି କରିଦେଇଛି। ଏହି ଘଟଣାକୁ ନେଇ ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ ଦେଲେ। ତେବେ ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।