ଦେଖନ୍ତୁ Viral ଭିଡ଼ିଓ : ପ୍ରେମ ପାଇଁ ଦୁଇ ପରିବାର ରେ ରକ୍ତାକ୍ତ ସଂଘର୍ଷ, ଗୋଟିଏ ଝିଅ ସହିତ…..

0

ପ୍ରେମ ଏକ ପବିତ୍ର ସମ୍ପର୍କ। ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏକି ପ୍ରେମ କରି ନାହାନ୍ତି। ଯଦି ଦେଖିବା ଆଜି କାଲିର ଯୁବକ ଯୁବତୀ ମାନେ ଭଲ ପାଉଛନ୍ତି। ଏହାପରେ ଯେତେବେଳେ ବିବାହର ସମୟ ଆସେ ସେତେବେଳେ ଘର ଲୋକ ରାଜି ହୋଇନଥାନ୍ତି। ଆରମ୍ଭ ହୋଇଯାଏ ବିଭିନ୍ନ ପ୍ରକାର କଳହ। ପ୍ରତିଦିନ ଯେତେ ସବୁ ଘଟଣା ଘଟୁଛି। ସେହିସବୁ ଘଟଣା ମାନଙ୍କ ମଧ୍ୟରୁ ଯୁବକ ଯୁବତୀ ମାନଙ୍କ ପ୍ରେମ ପାଇଁ ଅନେକ ସମସ୍ୟା ମାନ ଦେଖିବା ପାଇଁ ମିଳୁଛି। ପ୍ରତିଦିନ ଅନେକ ଘଟଣାମାନ ଦେଖିବା ପାଇଁ ମିଳୁଛି କିନ୍ତୁ ଆଜି ପ୍ରେମ ପାଇଁ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳୁଛି ଯାହା ଦେଖିଲା ପରେ ନିଶ୍ଚିତ ଭାବରେ ପ୍ରେମ କରିବା ପାଇଁ ଭୟ ଲାଗିବ। ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି।

ପ୍ରେମ ପାଇଁ ଗାଁ ଦାଣ୍ଡରେ ଗୋଷ୍ଠୀ ସଂଘର୍ଷ ମଧ୍ୟରେ ରକ୍ତର ସଂଘର୍ଷ ଦେଖିବା ପାଇଁ ମିଳିଛି। ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା; ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ଅସ୍ତପୁର ଗାଁ ରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ସେହି ଗାଁର ଜଣେ ଯୁବତୀ ବାଲେଶ୍ଵର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହୋଇ ଥିଲା। ତେବେ ବିବାହ ପାଇଁ ଝିଅ ଘୋର ଲୋକ ରାଜି ହୋଇ ନଥିଲେ ଫଳ ସ୍ୱରୂପ ଉଭୟ ଝିଅ ପୁଅ ପରିବାର ମଧ୍ୟରେ ଏକ ପ୍ରକାର ବଚସା ହୋଇଥିଲା।

ଭଲ ପାଉଥିବା ଯୁବକ କିଛି ଯୁବକଙ୍କୁ ସାଥିରେ ଧରି ଯୁବତୀଙ୍କ ଘରେ ପହଁଚିଥିଲେ। ଯୁବତୀ ଘରେ ଗାଡ଼ି ଏବଂ ପାଚେରି ଇତ୍ୟାଦି ଭାଙ୍ଗିଦେଇଥିଲେ। କାହାରି କଥା ଶୁଣିବା ପାଇଁ ନାରାଜ ଥିଲେ। ଏହାପରେ ଆକ୍ରମଣ କରିବା ଆରମ୍ଭ କରିଦେଲେ। ଏପଟେ ଯୁବତୀ ଘର ଲୋକ ବାହାରି ଆସିଲେ ଠେଲା, ପେଲା, ପାହାର ଉପରେ ପାହାର ତାହା ପୁଣି ମୁଣ୍ଡକୁ ରକ୍ତର ନଦୀ ସେଠାରେ ବସିଗଲା। ଜଣେ ମାଡ଼ ମାରୁଥିବା ସମୟରେ ହଠାତ ତାଙ୍କ ମୁଣ୍ଡକୁ ଜଣେ କେହି ପାହାର ବସେଇଲା ସଙ୍ଗେ ସଙ୍ଗେ ସେ ପଡିଗଲେ। ଆଉ ଜଣେ ମଧ୍ୟ ତଳି ପଡ଼ିଥିବା ଅଵସ୍ଥାରେ ନିର୍ଘାତିଆ ପିଟି ଚାଲିଲେ।

ଆଉ କିଛି ଯୁବକ ସେଠାରୁ ଦୌଡ଼ି ପଳେଇଲେ। ଏହି ଗଣ୍ଡଗୋଳ ସମୟର ଦୃଶ୍ୟକୁ କେହି ଜଣେ ନିଜ ମୋବାଇଲ ରେ କଏଦ କରିଥିଲେ। ଏହାପରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ତେବେ ସୋସିଆଲ ମିଡିଆରେ ଭିଡିଓଟି ଏତେ ମାତ୍ରା ରେ ଭାଇରାଲ ହେଲା ଯାହା ବର୍ତ୍ତମାନ ସମୟରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି। ତେଣୁ ଆପଣ ମାନେ ସାଵଧାନ ହୋଇ ଯାଆନ୍ତୁ ଅତି ଲେମ୍ଭୁ ଚିପୁଡିଲେ ପିତା ହୋଇଥାଏ। ଆମର ଛୋଟିଆ ଅନୁରୋଧ ନିଜ ଭୁଲ ପାଇଁ ବାପା ମାଆଙ୍କୁ ଦଣ୍ଡ ଦିଅନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।