ଦେଖନ୍ତୁ ଭିଡ଼ିଓ : ପ୍ରେମ ପ୍ରତାରଣା ଓ ମୃତ୍ୟୁର ବିଭତ୍ସ ଘଟଣା, ରଜରେ ଫାଶିରେ ଝୁଲିପଡିଲେ ଯୁବତୀ, ପୂରା ଘଟଣା ଜାଣିଲେ ପାଦ ତଳୁ ମାଟି ଖସିଯିବ….

ପୁଣି ଏକ ପ୍ରେମ ଓ ପ୍ରତାରଣାର ଘଟଣା , ପହିଲି ରଜ ଦିନ ଝିଅଟି ନୂଆ ଡ୍ରେସ ପିନ୍ଧିବ କଣ , ରଜ ମଉଜ କରିବ କଣ , ହେଲେ ଏସବୁ ବଦଳରେ ଚରମ ନିଷ୍ପତ୍ତି ନେଲା ଏ ଦୁନିଆରୁ ଚାଲିଯିବା ପାଇଁ । ଆଉ ତାର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହେଲା । ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଦାର କରିଛି ପୋଲିସ । ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଏହି ମୃତ ଦେହ ଉଦ୍ଦାର କରାଯାଇଛି , ପୋଲିସ ଉଦ୍ଦାର କରିବା ପରେ ଶବ ବ୍ୟବଚ୍ଛଦ ପାଇଁ ପଠାଇଛି ।

ମୃତ ଯୁବତୀ ଜଣକ ହେଲେ ଡିହିଡି ବ୍ଲକ ସିନ୍ଦଳ ଗାଁର ସଙ୍ଗୀତା ପୁଷ୍ଠୀ , ସଙ୍ଗୀତା ଏହି ଘରେ ଅନ୍ୟ ତିନି ଜଣଙ୍କ ସହିତ ଦୀର୍ଘଦିନ ହେଲା ଭଡାରେ ରହିଆସୁଥିଲେ । ରଜ ପାଇଁ ତାଙ୍କ ସାଥୀ ମାନେ ସମସ୍ତେ ଘରକୁ ଚାଲିଯାଇଥିବା ବେଳେ , ସଙ୍ଗୀତା ସେଠାରେ ଏକୁଟିଆ ରହୁଥିଲେ । ସେ ଏଠାରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ପହିଲି ରଜ ଦିନ ଅପରାହ୍ନ ରେ ମଧ୍ୟାହ୍ନ ଭୋଜନ ସାରି ରୁମ ଭିତରେ ଥିଲେ ସଙ୍ଗୀତା । କିନ୍ତୁ ସନ୍ଧ୍ୟାବଳେ କବାଟ ନଖୋଲିବାରୁ ଘର ମାଲିକର ସନ୍ଦେହ ହୋଇଥିଲା ।

ଯେତେ ଡାକ ପକାଇଥିଲେ ମଧ୍ୟ ସଙ୍ଗୀତା କବାଟ ଖୋଲି ନଥିଲେ , ସ୍କାଏ ଲାଇଟ ବାଟେ ଦେଖିବା ବେଳକୁ ଫ୍ୟାନରେ ଓଢଣୀ ଲଗାଇ ସଙ୍ଗୀତା ଝୁଲୁଥିଲେ । ଘର ମାଲିକ ଟାଉନ ପୋଲିସକୁ ଖବର ଦେଇଥିଲେ , ପୋଲିସ ଆସି ମୃତ ଦେହ ଉଦ୍ଦାର କରିଥିଲା । ତେବେ ଏହି ଘଟଣାକୁ ନେଇ ଅନେକ ଆଲୋଚନା ଚାଲିଛି , ଅନେକ କଥା ଉଠିଛି ହେଲେ ପ୍ରଶ୍ନ ହେଉଛି କାହିଁକି ସଙ୍ଗୀତା ଏଭଳି କଲେ । ଆଉ ଏ ନେଇ ପରିବାର ଯେଉଁ ଅଭିଯୋଗ ଆସିଛନ୍ତି ତାହା ନିଶ୍ତୟ ସାଙ୍ଘାତିକ , ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି ଯେ ସଙ୍ଗୀତା ପ୍ରେମରେ ନିରାଶ ଓ ନିର୍ଜାତିତା ହୋଇ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ।

ସଙ୍ଗୀତାଙ୍କ ଭଉଣୀ ଶସ୍ମିତା ଙ୍କ କହିବା କଥା ହେଉଛି ସଙ୍ଗୀତା କୁଆଡେଁ ପିତାମ୍ୱର ନାମକ ଏକ ଯୁବକଙ୍କୁ ଭଲ ପାଉଥିଲେ । ହେଲେ ସାତ ବର୍ଷ ଧରି ଭଲ ପାଇବାରେ ରହିଥିଲେ ମଧ୍ୟ ଯୁବକ ଜଣକ ବିବାହ କରିବେ ବୋଲି କହି ତାଙ୍କୁ ଦିନ ଗଡାଇ ଆସୁଥିଲେ । ଏମିତିକି ସଙ୍ଗୀତା ଏବଂ ତାଙ୍କ ପରିବାରକୁ ମଧ୍ୟ ନିର୍ଯାତନା ଏବଂ ଧମକ୍ ଚମକ୍ ଦେଇ ଆସୁଥିଲେ , ଯାହାଫଳରେ ଶେଷରେ ସଙ୍ଗୀତା ଏଭଳି କାଣ୍ଡ କରି ବସିଛନ୍ତି । ତେବେ ସଙ୍ଗୀତାଙ୍କ ମୃତ୍ୟୁ ପଛରେ ଅସଲ କାରଣ କଣ ସେକଥା କେବଳ ତଦନ୍ତ ପରେ ହିଁ ଜଣା ପଡିବ ।

ଅନ୍ୟପଟେ ଘଟଣା ଘଟିଥିବା ଘରର କିଛି ଦୂରରୁ ଟାଉନ ପୋଲିସ ଏକ ବାଇକ ଜବତ୍ କରିଛି । ବାଇକ ଟି ସଂପୃକ୍ତ ଯୁବକଙ୍କର ବୋଲି ଅନୁମାନ କରାଯାଉଛି । ପ୍ରଥମ ରଜ ଦିନ ଅପରାହ୍ନ ରେ ସେ ଆସିଥିଲେ ଏବଂ ସଙ୍ଗୀତାଙ୍କ ସହିତ ତାଙ୍କର ବୋଧେ ଗଣ୍ଡଗୋଳ ହୋଇଛି । ସେଠାରେ ଏଭଳି କିଛି ଘଟିଛି ଯାହା ପରେ ଯୁବକ ଜଣକ ସେଠାରୁ ବାଇକ ଛାଡି ଫେରାର ହୋଇଯାଇଥିଲା । ପିତାମ୍ୱର ନାମକ ଏହି ଯୁବକର ବାଇକ ଜବତ୍ କରି ପୋଲିସ ତାକୁ ଖଜୁଛି । ଏହା ଗୋଟିଏ ପ୍ରେମ ଜନିତ ଘଟଣା , ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାର ତଦନ୍ତ କରୁଛି ପୋଲିସ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।