ପ୍ରେମିକାର ପ୍ରତିଶୋଧ ! ପ୍ରେମିକର ନବ ବିବାହିତା ସ୍ତ୍ରୀର ଚୁଟି କାଟି ଆଖିରେ ଢାଳିଦେଲା Febiquick ଆଉ ତା’ପରେ..

0

ଆଜିକାଲିର ଯୁବକ ଯୁବତୀ ସବୁବେଳେ ପ୍ରେମ ପଛରେ ଦୌଡୁଛନ୍ତି, ପ୍ରେମ ପାଇଁ ସେମାନେ କିଛି ବି କରିଦେଉଛନ୍ତି। ବର୍ତ୍ତମାନ ଦେଖାଯାଉଛି, ଯେ ଯୁବକ ଯୁବତୀ ଭଲ ପାଉଛନ୍ତି। ଯଦି ସେମାନଙ୍କୁ ପ୍ରେମ ନ ମିଳେ, ଅର୍ଥାତ ବିବାହ ନ ହୋଇଥାଏ ସେମାନେ କିଛି ବି କରିବା ପାଇଁ ପଛାଉ ନାହାନ୍ତି। ବର୍ତ୍ତମାନର ଯୁବକ ଯୁବତୀ ମାନେ ଭଲ ପାଇବାର ପ୍ରକୃତ ଅର୍ଥ କେବଳ ପାଇବାର ଆଶା ଥାଏ। ଯଦି ପ୍ରେମିକା ଆଉ କାହାକୁ ବାହା ହୋଇଯାଉଛନ୍ତି, ତାହାଲେ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇଯାଉଛନ୍ତି, ଏମିତି ବି ମାରିବା ପାଇଁ ମଧ୍ୟ ପଛାଉ ନାହାନ୍ତି। ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥାଉ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି। ଯାହା ଜାଣିଲା ପରେ ଆପଣମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି, ଜଣେ ପ୍ରେମିକା ନବ ବିବାହିତ ପ୍ରେମିକ ପତ୍ନୀର ଚୁଟି କାଟି ତାଙ୍କ ଆଖିରେ ଫେବି କ୍ୱିକ ଅଠା ଲଗାଇ ଦେଇଥିଲେ। ପୂରା ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ଏଭଳି ହୃଦୟ ବିଦାରକ ମାମଲା ବିହାରର ନାଲଣ୍ଡାଠାରେ ଦେଖିବା ପାଇଁ ମିଳିଛି। ବରର ଗର୍ଲଫ୍ରେଣ୍ଡ ବୋଲି ଦାବି କରୁଥିବା ଯୁବତୀ ଜଣକ ପ୍ରେମିକାର ବିବାହରେ ବିରକ୍ତ ହୋଇ ତାଙ୍କ ଘରେ ପ୍ରବେଶ କରି କନ୍ୟାର କେଶ କାଟିବା ସହ ତାଙ୍କ ଆଖିରେ ଫେବିକ୍ୱିକ ମଧ୍ୟ ଢାଳି ଦେଇଥିଲେ । ଘଟଣାଟି ଭଗବାନ୍ବିଳା ପୋଲିସ ଷ୍ଟେସନ ଅଞ୍ଚଳର ମୋରା ତାଲାବ ଗାଁର, ଯେଉଁଠାରେ ପରିବାର ଲୋକ ଯୁବତୀଙ୍କୁ ଆୟତ କରି ପୋଲିସକୁ ଡାକିଥିଲେ। ଆହତ କନ୍ୟା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘରେ ପହଞ୍ଚିଥିଲା। ଡିଏସପି ସଞ୍ଜୟ କୁମାର ପରିବାର ସଦସ୍ୟଙ୍କୁ ପ୍ରଶ୍ନ କରିଥିଲେ। ସତର୍କତା ଅବଲମ୍ବନ କରିବାକୁ ପୋଲିସ ଏବେ ମଧ୍ୟ ଗାଁରେ ଛାଉଣି କରୁଛି।

ପରିବାର ସଦସ୍ୟଙ୍କ କହିବା କଥା, ଯେ ଗୋପାଳ ରାମ ଡିସେମ୍ବର ୨ ତାରିଖରେ ଶେଖପୁରା ଜିଲ୍ଲାରେ ବିବାହ କରିଥିଲେ। ବିବାହ ପରେ ଯେତେବେଳେ ସେ ତାଙ୍କ ନୂଆ ବହୁ ସହିତ ଘରେ ପହଞ୍ଚିଲେ, ସେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ବିବାହ ବିଷୟରେ ଜାଣିବାକୁ ପାଇଲେ। ପ୍ରେମିକାର ବିବାହରେ କ୍ରଧିତ ହୋଇ ଗର୍ଲଫ୍ରେଣ୍ଡ ଏହାକୁ ସହ୍ୟ ନକରପାରିି ପ୍ରତିଶୋଧ ଉଦ୍ଦେଶ୍ୟରେ ସେ ପ୍ରେମିକଙ୍କ ଘରେ ପଶିଥିଲେ। ପ୍ରେମିକାର ଭଉଣୀ ସହିତ ତାଙ୍କର ବନ୍ଧୁତା ହେତୁ କେହି ତାଙ୍କୁ ସନ୍ଦେହ କଲେ ନାହିଁ। ସେ ଏପରି ଭୟାନକ ପଦକ୍ଷେପ ନେବେ ବୋଲି କେହି କଳ୍ପନା କରିପାରିନଥିଲେ। ତେବେ ବନ୍ଧୁଗଣ ଆପଣ ମାନେ ହିଁ ବିଚାର କରନ୍ତୁ। ଏଭଳି କରିବା କଣ ଉଚିତ ହେଲା, ଜଣଙ୍କ ରାଗ କଣ ଆଉ ଜଣଙ୍କ ଉପରେ ସୁଝାଇବା କଣ ଠିକ ହେଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।