Viral: ପ୍ରେମ ପାଇଁ କିଛିବି କରିବେ : ପ୍ରେମିକା ପାଇଁ ସେତୁ ପାଲଟିଲେ ପ୍ରେମିକ, ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

0

ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକୁ ଦେଖିବା ମାତ୍ରେ ଖୁସି ଲାଗିବା ସହିତ ବହୁ ମାତ୍ରାରେ ପସନ୍ଦ ଆସିଥାଏ। ବର୍ତ୍ତମାନ ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି ଓ ସମାଜରେ ଆଜି କାଲିର ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ସେମାନଙ୍କ ପାଇଁ ପ୍ରେମ ଶାଶ୍ୱତ ଓ ଚିରନ୍ତନ ହୋଇଥାଏ ଓ ଏମିତିକି ସେମାନେ ପ୍ରେମରେ ଅନ୍ଧ ହୋଇ ଯାଉଛନ୍ତି। ଆଜିକାଲି ଯୁବକ ଓ ଯୁବତୀ ମାନେ ତାଙ୍କ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହି ଥାଆନ୍ତି, ଏମିତିକି ତାଙ୍କ ଜୀବନ ମଧ୍ୟ ଦେବା ପାଇଁ ରାଜି ଥାଆନ୍ତି। ତେବେ ଏଭଳି କିଛି ଭିଡ଼ିଓ ବର୍ତ୍ତମାନ ସାମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଭିଡ଼ିଓ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତାହା ହେଉଛି ଜଣେ ପ୍ରେମିକ ନିଜ ପ୍ରେମିକା ପାଇଁ ସେତୁ ପାଲଟି ଗଲେ ବୋଲି ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଆଜିକାଲି ଯୁବକ ଓ ଯୁବତୀ ମାନେ ପ୍ରେମ କରି ବହୁତ ମଜା ମସ୍ତି କରି ଥାଆନ୍ତି ଓ ଏଥି ସହିତ ସେମାନେ ସୁନ୍ଦର ସୁନ୍ଦର ସ୍ଥାନକୁ ଯାଇ ସମୟ ବିତାଇ ଥାଆନ୍ତି। ତେବେ ଏଠାରେ ଜଣେ ପ୍ରେମିକ ଓ ଜଣେ ପ୍ରେମିକା ପାହାଡ଼ ନିକଟକୁ ବୁଲିବା ପାଇଁ ଯାଇଥିଲେ। ସେହି ପାହାଡ଼ ଉପରେ ଏକ ଅଣ ଓସାରିଆ ନଦୀ ବହି ଯାଇଛି। ପ୍ରେମିକ ଜଣଙ୍କ ଆଗରେ ଚାଲୁଥିବା ବେଳେ ତାଙ୍କ ପ୍ରେମିକା ତାଙ୍କ ପଛରେ ଯାଉଛନ୍ତି।ସେଠାରେ ସେ ଦୁଇ ଜଣ ନିଆରା ଢଙ୍ଗରେ ନଦୀପାର ହେଉ ଥିବାର ଦେଖିବା ପାଇଁ ମିଳିଛି। ଆଉ ନଦୀକୁ ଦେଖି ପ୍ରେମିକ ଜଣଙ୍କ ଦୁଇ ପାର୍ଶ୍ଵର ପଥର ଉପରେ ଶୋଇ ଯାଇ ସେତୁ ବନି ଯାଉଛନ୍ତି।

ତେବେ ଏହା ପରେ ପ୍ରେମିକା ଜଣଙ୍କ ତାଙ୍କ ପ୍ରେମିକ ଉପରେ ଚଢ଼ି ନଦୀ ପାର ହେଉଥିଲେ। ତେବେ ଏହି ଭିଡ଼ିଓଟି ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରା ଯାଇଥିଲା। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ଲୋକ ମାନେ ଏହି ଭିଡ଼ିଓକୁ ଦେଖି ଖୁବ ପସନ୍ଦ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ତିନି ଲକ୍ଷ୍ୟ ଲୋକ ଲାଇକ କରିବା ସହିତ ଲକ୍ଷାଧିକ ଲୋକ ମାନେ ଦେଖି ସାରିଲେଣି। ଏଥି ସହିତ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳିଛି। ଅନେକ ଲୋକ ମାନେ ସେହି ଯୁବକଙ୍କୁ ବହୁତ ତାରିଫ କରିଛନ୍ତି।