ଆଶ୍ଚର୍ଯ୍ୟ ଘଟଣା ! ପ୍ରେମିକ ସହ ନିଜ ସ୍ତ୍ରୀ କୁ ବାହା ଦେଲେ ସ୍ବାମୀ, ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

0

ଅଜବ ଏ ଦୁନିଆ ର ନୀତି।କେହି ବି ସାମାଜିକ କଟକଣା କୁ କିମ୍ବା ସମ୍ପର୍କ ର ମୂଲ୍ୟବୋଧ କୁ ମାନିବାକୁ ନାରାଜ। ଯିଏ ଯାହା ଇଚ୍ଛା ତାହା କରିବାରେ ବ୍ୟସ୍ତ।ଆଉ ଏହାରି ଭିତରେ ଗଢ଼ି ଉଠୁଛି ଅନେକ ଅନୈତିକ ସମ୍ପର୍କ।ଆଉ ଯାହାର ର ଶେଷ ପରିଣାମ ଭୟଙ୍କର ହୋଇଥାଏ।ତାପରେ ଆଜିର ସମାଜରେ ଏହି ଭଳି ସମ୍ପର୍କର କୌଣସି ସୀମା ନାହିଁ। ଯିଏ ଯେମିତି ପାରୁଛି ସମ୍ପର୍କ କୁ ବଢ଼ାଉଛି। କୁହାଯାଏ ପ୍ରେମ ସବୁଠୁ ବଳବାନ। ଏହା କେତେବେଳେ କାହା ସହ ହୋଇଥାଏ କିଛି କହି ହେବ ନାହିଁ। ଏହା କୌଣସି ସାମାଜିକ କଟକଣା କୁ ମାନି ନଥାଏ। ବେଳେ ବେଳେ ସମ୍ପର୍କ ର ସମସ୍ତ ସୀମା କୁ ଟପି ଯାଇ ଏହି ପ୍ରେମ ସମ୍ପର୍କ।

ଆଉ ଯେତେବେଳେ ଏହା ପ୍ରେମର ଉପଯୁକ୍ତ ସୀମା ଭିତରୁ ବାହାରକୁ ଚାଲିଯାଏ ସେତେବେଳେ ଏହାକୁ ଉଚିତ୍ ସ୍ଵୀକୃତି ମିଳିବା କଷ୍ଟକର ହୋଇଥାଏ। କାରଣ ପ୍ରେମ ସେତେବେଳେ ଅବାଧ ଓ ଅନୈତିକ ହୋଇପଡେ।

ଆଉ ଏହି ସମ୍ପର୍କ କେବେ ଅଧିକ ଦିନ ମିଛର କଳା ବାଦଲ ତଳେ ଢାଙ୍କି ହୋଇ ରହି ନଥାଏ।ଏହା ସମୟ କ୍ରମେ ନିଏ ଭୟଙ୍କର ରୂପ। ତେଣୁ ଭଲ ସମ୍ପର୍କ ର ମୂଳଦୁଆ ଦେବା ବହୁତ୍ ଗୁଣରେ ଭଲ। ଅନୈତିକ ସମ୍ପର୍କ କେବଳ ଦୁଃଖ ଦେଇଥାଏ।ଏଥିରେ ଭରି ରହିଥାଏ କେବଳ ଆକର୍ଷଣ। ଭଲପାଇବା ଓ ସ୍ନେହ ଏହାର ଆଗରେ ଏତେ ମୂଲ୍ୟ ରଖି ନଥାଏ।ଏହିଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି।

ଯେଉଁଠି ଜଣେ ସ୍ବାମୀ ନିଜ ସ୍ତ୍ରୀର ମନକଥା ବୁଝି ପାରି ତାକୁ ତାର ପ୍ରେମିକ ସହିତ ବିବାହ କରାଇ ଦେଇଛନ୍ତି।ତେବେ ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶ ର କାନପୁର ଜିଲ୍ଲାରେ। ଏଠାରେ ଏହି ଜିଲ୍ଲାରେ ଏକ ଗ୍ରାମରେ ସ୍ବାମୀ ଜଣଙ୍କ ନିଜ ସ୍ତ୍ରୀ କଥାବାର୍ତ୍ତା ଏବଂ ମନୋଭାବ କୁ ଦେଖି ତାର ପ୍ରେମ ସମ୍ପର୍କ ବିଷୟରେ ଜାଣି ପାରି ସ୍ତ୍ରୀ ର ଖୁସି ପାଇଁ ସେ ପୁଣି ଥରେ ତାଙ୍କ ସ୍ତ୍ରୀକୁ ନେଇ ପ୍ରେମିକ ସହିତ ମନ୍ଦିରରେ ବିବାହ କରାଇ ଦେଇଛନ୍ତି ସର୍ବ ସମ୍ମୁଖରେ। ନିଜ ସ୍ତ୍ରୀ ର ଖୁସି ଏବଂ ପ୍ରେମିକ ପ୍ରତି ତାଙ୍କର ଅନାବିଳ ସ୍ନେହ ଏବଂ ଭଲପାଇବା କୁ ସେ ଅନୁଭବ କରି ପାରିଥିଲେ।

ଶେଷରେ ପରିବାର ର ଅନ୍ୟ ସଦସ୍ୟ ମାନେ ଏଥିରେ ରାଜି ହୋଇ ନ ମଧ୍ୟ ସେ ସମସ୍ତଙ୍କୁ ରାଜି କରାଇ ଶେଷରେ ନିଜ ସ୍ତ୍ରୀ ଙ୍କୁ ତାଙ୍କ ପ୍ରେମିକ ଯାହାକୁ ସେ ପୂର୍ବରୁ ଭଲ ପାଉଥିଲେ ,ତାଙ୍କ ସହିତ ବିବାହ କରାଇ ଦେଇଥିଲେ ଏବଂ ବିବାହ କରି ସାରିବା ପରେ ସେମାନଙ୍କୁ ଆଶିର୍ବାଦ ମଧ୍ୟ ଦେଇଥିଲେ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଵାମୀଙ୍କ ଏହିଭଳି କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହିତ ଏହାଦ୍ଵାରା ଦୁଇ ପରିବାର ଏବଂ ସମ୍ପର୍କ ରେ ଉନ୍ନତି ଆସିବ ବୋଲି ଲୋକଙ୍କ କହିବା କଥା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।