ପ୍ରେମିକ ସହ ଫେରାର୍ ର ୪ଦିନ ପରେ ପୁଣି ସ୍ୱାମୀ ପାଖକୁ ଫେରିଲେ ମହିଳା, ସ୍ୱାମୀ କହିଲେ ଏହି ସର୍ତ୍ତ ପୂରଣ କଲେ ଘରେ ରଖିବି…

0

ଆଜି କାଲି ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ପ୍ରତିଦିନ ଆମେ ଦେଖିବାକୁ ଏହି ସବୁ ଘଟଣା ବେଳେ ବେଳେ ଏତେ ଆଶ୍ଚଜ୍ୟଜନକ ହୋଇଥାଏ ଯେ ଆମେ ଏହାକୁ ବିଶ୍ୱାସ ମଧ୍ୟ କରି ପାରି ନଥାଉ।ତେବେ ଏବେ ମଧ୍ୟ ସେମିତି ଏକ ଖବର ଶୁଣିବାକୁ ମିଳିଛି ଯେଉଁଠି ଜଣେ ମହିଳା ଘରେ ୧୦ ବର୍ଷର ପୁଅ ଏବଂ ୧୩ ବର୍ଷର ଝିଅ କୁ ଛାଡ଼ି ନିଜ ପ୍ରେମିକ ସହିତ ଫେରାର ହୋଇ ଯାଇ ଥିଲେ କିନ୍ତୁ ମହିଳା ଙ୍କ ସହିତ ଏମିତି କିଛି ଘଟିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ତେବେ କଣ ରହିଛି ସମ୍ପୂର୍ଣ ତଥ୍ୟ ଆସନ୍ତୁ ଜାଣିବା ;

କୁହାଯାଏ ସବୁ ବନ୍ଧନ ଠାରୁ ବିବାହ ବନ୍ଧନ ସବୁଠୁ ପବିତ୍ର ଓ ଅତୁଟ ବନ୍ଧନ ଅଟେ ଯେଉଁ ବନ୍ଧନ ଟି ବିଶ୍ୱାସ ରେ ବାନ୍ଧି ହୋଇ ଥାଏ । କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ଶୁଣିବାକୁ ମିଳେ ଯେଉଁଠି ସେହି ବିଶ୍ୱାସ ର କିଛି ମାନେ ନଥାଏ ।

ତେବେ ବିବାହ ପରେ ସ୍ୱାମୀ କିମ୍ବା ସ୍ତ୍ରୀ ଯଦି ଆଉ କାହା ସହିତ ସମ୍ପର୍କ ରଖି ଥାଆନ୍ତି ତେବେ ଏହା ଏକ ଘୋର ଅପରାଧ ଅଟେ ।ଆଉ ଏହି ଅପରାଧ ର ପରିଣାମ ବେଳେ ବେଳେ ଏତେ ଭୟଙ୍କର ହୋଇଥାଏ ଯେ ଯାହାକୁ କେବେ କଳ୍ପନା ମଧ୍ୟ କରାଯାଇ ପାରେ ନାହିଁ । ଠିକ୍ ସେମିତି ଘଟିଛି ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଅଞ୍ଚଳରେ ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା।

ଅନ୍ୟ ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଓ ପ୍ରେମିକ ସହ ଫେରାର୍ ହୋଇଯିବା ମହିଳା ଜଣଙ୍କୁ ମହଙ୍ଗା ପଡିଛି। ନିଜ ସ୍ବାମୀ ର ଅନୁପସ୍ଥିତି ରେ ଏକ ଲୁଟେରା ସହିତ ପ୍ରେମ ସମ୍ପର୍କ ରେ ରହିଥିଲେ ମହିଳା । କିନ୍ତୁ ମହିଳା ଜାଣି ନଥିଲେ ସେ ଯେଉଁ ଯୁବକ ସହିତ ପ୍ରେମ ସମ୍ପର୍କ ରେ ରହିଛନ୍ତି ସେ ଜଣେ ଚୋର ଅଟେ । ଆଉ ଲୁଟେରା ସହିତ ଫେରାର ହେବା ପରେ ଲୁଟେରା ପ୍ରେମିକ ସୁନା-ଗହଣା, ଟଙ୍କା ଏବଂ ମୋବାଇଲ ଲୁଟି ନେଇ ବିବାହିତ ମହିଳାଙ୍କୁ ଅଧା ରାସ୍ତାରେ ଛାଡ଼ି ଦେଲା।

କିଛି ଉପାୟ ନପାଇ ନିଜ ସ୍ଵାମୀ ଙ୍କ ପାଖକୁ ଫେରି ଆସିଥିଲେ ମହିଳା କିନ୍ତୁ ସ୍ତ୍ରୀକୁ ଘରେ ପୂରାଇବା ପାଇଁ ଘରୁ ନେଇଥିବା ଜିନିଷ ଆଣିଲେ ଯାଇଁ ଘରେ ପୁରେଇବେ ବୋଲି ସ୍ୱାମୀ ସର୍ତ୍ତ ରଖିଛନ୍ତି।

ତେବେ ଉଭୟ ବାହାରେ ଘର ଭଡ଼ା ନେଇ ରହିଥିଲେ ଯୁବକ ଦିନ ସାରା ମହିଳା ଙ୍କ ସହିତ ସମୟ କାଟୁ ଥିଲା କିନ୍ତୁ ତାର ନଜର ଥିଲା ତାଙ୍କର ୪୦ ହଜାର ଟଙ୍କା ଉପରେ ଯାହା ପାଇଁ ସେ ସୁଯୋଗ ପାଇ ୨୦ ହଜାର ଟଙ୍କା ଓ ୩ ଭରିର ସୁନା-ଗହଣା ନେଇ ଫେରାର୍ ହୋଇଯାଇଥିଲା ପ୍ରେମିକ । ବର୍ତ୍ତମାନ ମହିଳାଙ୍କ ଉପରେ ଏହି ଜିନିଷ ପଡ଼ିଲା ମହଙ୍ଗା ଓ ସ୍ୱାମୀ ଘରେ ପୁରେଇବା ପାଇଁ ତାଙ୍କୁ ସର୍ତ୍ତ ରଖିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।