ପରକୀୟା ପ୍ରୀତି ପରେ ପ୍ରେମିକକୁ ଦୁଇଖଣ୍ଡ କଲା ସ୍ତ୍ରୀ, ଦିଅର ପ୍ରେମରେ ପଡ଼ି ପୁଣି ମନେ ପଡ଼ିଲା ସ୍ବାମୀ…ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ଦେଖୁଥିବେ ଯେ ବର୍ତମାନ ପରକୀୟା ପ୍ରୀତି କିପରି ମାତ୍ରାରେ ବଢ଼ିଚାଲିଛି |ଏହି ପରକୀୟାପ୍ରୀତିର ମାୟାଜାଲରେ ଯିଏ ଫସିଛି ସେ ଶ୍ୱାସରୁଦ୍ଧ ହୋଇମରିଛି |ତେଣୁ ବେଳଥାଉଁ ଯିଏ ଏକଥା ବୁଝିଛି ସେ ବଞ୍ଚିଯାଇଛି |ମୁଁ ଆଜି ଆପଣକୁ ଏପରି ଏକଘଟଣା ବିଷୟରେ କହିବି ଯାହାକୁ ଶୁଣିଲେ ଆପଣ ପରକୀୟା ପ୍ରୀତିର ପରିଣାମ କଣ ତାହା ଭଲରେ ବୁଝିଯିବେ |ସ୍ୱାମୀଙ୍କୁ ଛାଡି ଦିଅର ପ୍ରେମର ପାଗଳ ହୋଇ ଦିଅର ସହ ପଳିଯାଇଥିଲେ ପ୍ରେମିକା କିନ୍ତୁ ପରିସ୍ଥିତି ଏମିତି କିଛି ମୋଡ଼ନେଲା ଯେ ଶେଷରେ ତାଙ୍କୁ ସାରାଜୀବନ ଜେଲଭୋଗିବାକୁ ପଡିଥିଲା |ତେବେ ଆସନ୍ତୁ ଏହିଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ପରକୀୟାପ୍ରୀତି ମଣିଷକୁ ଏତେ ତଳକୁ ନେଇଯାଏ ଯେ ମଣିଷ ତାର ମଣିଷ ପଣିଆକୁ ଭୁଲିଯାଏ |ଏହି ଘଟଣାଟି ଘଟିଛି ନୟାଗଡଜିଲ୍ଲା ଇଟାମାଟି ଅଂଚଳର ସ୍ୱାମୀ ଫକୀରନାୟକ ଓ ସ୍ତ୍ରୀ ସୁମିତ୍ରାନାୟକ, ତାଙ୍କର ତିନୋଟି ସନ୍ତାନ |ସଂସାର ଅତି ସୁନ୍ଦର ଭାବରେ ଚାଲିଥିବା ସମୟରେ କୌଣସି ଏକଦୁର୍ଘଟଣା ସ୍ୱାମୀ ଫକୀରଙ୍କ ଗୋଡ଼ ଭାଙ୍ଗିଗଲା |ଏହି ସମୟରେ ଏମାନଂକୁ ସାହାଯ୍ୟ କରିବାପାଇଁ ଫକୀରଙ୍କ ମାମୁଁପୁଅ ଭାଇ ଶ୍ରୀଧର ଦଳ ବେହେରା ତାଙ୍କ ପାଖରେ ପହଂଚିଥିଲେ |ଭାଇକୁ ମେଡିକାଲ ନେବା ଘରକଥା ବୁଝିବା ଆଦି ସମସ୍ତ ଦାୟିତ୍ୱ ସେ ବୁଝିଥିଲେ, ଏହି ଦେଖାସାକ୍ଷାତ ଭିତରେ ଉଭୟ ସୁମିତ୍ରା ଓ ଶ୍ରୀଧରଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମସମ୍ପର୍କ |
ଦୁଇଜଣକ ମଧ୍ୟରେ ପ୍ରେମ ଏତେ ମାତ୍ରାରେ ବଡ଼ିଗଲା ଯେ ଉଭୟ ଉଭୟଙ୍କୁ ଛାଡି ତିଳେ ହେଲେ ରହିପାରିଲେ ନାହିଁ |ପରକୀୟାପ୍ରୀତି ବେଶିଦିନ ଲୁଚିରହିଲା ନାହିଁ ଏହା ସାହିପାଡିଶା ସହିତ ତାଙ୍କ ସ୍ୱାମୀ ମଧ୍ୟ୍ୟ ଜାଣିଲେ ଏବଂ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ମଧ୍ୟ୍ୟରେ ଝଗଡା ଚାଲିଲା |ଏହାପରେ ସୁମିତ୍ରା ନିଜର ସ୍ୱାମୀ ଓ ଦୁଇପିଲାକୁ ଛାଡି ଶ୍ରୀଧର ସହିତ ସାନପୁଅକୁ ଧରି ବାଲେଶ୍ୱର ପଳିଆସିଥିଲେ |ବାଲେଶ୍ୱରରେ ଶ୍ରୀଧର ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ,ସେଠାରେ ଉଭୟ ଦୁଇଜଣ ନୂଆ ସଂସାର ଗଢିଲେ କିନ୍ତୁ ଦିନପରେ ସୁମିତ୍ରା ତାର ଦୁଇପିଲାଙ୍କୁ ଝୁରିଲା ଏବଂ ସେମାନଙ୍କ ସହିତ କଥା ହେଲା |ପରେ ସେ ତା ସ୍ୱାମୀ ଫକୀର ସହ ମଧ୍ୟ କଥାହେଲା ଏହାକୁ ନେଇ ଶ୍ରୀଧର ଓ ସୁମିତ୍ରାଙ୍କ ମଧ୍ୟରେ ଝଗଡା ଚାଲିଲା, ଏମିତିକି ଶ୍ରୀଧର ସୁମିତ୍ରା ଓ ତାର ସାନପୁଅକୁ ମଧ୍ୟ୍ୟ ମାଡମାରିଲା |

ଏହାପରେ ପରକୀୟାପ୍ରୀତି ରଙ୍ଗ ବାହାରି ପଡିଲା ଶ୍ରୀଧର ନୂଆ ସଂସାର ଗଢିବାପାଇଁ ଚେଷ୍ଟା କରୁଥିଲା, ଉଭୟଙ୍କ ମଧ୍ୟରେ ତିକ୍ତତା ଚାଲିଥିବା ସମୟରେ ଗତ ନଭେମ୍ବର ପାଞ୍ଚତାରିଖ ରାତିରେ ଶ୍ରୀଧର ଶୁଇଥିବା ସମୟରେ ସୁମିତ୍ରା କୁରାଢ଼ିରେ ତାର ଗାଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା | ସେ ତାର ସ୍ୱାମୀକୁ ଏକଥା ଜଣାଇଥିଲା ଏବଂ ସ୍ୱାମୀସ୍ତ୍ରୀ ଉଭୟ ଶବକୁ ଯେପରି ଜାଣିହେବ ନାହିଁ ସେହିପରି ଖଣ୍ଡଖଣ୍ଡ କରି ଫୁପାଡ଼ିଦେଇଥିଲେ |ମାତ୍ର ସତ ଲୁଚି ରହିନଥିଲା ତାର ଠିକ ସପ୍ତାହ ପରେ ପୋଲିସ ଏହାର ତଦନ୍ତ କରି ସୁମିତ୍ରାକୁ ତାର ସମ୍ପକୀୟଙ୍କ ଘରୁ ଧରିଥିଲା ପରେ ସ୍ୱାମୀ ସ୍ତ୍ରୀ ସତ ମାନିଥିଲେ |ପରକୀୟା ପ୍ରୀତିର ଭାର ଏବେ ପିଲାମାନଙ୍କ ଉପରେ ପଡିଲା ବାପା ମା ଜେଲ ଗଲାପରେ ଏମାନଂକୁ ଅନାଥଙ୍କ ପରି ଜୀବନ ବିତାଇବାକୁ ପଡିବ |ସୋସିଆଲ ମିଡିଆରେ ବର୍ତମାନ ଏହି ଖବର ଭାଇରାଲ ହେବାରେ ଲାଗିଛି |

Leave a Comment