ହଁ ଦର୍ଶକ ବନ୍ଧୁ ବେଳେ ବେଳେ ଏଭଳି କିଛି ଅଭାବନୀୟ ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ | ଆଉ ଯେଉଁଠି କୁହାଯାଉଛି କି ଡାକ୍ତର ଜଣକ ଚିକିତ୍ସା କରୁଥିଲେ ଜଣେ ନାବାଳକ ଝିଅ କୁ ଆଉ ସେହି ସମୟରେ ଝିଅ ଟି ର ଚିକିତ୍ସା କରିବା ବଦଳରେ ଝିଅ ଟି ସହିତ ଅସଦାଚରଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା, ଆଉ ଏହି କଥା କୁ ନେଇକି ବର୍ତ୍ତମାନ ଡାକ୍ତର ଖାନା ରେ ଡାକ୍ତର ଙ୍କ ବିରୋଧ ରେ ଅଭିଯୋଗ କରୁଥିବା କଥା ମଧ୍ୟ ଦେଖିବାକୁ ମିଳିଥିଲା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଲଜ୍ୟାକର ଘଟଣା ଘଟିଛି ବାରିପଦା ରେ | ଆଉ ଯେଉଁଠି ପଣ୍ଡିତ ରବୀନ୍ଦ୍ର ନାଥ ମେଡିକାଲ ର ଶିଶୁ ବିଭାଗ ରେ ଦେଖିବାକୁ ମିଳିଥିଲା ଏଭଳି ଏକ ଦୃଶ୍ୟ | ଆଉ ଯେଉଁଠି କୁହାଯାଉଛି କି ସେହି ଡାକ୍ତର ଖାନା କୁ ଚିକିତ୍ସା ପାଇଁ ଯାଇଥିଲେ ହରିଜନ ହଷ୍ଟେଲ ରେ ରହିକି ପାଠ ପଢ଼ୁଥିବା ଜଣେ ନାବାଳିଲା ଝିଅ ଜଣଙ୍କ | ତେବେ ସେହି ହସ୍ପିଟାଲ ରେ ଝିଅ ଜଣଙ୍କର ପେଟ କାଟୁଥିବାରୁ ଝିଅ ଜଣଙ୍କ ଡାକ୍ତର ଙ୍କୁ ଦେଖାଇବା ପାଇଁ ଚେମ୍ବାର ଭିତରକୁ ଯାଇଥିଲେ | କିନ୍ତୁ ଡକ୍ଟର ଜଣକ ଚେମ୍ବାର ରୁ ଅଭିଭାବକ ଙ୍କୁ ବାହାର କରି ଦେଇଥିଲେ |
ତେବେ ଝିଅ ଟି ର ପେଟ କାଟିବା ର ଔଷଧ ଦେବା ବଦଳରେ ଝିଅ ଜଣଙ୍କ ଙ୍କ ସମ୍ପୂର୍ଣ୍ଣ ଶରୀରରେ ହାତ ଦେବାକୁ ଲାଗିଥିଲେ ଡାକ୍ତର ଜଣଙ୍କ| ଆଉ ତାହା ସହିତ ଝିଅ ଟି ସହିତ ଖରାପ ବ୍ୟବହାର ମଧ୍ୟ କରିବାକୁ ଲାଗିଥିଲେ ବୋଲି କୁହାଯାଉଛି | ତେବେ ଡାକ୍ତର ସୌରଭ ମଦ ପିଇ ମେଡିକାଲ ରେ ରୋଗୀ ମାନଙ୍କର ଚିକିତ୍ସା କରୁଥିଲେ ବୋଲି କୁହାଯାଇଛି | ଆଉ ଝିଅ ଟି ସହିତ ଖରାପ ବ୍ୟବହାର କରିବାକୁ ଚେଷ୍ଟା କରୁଥିବା ବେଳେ ଝିଅ ଟି କାନ୍ଦିକି ବାହାରକୁ ଆସିଥିଲା | ତାହା ପରେ ଅଭିଭାବକ ମାନଙ୍କୁ ସମ୍ପୂର୍ଣ୍ଣ କଥା କହିଥିଲା |
ଆଉ ଘଟଣା କୁ ଆଧାର କରିକି ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣା ର ତଦନ୍ତ ଆରମ୍ଭ କରିଛି ବୋଲି କୁହାଯାଉଛି |ଆଉ କାଷ୍ଟ ଆଧାରରେ ମାମଲା ରୁଜୁ କରିବା କଥା ମଧ୍ୟ ପ୍ରକାଶ ପାଇଛି | ତେବେ ଡାକ୍ତର ଜଣଙ୍କର ଏହି ସବୁ କଥା କୁ ଖଣ୍ଡନ କରିଛନ୍ତି | ସେ କେବଳ ଚିକିତ୍ସା କରିଥିଲେ ଆଉ କିଛି କରି ନାହାନ୍ତି ବୋଲି ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।