ପୁଣିଥରେ ଓଡ଼ିଶାରେ ଲକ୍ ଡାଉନ୍ । କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ସରକାର !! ଜରୁରୀ କାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଆସିଲା କରୋନା ମାଡିଲା ବିପଦ , ସଚେତନ ନହେଲେ ପୁଣିଥରେ ହେବ ଲକଡାଉନ । ଆପଣ ମାନେ ତ ଜାଣିଛନ୍ତି କି ସାରା ବିସ୍ୱରେ କରୋନାର ପ୍ରଭାବ ନିଜର କାୟା ବିସ୍ତାର କରିଚାଲିଛି । ତେବେ ଏପରି ସ୍ଥଳରେ ସରକାର ନିଜ ଦେଶ ଏବଂ ରାଜ୍ୟକୁ କରୋନାର ମୁକ୍ତ କରିବା ପାଇଁ ଲକଡାଉନ ଘୋଷଣା କରିଥିଲେ , ଯେଉଁଥିପାଇଁ ସରକାର ଦେଶବାସୀ ମାନଙ୍କୁ ସର୍ବଦା ସୁରକ୍ଷିତ ରହିବା ପାଇଁ ସଚେତନ କରୁଥିଲେ ଏବଂ ମାସ୍କ ସହିତ ସାମାଜିକ ଦୂରତାକୁ ବିଶେଷ ଗୁରୁତ୍ୱ ଦେଉଥିଲେ । ତେବେ ଏହି କରୋନା ପାଇଁ ଦୀର୍ଘ 9 ମାସ ଧରି ସମସ୍ତ ପ୍ରକାର ବିଦ୍ୟାଳୟ , ସରକାରୀ କାର୍ୟ୍ୟାଳୟ ମଧ୍ୟ ବନ୍ଦ ରହିଥିଲା । କରୋନା ସହିତ ଲଡେଇ କରି ଅନେକ ଲୋକ ନିଜର ପ୍ରାଣ ତ୍ୟାଗ ମଧ୍ୟ କରିଛନ୍ତି ।

ମାତ୍ର ଦୀର୍ଘ ଦିନର ଚେଷ୍ଟା ପରେ ଏବେ କରୋନା ପାଇଁ ଲଢେଇବାର ମେଡିସିନ ବାହାରିସାରିଛି , ତେବେ ତାହାକୁ ଦେଖି ଆପଣ ମାନେ ସଚେତନତାକୁ ଭୁଲଯିବା ଉଚିତ ନୁହେଁ କାରଣ ସେଥିପାଇଁ ହିଁ ଆପଣ ମାନେ ବହୁତ ଅସୁବିଧାରେ ପୁଣିଥରେ ପଡିପାରନ୍ତି ।

କାରଣ ପୁଣି ଥରେ କୋରନାର ଏକ ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି ଯେଉଁଥିପାଇଁ କି ମହାରାଷ୍ଟ୍ର , କେରଳ ସମେତ ଛଅଟି ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ ତାହାର କାୟା ବିସ୍ତାର କରି ଚାଲିଛି । ଏହାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ଲକଡାଉନ ଘୋଷଣା ମଧ୍ୟ କରିଛନ୍ତି ।

କରୋନାର ନୂଆ ଷ୍ଟ୍ରେନ ପାଇଁ ସରକାର ଏବେ ବହୁଚ ଚିନ୍ତାରେ ପଡିଯାଇଛନ୍ତି କାରଣ ଏହା ଆତଙ୍କ ଧୀରେ ଧୀରେ ବଢିବାରେ ଲାଗିଛି । ତେବେ ପୁଣି ଥରେ ଯେମିତି କରୋନା ତାହାର କାୟା ବିସ୍ତାର କରିନପାରିବ ସେ ନେଇ ଓଡିଶା ସରକାର କୋଭିଡ ଗାଇଡଲାଇନକୁ କଡାକାଡି ପାଳନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହା ସହିତ ସେ ସ୍ୱାସ୍ଥ୍ୟ ବିଭାଗ ପ୍ରତି ସତର୍କତା ଜାରି କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ , ମହାନଗର ନିଗମ , ପୋଲିସ ବିଭାଗକୁ ଚିଠି ଲେଖି କିପରି କରୋନା ଗାଇଡଲାଇନକୁ କଡାକଡି ରୂପେ ପାଳନ ହେବ ତାହାକୁ ଆଖି ଆଗରେ ରଖି ପ୍ରତି ସପ୍ତାହରେ ତାହାର ସାପ୍ତାହିକ ରିର୍ପୋଟ ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି

ସମସ୍ତ ପ୍ରକାର ସ୍କୁଲ ଏବଂ ଅଙ୍ଗନବାଡିରେ କୋଭିଡ ନିୟମକୁ ପାଳନ କରି ପାଠପଢା କାର୍ଯ୍ୟ ଆରମ୍ଭ କରିବାକୁ କହିଛନ୍ତି । ଏହା ସହିତ ମାସ୍କ ଏବଂ ସାମାଜିକ ଦୂରତାକୁ ବାଧ୍ୟତାମୂଳକ ବୋଲି କହିଛନ୍ତି । ଜନଗହଳି ପୂର୍ଣ୍ଣ ସ୍ଥାନରେ ଲୋକମାନଙ୍କୁ ଭିଡ ନକରିବା ପାଇଁ ଅନୁମତି ଦିଆଯାଇଛି । କରୋନାର ନୂଆ ଷ୍ଟ୍ରେନ ପାଇଁ ଡିଏମଇଟି ସିବିକେ ମହାନ୍ତିଙ୍କର ସୂଚନା ପରେ କୋବିଡ ଗାଇଡଲାଇନକୁ କଡାକଡି ପାଳମନ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

Leave a Comment