ଆଜିକାଲି ଦୁନିଆରେ ବହୁତ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ବିଶେଷ କରି ବଡ଼ ବଡ଼ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖି ବାକୁ ମିଳିଥାଏ। ବେଳେ ବେଳେ ସେଲିବ୍ରେଟି ବା ତାଙ୍କ ପରିବାରର ସଦସ୍ୟ ମାନେ ମଧ୍ୟ ଏଭଳି କାର୍ଯ୍ୟ ଲିପ୍ତ ରହି ଥିବାର ଦେଖିବାକୁ ମିଳିଥାଏ। ସେମାନେ ଏଭଳି କାର୍ଯ୍ୟ କରିବା ଫଳରେ ତାଙ୍କର ଅର୍ନୀତିକ ଅବସ୍ଥା ଶୋଚନୀୟ ହୋଇ ପଡିଥାଏ ଓ ଲୋକ ମାନେ ତାଙ୍କୁ ଘୃଣା ଚକ୍ଷୁରେ ମଧ୍ୟ ଦେଖି ଥାଆନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସମ୍ନାକୁ ଆସୁଛି। ଯାହା ଆପଣ ମାନେ ଶୁଣିଲେ ଶୁଣିଲେ ଚକିତ ହୋଇ ଯିବେ। ତାହା ହେଉଛି ଶାହାରୁକ ଖାଁ ଙ୍କ ପୁଅ ଗିରଫ ହେବା ପରେ ତାଙ୍କର ସବୁ ରୋଜଗାର ବନ୍ଦ ହୋଇ ଯାଇଛି ବୋଲି ଆଶଙ୍କା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବ। ସୂଚନା ଅନୁସାରେ, ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟିରେ ଗିରଫ ହେବା ପରେ ଅଭିନେତାଙ୍କ ବ୍ରାଣ୍ଡର ମୂଲ୍ୟ ସଙ୍କଟ ପୂର୍ଣ୍ଣ ହୋଇ ଯାଇଛି।
ସୋସିଆଲ ମିଡିଆରେ ପ୍ରଶଂସକ ମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଆଗକୁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିବ ବୋଲି ମାର୍କେଟର ଏକ୍ସପଟ ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେ ୪୦ ଟି ବ୍ରାଣ୍ଡର ମାର୍କେଟିଙ୍ଗ କରୁଛନ୍ତି ଓ ସେଥିରେ ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ଷ୍ଟାଟସ ମଧ୍ୟ ରହିଛି। ବହୁ ରାଷ୍ଟ୍ରୀୟ ପରାମର୍ଶ ଦାତା ସଂସ୍ଥା ଡ଼ଫ ଏବଂ ଫେଲିପ୍ସ ପକ୍ଷରୁ ତାଙ୍କ ରିପୋର୍ଟ ଅନୁସାରେ ତାଙ୍କ ବ୍ରାଣ୍ଡର ମୂଲ୍ୟ ୩୭୮ କୋଟି ଟଙ୍କା ହେବ ବୋଲି ସୂଚନା ରହିଛି। ତେବେ ଏମିତିକି ସାରା ବିଶ୍ୱରେ ୪ର୍ଥ ତାଲିକାରେ ସର୍ବାଧିକ ଆୟ କରୁଥିବା ୧୦ ଜଣ ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ବିଗବି ଅମିତାଭ ବଚନଙ୍କ ସହିତ ତାଙ୍କ ନାଁ ମଧ୍ୟ ରହିଛି। ଜୟରିସ ସେଣ୍ଟ ଫିଲ୍ ଓ ଟାଇଲର ପେରିଙ୍କ ପରେ ସେ ସର୍ବାଧିକ ତୃତୀୟ ଧନୀ ଅଭିନେତା ବୋଲି କୁହା ଯାଇଛି।
ଆଜିକା ଦିନରେ ଅଭିନେତାଙ୍କ ପାଖରେ ୫ ହଜାର ୧୧୬ କୋଟି ଟଙ୍କାର ସମ୍ପତ୍ତି ରହିଛି। ଫିଲ୍ମ, ବ୍ରାଣ୍ଡର ପ୍ରାଚର ପ୍ରସାର, ରେଡ଼ ଏଣ୍ଟରଟେଣ୍ଟ ପ୍ରଡକ୍ସନ ଏବଂ IPL ଟିମ ଭଳି ଭିନ୍ନ ଭିନ୍ନ ବ୍ୟବସାୟିକ କାର୍ଯ୍ୟ କରିବାର ତାଙ୍କର ମୁଖ୍ୟ ଉଦେଶ୍ୟ ରହିଛି। ଗୋଟିଏ ଦିନ ବିଜ୍ଞାପନ ସୁଟିଂ ବାବଦରେ ସେ ୪ କୋଟିରୁ ଅଧିକ ଟଙ୍କା ନେଇ ଥାଆନ୍ତି। ବର୍ତ୍ତମାନ ସେ ବାଇଜୋ ଏଜୁକେସନ ଉପରେ ପ୍ରଚାର ପ୍ରସାର ଦାଇତ୍ୱ ସେ ନିଜେ ହିଁ ତୁଲାଉଛନ୍ତି। କିନ୍ତୁ ଏହି ବାଇଜୋ ଉପରେ ଲୋକ ମାନେ ତାଙ୍କୁ ପ୍ରଶ୍ନ କରିବା ସହ ଆଙ୍ଗୁଳି ମଧ୍ୟ ଉଠାଇଛନ୍ତି। ସେଥିପାଇଁ ପୁନର୍ବାର ବିଚାର କରିବାକୁ ବାଇଜୋ ନିଷ୍ପତ୍ତି ନେଇଛି। ପୁଅଙ୍କ ପାଇଁ ତାଙ୍କର ସବୁ ଆଡୁ ରୋଜଗାର କମି ଯିବାର ଆଶଙ୍କା ମଧ୍ୟ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।